ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ପୋଖରୀରୁ ଦେବୀ ଗଙ୍ଗା ମାତାଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରାଯିବା ପରେ କର୍ତ୍ତା ପ୍ରଦୀପ କୁମାର ପଣ୍ଡା କଳସ ଉଠାଇଥିଲେ । କଳସ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପୂଜାସ୍ଥଳରେ ପହଞ୍ଚିଥିଲା।
ମୁଖ୍ୟ ପୁରୋହିତ ରଞ୍ଜନ ତ୍ରିପାଠୀଙ୍କ ପୌରୋହିତ୍ୟରେ ପ୍ରଚଳିତ ନୀତିକାନ୍ତି ଅନୁଯାୟୀ ପୂଜାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ପୂଜା କମିଟିର ପ୍ରମୁଖ କର୍ମକର୍ତ୍ତା ବିଚିତ୍ରାନନ୍ଦ ପଟ୍ଟନାୟକ, ସୁଧାଂଶୁ ପାଣିଗ୍ରାହୀ, ନିଗମ ପ୍ରସାଦ ପଣ୍ଡା, ଲଲାଟେନ୍ଦୁ ପ୍ରଧାନ, ଶିବ ଶଙ୍କର ମହାଙ୍କୁଡ, ନରେନ୍ଦ୍ର ସାହୁ, ଆଶିଷ ପଟ୍ଟନାୟକ, ଲକ୍ଷ୍ମୀ ନୃସିଂହ ସାହୁ, ରବିନ୍ଦ୍ର ମାର୍ଥା, ବିନୋଦ ଚନ୍ଦ୍ର ଦାସ, କେ. ରାଜୁଙ୍କ ସମେତ ବହୁ ସଂଖ୍ୟକ ପୂଜା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।
ସେପ୍ଟେମ୍ବର ୧୯ ତାରିଖରେ ପୂଜା ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ପରିବେଷଣ କରାଯିବ ବୋଲି ଆୟୋଜକ ପୂଜା ମହୋତ୍ସବ ପରିଚାଳନା କମିଟି ର କର୍ମକର୍ତ୍ତା ବିକାଶ ପଶୁପାଳକ, କୁନା ପାତ୍ର, ଅଶୋକ ନନ୍ଦ, ବାରିକ ବେହେରା, ଜେ .ମିଟୁ ରାଓ , ଦେବେନ୍ଦ୍ର ଗୈାଡ, ରଞ୍ଜିତ ବେହେରା, ଦେବରାଜ ସାହୁ, ଓଡି . ଅରବିନ୍ଦ, କିରଣ ପାଢ଼ୀ ପ୍ରମୁଖ କହିଛନ୍ତି । ସେହିପରି ସହରର ଚିକିଟିଆ ସାହି, ବସଷ୍ଟାଣ୍ଡ,ରାଣୀ ସାହି, ପୁଞ୍ଜିକଂୟା ଛକ, ଅଞ୍ଚଳ କଲୋନୀ, ବଜାର ସାହି, ଶ୍ରୀ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଶୁଭାରମ୍ଭ ହୋଇଛି।
ସୋମବାର ସନ୍ଧ୍ୟାରେ ଚିକିଟିଆ ସାହି ଶ୍ରୀ ଗଣେଶଙ୍କ ପୂଜା ମଣ୍ଡପ ସମ୍ମୁଖରେ ପୌରାଣିକ ସଖୀନାଟ ଓ ଘୁଡୁକି ଲୋକ ବାଦ୍ୟ କଳା ପରିବେଷଣ କରାଯିବ ବୋଲି ସ୍ଥାନୀୟ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ସମ୍ପାଦକ ଆଲୋକ ବିଷୋୟୀ ଜଣାଇଛନ୍ତି।