ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି। କାରିଗରମାନେ ମୂର୍ତ୍ତି ଗଢିବା ପାଇଁ ନଡ଼ା ଉପରେ ମାଟି ପ୍ରଲେପ ଦେଇଛନ୍ତି। ରିଷିଡ଼ାର ବରିଷ୍ଠ ତଥା ଅଭିଜ୍ଞ କାରିଗର ସଂଜୟ ରଣା ସହଯୋଗୀ, ବଳଦେବ ରଣା ଶରତ ରଣା, କର୍ଲାମୁଣ୍ତାରୁ ତିରନ ଭୋଇ, ଡୁକେରମାଲରୁ ରିଣ୍ଟୁ ସାହୁ, କର୍ଲାମୁଣ୍ତା ଦୁର୍ଗା ମଣ୍ଡପରେ ୧୧ ଫୁଟର ବଡ଼ ଗଣେଶ ମୂର୍ତ୍ତି ତିଆରି କରି ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାରେ ଥିବାବେଳେ ପଲସାପଡ଼ାରୁ ହେମାନନ୍ଦ ସାହୁ ଓ ଯୋରାଡ଼ବରାରୁ ସୁଶାନ୍ତ ପୁଟେଲ ପ୍ରମୁଖ ନିଜ ନିଜର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରଖିଛନ୍ତି। ରିଷିଡ଼ା ଓ ଆଖପାଖ ଅଞ୍ଚଳରେ ସେମାନଙ୍କ ହାତ ଗଢ଼ା ମୂର୍ତ୍ତିର ବେଶ ଚାହିଦା ରହିଛି। ଗଢ଼ାଯାଇଥିବା ମୂର୍ତ୍ତି ମଦନପୁର,ଏମ୍‌ରାମପୁର ଡାହିମାଳ, ରିଞ୍ଜା ସାପଲହରା ରେଗେଡ଼ା ତେରେସିହା ପୌରକେଲା, ଗଜବାହାଲ, ରାଜପୁର ସମେତ ସରକାରୀ ବେସରକାରୀ ବିଦ୍ୟାଳୟ ତଥା ଆଖପାଖ ଜିଲାର ବିଭିନ୍ନ ଅଞ୍ଚଳକୁ ବିକ୍ରି ଲାଗି ପଠାଯାଇଥାଏ। ଚଳିତବର୍ଷ ଗଣେଶ ପୂଜା ଧୂମଧାମ୍‌ରେ ପାଳିତ ହେବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଗଣେଶ ପୂଜା ପରେ ଏହି ୪ ରାଶିଙ୍କର ଚାଲିବ ଗୋଲ୍ଡେନ ଟାଇମ, ଲକ୍ଷ୍ମୀ-ନାରାୟଣ ରାଜଯୋଗରେ ବଢିବ ଧନ! ବିଦେଶ ଯାତ୍ରାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୨୬ରେ ବୁଧ ଗ୍ରହ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri