ସିଙ୍ଗଲ ଓ୍ବିଣ୍ଡୋରେ ମିଳିବ ଗଣେଶ ପୂଜା ଅନୁମତି

ଜଟଣୀ,୧୦ା୯(ରବୀନ୍ଦ୍ର ନାଥ ମହାକୁଡ଼)ଆସନ୍ତା ୧୯ତାରିଖରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଗଣେଶ ପୂଜା ଓ ଭସାଣି ଉତ୍ସବକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଶନିବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଗ୍ରଓ୍ବାଲ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜୋନ-୩ ଏସିପି ପ୍ରଦୀପ ରାଉତଙ୍କ ସଭାତିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଯୋଗଦେଇଥିଲେ। ଜଟଣୀ ନଗରପାଳ ଅନନ୍ତ ବେହେରା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ବ୍ୟବସାୟୀ ସଂଘ ପୂଜା କମିଟି ଏବଂ କ୍ଲବର ସଭାପତି, ସମ୍ପାଦକ ଯୋଗଦେଇ ଗଣେଶ ପୂଜା ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥାରେ ଜଟଣୀ ଥାନା ପକ୍ଷରୁ ଗଣେଶ ପୂଜା ଏବଂ ଭସାଣି ଉତ୍ସବ ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ ବୋଲି ଥାନା ଅଧିକାରୀ ବଳିୟାରସିଂ କହିଛନ୍ତି। ତୋରଣ ଏବଂ ପେଣ୍ଡାଲ ପାଇଁ ପିଡବ୍ଲ୍ୟୁଡି ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ନେବେ। ଥାନା ପରିସରରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ ସହିତ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କରାଯିବ। ଭସାଣି ଶୋଭାଯାତ୍ରାରେ ଅଶ୍ଳୀଳ ନୃତ୍ୟ, ପୋଷ୍ଟର ପ୍ରଦର୍ଶନ ନ କରିବା ପାଇଁ ମଧ୍ୟ ସମସ୍ତ ପୂଜା କମିଟିର ସଦସ୍ୟଙ୍କୁ ଅନୁରୋଧ କରାଯାଇଛି। ପୂଜାରେ ଜନସମାଗମକୁ ଦୃଷ୍ଟିରେ ରଖି ଗଣେଶ ଚତୁର୍ଥୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ କମିଶନରେଟ ପୋଲିସ ପକ୍ଷରୁ ୭ରୁ ୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ଆବଶ୍ୟକସ୍ଥଳେ ଅଧିକ ଫୋର୍ସ ଏବଂ ଅଧିକାରୀ ନିୟୋଜିତ ହେବେ ବୋଲି ଡିସିପି ସିଂ କହିଛନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାତି ୯ଟା ପରିବର୍ତ୍ତେ ୧୧ଟା ପର୍ଯ୍ୟନ୍ତ ସିଟି ବସ୍‌ ଚଳାଚଳ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନଗରପାଳ ଅନୁରୋଧ କରିଥିଲେ। ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ନ ହେବା, ପୂଜା ସମୟରେ ସହର ଏବଂ ସମସ୍ତ ପୂଜା ପେଣ୍ଡାଲ ପରିସର ପୌର ପ୍ରଶାସନ ପକ୍ଷରୁ ସଫେଇ, ମୂର୍ତ୍ତି ବିସର୍ଜନ ପାଇଁ ଅଧିକ ଅସ୍ଥାୟୀ ପୁଷ୍କରଣୀ ନିର୍ମାଣ, ରାସ୍ତାରୁ ଜବରଦଖଲ ହଟାଇବା, ବିଭିନ୍ନ ପୂଜା ମଣ୍ଡପ ଓ ବଜାରରେ ପରିଶ୍ରାଗାର ସ୍ଥାପନ ଉପରେ ଆଲୋଚନା ହୋଇଥିଲା। ପୂଜା ସମୟରେ ସମସ୍ତ ପୂଜା ପେଣ୍ଡାଲ ଏବଂ ସହରରେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାର ନ କରିବା, ପୂଜା ସମୟରେ ବିଭିନ୍ନ ମିନାବଜାର ଏବଂ ଅସ୍ଥାୟୀ ବ୍ୟବସାୟୀ ପ୍ରତିଷ୍ଠାନର ବ୍ୟକ୍ତି ମ୍ୟୁନିସିପାଲଟି ଆକ୍ଟ ୧୯୫୦ ମୁତାବକ ଟ୍ରେଡ୍‌ ଲାଇସେନ୍ସ ନେବା, ପୌର ପ୍ରଶାସନ ପକ୍ଷରୁ ନିୟମିତ ସଫେଇ ସହିତ ଅତିରିକ୍ତ ସଫେଇ ସମସ୍ତ ପୂଜା ମଣ୍ଡପରେ ରାତ୍ର ସମୟରେ କରାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri