ଯୋଡ଼ା ଗଣବଳାତ୍କାର ମାମଲା: ଏସ୍‌ପିଙ୍କୁ ଏନ୍‌ଏଚ୍‌ଆରସି ମାଗିଲେ ଅତିରିକ୍ତ ସୂଚନା

କେନ୍ଦୁଝର,୩ା୧୦(ସ୍ବ.ପ୍ର.): ଯୋଡ଼ା ଗଣବଳାତ୍କାର ମାମଲାରେ ପୀଡ଼ିତାଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ଜାତୀୟ ମାନବାଧିକାର କମିଶନ କେନ୍ଦୁଝର ଏସ୍‌ପିଙ୍କୁ ଚିଠି କରି ଅତିରିକ୍ତ ସୂଚନା ମାଗିଛନ୍ତି ା ଏହି ଗଣବଳାତ୍କାର ମାମଲାକୁ ନେଇ କମିଶନ କେସ୍‌ ନମ୍ବର ୨୫୬୧/୧୮-୭-୨୦୧୯ରେ କେସ ରୁଜୁ କରିଥିଲେ। କମିଶନଙ୍କ ପକ୍ଷରୁ ଏନେଇ ୧୩ ଅଗଷ୍ଟ ୨୦୧୯ରେ ଦେଇଥିବା ନିର୍ଦ୍ଦେଶକୁ ଭିତ୍ତି କରି ଏସ୍‌ପି କେନ୍ଦୁଝର ୪ ଡିସେମ୍ବରରେ ରିପୋର୍ଟ ଦାଖଲ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସେମାନଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ ନେଇ ଅବଗତ କରିଥିଲେ। ସେହିପରି ଜିଲା ମଙ୍ଗଳ ଅଧିକାରୀ ଏହାକୁ ନେଇ ଏସ୍‌ସି/ଏସ୍‌ଟି ବିଭାଗର ନିର୍ଦ୍ଦେଶକଙ୍କୁ ଚିଠି କରି ୪.୧୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚିଠି କରିଥିବା ଦର୍ଶାଇଥିଲେ ା ତେବେ ପୋଲିସ ଓ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଯୁଗ୍ମ ତଦନ୍ତ ବେଳେ ରୁଲ୍‌ ଅନୁଯାୟୀ ୮.୨୫ ଲକ୍ଷ ଦେବାକୁ ପରାମର୍ଶ ଦେଇଥିଲେ ା ତେବେ ପୀଡ଼ିତା ଅଦ୍ୟାବଧି କ୍ଷତିପୂରଣ ପାଇଛନ୍ତି କି ନାହିଁ ସେ ନେଇ କମିଶନ ସୂଚନା ପାଇ ନ ଥିବାରୁ ୬ ସପ୍ତାହ ମଧ୍ୟରେ ଏନେଇ ଏସ୍‌ପି ଅର୍ଥ ପୈଠର ପ୍ରମାଣ ସହ ସବିଶେଷ ରିପୋର୍ଟ ଦେବାକୁ କହିଥିବା ଏହି କେସ୍‌ ଫାଇଲ କରିଥିବା ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri