ନାରାବାଜିରେ କମ୍ପୁଛି ଗାନ୍ଧୀମାର୍ଗ

ଭୁବନେଶ୍ୱର,୧୭।୯(ଅନୁରାଧା ମହାରଣା)ଅଧିକାର, ନ୍ୟାୟ ଓ ବିଭିନ୍ନ ଦାବିକୁ ନେଇ ବହୁ ସଂଗଠନ ପକ୍ଷରୁ ବିଧାନସଭା ସମ୍ମୁଖ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶନିବାର ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଫେଡେରେଶନ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଶାଳ ସମାବେଶ କରାଯାଇଥିବାବେଳେ ଓଡ଼ିଶା ଫାର୍ମାସିଷ୍ଟସ୍‌ ସର୍ଭିସ୍‌ ଆସୋସିଏଶନ ପକ୍ଷରୁ ୫ ଦଫା ଦାବି ନେଇ ବିକ୍ଷୋଭ କରାଯାଇଥିଲା। ଅନ୍ୟପକ୍ଷେ ଏନ୍‌ଆଇଓଏସ୍‌ ଡିଇଏଲ୍‌ଇଡି ଶିକ୍ଷକ ସଂଘ ୩ ଦଫା ନେଇ ରାଜରାସ୍ତାକୁ ଓହ୍ଲାଇଥିଲା। ଏଥିସହ ପୂର୍ବରୁ ଲୋୟର ପିଏମ୍‌ଜିରେ ବିଭିନ୍ନ ସଂଗଠନ ପକ୍ଷରୁ ଅହୋରାତ୍ର ଧାରଣା ଜାରି ରହିଛି। ଫଳରେ ଆନ୍ଦୋଳନକାରୀଙ୍କ ନାରାବାଜିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହେଉଛି।

ଏନ୍‌ଆଇଓଏସ୍‌ ଡିଇଏଲ୍‌ଇଡି ଶିକ୍ଷକ ସଂଘର ୩ ଦଫା ଦାବି
ସମସ୍ତ ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପେନ୍‌ସନ, ଏନ୍‌ଆଇଓଏସ୍‌ ଡିଇଏଲ୍‌ଇଡିକୁ ସରକାରୀ ଚାକିରି ପାଇଁ ପ୍ରାଥମିକତା ପ୍ରଦାନ ଓ କ୍ୟାଥଲିକ୍‌ ମିଶନବୋର୍ଡ ସ୍କୁଲ ଶିକ୍ଷକଙ୍କୁ ରେଗୁଲାର କରିବା ଆଦି ୩ ଦଫା ଦାବିରେ ମାଷ୍ଟର କ୍ୟାଣ୍ଟିନରୁ ଲୋୟର ପିଏମଜି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା। ପରେ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇଂ ଦେବାଶିଷ ହୋତାଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଦାବି ଉପସ୍ଥାପନ କରାଯାଇଥିଲା। ଗତ ଏପ୍ରିଲରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦାବି ପୂରଣ ନ ହେବାରୁ ସଂଘ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ବିବେକାନନ୍ଦ ବିଦ୍ୟାମନ୍ଦିର, ଗୁରୁକୁଳ ଆଦି ବେସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷୟିତ୍ରୀଶିକ୍ଷକ ସ୍ବଳ୍ପ ଦରମାରେ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଛନ୍ତି। ଏତେ କମ୍‌ ଟଙ୍କାରେ ମହଙ୍ଗା ଯୁଗରେ ଚଳିବା ସମ୍ଭବ ହେଉ ନ ଥିବାରୁ ଆହୁରି ୬ରୁ ୭ ଘଣ୍ଟା ଟ୍ୟୁଶନ କରୁଛନ୍ତି। ୬୦ ବର୍ଷ ହେଲେ କୌଣସି ବ୍ୟକ୍ତି ଆଉ କାମ କରିବାକୁ ବଳ ପାଇପାରିବେ ନାହିଁ। ସ୍ବଳ୍ପ ଦରମା କାରଣରୁ ଭବିଷ୍ୟତ ପାଇଁ ଆଦୌ ସଞ୍ଚୟ କରିପାରନ୍ତି ନାହିଁ। ତେଣୁ ଓଡିଶା ଶିକ୍ଷା ଆଇନର ଧାରା ୧୦ ଅନୁଯାୟୀ ସମସ୍ତ ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀଶିକ୍ଷକଙ୍କ ନିମନ୍ତେ ପେନ୍‌ସନ ପଲିସି କରିବାକୁ ଦାବି ହୋଇଛି।

ଏଆଇଏସ୍‌ଏଫ୍‌ ପକ୍ଷରୁ ଛାତ୍ର ଅଧିକାର ସମାବେଶ
୨୦୧୮ରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ରାଜ୍ୟ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଏଆଇଏସ୍‌ଏଫ୍‌ ପକ୍ଷରୁ ଛାତ୍ର ଅଧିକାର ସମାବେଶ ଶନିବାର ଅନୁଷ୍ଠିତ ହୋଇଥିଲା। +୨ରୁ ସମସ୍ତ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ମାଧ୍ୟମରେ ଛାତ୍ର ସଂସଦ ଗଠନ କରିବାକୁ ଦାବି ହୋଇଛି। ସେହିଭଳି ଭାରତ ସରକାରଙ୍କ ନିର୍ଦ୍ଦେଶରେ ଘରୋଇ ଶିକ୍ଷା ବେପାରୀଙ୍କ ଲାଭ ପାଇଁ କେବଳ ଓଡ଼ିଶାରେ ୧୫ହଜାରରୁ ଅଧିକ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ କରି ଅବହେଳିତ ଅଞ୍ଚଳର ଅବହେଳିତ ପରିବାରର ଛାତ୍ରୀଛାତ୍ରଙ୍କୁ ପାଠପଢାରୁ ବଞ୍ଚତ୍ତ କରିବା ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଆନ୍ଦୋଳନରତ ଛାତ୍ରୀଛାତ୍ର ନାରାବାଜି କରିଥିଲେ। ଏଥିସହ ସମସ୍ତଙ୍କୁ
ନିଃଶୁଳ୍କ, ବିଜ୍ଞାନ ସମ୍ମତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ନେଇ ସମାବେଶରେ ଦାବି ଉଠିଛି। ଏଆଇଏସ୍‌ଏଫ ଓଡ଼ିଶା ରାଜ୍ୟ ସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ପ୍ରଫେସର ଅଜୟ ପଟ୍ଟନାୟକ, ଶିକ୍ଷକ ସଂଘ ସଭାପତି ପ୍ରଫେସର ଅମିୟ କୁମାର ମହାନ୍ତି, ଏଆଇଏସ୍‌ଏଫ୍‌ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଭିକି ମାହେଶ୍ୱରୀ, ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ପରିଡା ପ୍ରମୁଖ ଉଦ୍‌ଦୋଧନ ଦେଇଥିଲେ। ଦାବି ପୂରଣ ନ ହେଲେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ।

ଓଡ଼ିଶା ଫାର୍ମାସିଷ୍ଟସ୍‌ ସର୍ଭିସ୍‌ ଆସୋସିଏଶନ
ଓଡ଼ିଶା ଫାର୍ମାସିଷ୍ଟସ୍‌ ସର୍ଭିସ୍‌ ଆସୋସିଏଶନ ପକ୍ଷରୁ ୫ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି। ଫାର୍ମାସିଷ୍ଟ କ୍ୟାଡର ସରକାର ତୁରନ୍ତ ପ୍ରକାଶ କରିବା ସହ ମୂଳ ଦରମାର ଗ୍ରେଡ ପେ’ ୨୪୦୦ ଟଙ୍କା ପରିବର୍ତ୍ତେ ୨୮୦୦ ଟଙ୍କାକୁ ବୃଦ୍ଧି ଓ ୨ ବର୍ଷ ଚାକିରି ପରେ ସମୟାନୁକ୍ରମେ ଗ୍ରେଡ୍‌ ପେ’ ୪୨୦୦ ଟଙ୍କା ପ୍ରଦାନ ପାଇଁ କୁହାଯାଇଛି। ସେହିପରି ସଂଶୋଧିତ କ୍ୟାଡର ୨୦୧୬ ପରିବର୍ତ୍ତେ ୨୦୧୩ରୁ ଲାଗୁ କରାଯାଉ, ଫାର୍ମାସିଷ୍ଟ ପଦବୀକୁ ଫାର୍ମାସୀ ଅଫିସର ଭାବେ ନାମକରଣ କରାଯାଉ, ୨୦୧୩ ପୂର୍ବରୁ ଠିକା ନିଯୁକ୍ତି ପାଇ କାର୍ଯ୍ୟ କରିଥିବା ସମସ୍ତ ଫାର୍ମାସିଷ୍ଟଙ୍କ କାର୍ଯ୍ୟକାଳକୁ ବରିଷ୍ଠତା ପାଇଁ ବିବେଚନା କରାଯିବା ସହ ଆର୍ଥିକ ସୁବିଧା ନିଶ୍ଚିତ କରିବା ଅନ୍ୟ ଏକ ଦାବି ରହିଛି। ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର, ରାଷ୍ଟ୍ରୀୟ ବାଲସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟଙ୍କୁ ଖାଲି ସ୍ଥାନରେ ନିୟମିତ ନିଯୁକ୍ତି ମିଳୁ ବୋଲି ସଂଘର ସମ୍ପାଦକ ଶ୍ରୀକାନ୍ତ ଜେନା ଓ ସଭାପତି ଚିନ୍ମୟ କୁମାର ସିହ୍ନା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri