୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ

ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍‌ କଟକଣା ମଧ୍ୟରେ ଏହି ପୂଜା ଆୟୋଜନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ପୂର୍ବରୁ ରାଜ୍ୟର ପୁରପଲ୍ଲୀରେ ବିଦ୍ୟାଦାତା ଗଣେଶଙ୍କୁ ଆବାହନ କରାଯାଉଥିଲା। କିନ୍ତୁ ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖାଦେବ। ଶାସ୍ତ୍ର ମତେ ଗଣେଶଙ୍କର ବହୁନାମ ରହିଛି। ତେବେ ଶାସ୍ତ୍ରବାହାରେ ଅଲଗା ନାଁରେ ଭଦ୍ରକରେ ଗଣେଶଙ୍କୁ ପୂଜା କରାଯାଉଛି। ଏଠାରେ ବୁଢ଼ା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ପେଟୁଆ ଗଣେଶ, ଛୁଆ ଗଣେଶ, କାଞ୍ଚନ ଗଣେଶ, ବାଲ ଗଣେଶ, କୁନି ଗଣେଶ ଏଭଳି ବିଭିନ୍ନ ନାମରେ ପୂଜା ପାଆନ୍ତି। କିନ୍ତୁ ଚଳିତ ଥର ଏଥିରେ ବ୍ୟତିକ୍ରମ ଅଣାଯାଇଛି। ସ୍ଥାୟୀ ମନ୍ଦିର କୁହାଯାଉଥିବା ପୁରୁଣାବଜାରର ବୁଢ଼ା ଗଣେଶ, ଟୋକା ଗଣେଶ, କୁଆଁସର ପିଲା ଗଣେଶ, ଛୁଆ ଗଣେଶ ଓ କାଞ୍ଚନ ଗଣେଶ ଏହା ବ୍ୟତୀତ କୁଆଁସ ମୁଖ୍ୟରାସ୍ତାରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ଚଳିିତ ବର୍ଷ ପୂଜା ପାଇବେ ଅଗ୍ରପୂଜ୍ୟ ଗଣେଶ। କୋଭିଡ୍‌ କଟକଣା ମୁତାବକ ବାଉଁଶ ବନ୍ଧା ଯାଇ ସର୍ବସାଧାରଣଙ୍କୁ ଉକ୍ତ ସ୍ଥଳକୁ ଦର୍ଶନ ପାଇଁ ଛଡ଼ାଯିବ ନାହିଁ। ପୋଲିସ କଡ଼ା ପହରା ମଧ୍ୟରେ ପୂଜା ପାଇବେ ଗଣେଶ। ଭସାଣି ସମୟରେ ପାରମ୍ପରିକ ବାଦ୍ୟରେ ବିସର୍ଜନ କରାଯିବ। ଏଣୁ ଆୟୋଜକଙ୍କ ମନରେ ହରସ ନାହିଁ। ଏବେ ମୂର୍ତ୍ତି ଚୂଡ଼ାନ୍ତ ରୂପ ଦିଆସରିଲାଣି। କେଉଁ ମୂର୍ତ୍ତିରେ ରଙ୍ଗ ଦିଆସରିଲାଣି ତ ଅନ୍ୟ କେଉଁଠି ଦିନରାତି ଏକ କରି କାରିଗର ମାନେ ମୂର୍ତ୍ତି ତିଆରିରେ ଲାଗିଛନ୍ତି। ପୁରୁଣାବଜାର ଗଣେଶ ପୂଜାରେ ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟର ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri