ଜାତିସଂଘରେ ଗାନ୍ଧିଜୀଙ୍କ ହଲୋଗ୍ରାମ

ଜାତିସଂଘ, ୨ା୧୦: ଅହିଂସା ଓ ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ଜାତିସଂଘରେ ଗାନ୍ଧିଜୀଙ୍କୁ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରାଯାଇଛି। ଅକ୍ଟୋବର ୨କୁ ସାରା ବିଶ୍ୱ ଅହିଂସା ଦିବସ ଭାବେ ପାଳନ କରୁଥିବାବେଳେ ଏହି ବୈଶ୍ୱିକ ସଙ୍ଗଠନର ମୁଖ୍ୟାଳୟରେ ପ୍ରୋଜେକ୍ଟରରେ ପ୍ରଥମ କରି ଗାନ୍ଧିଜୀଙ୍କ ହଲୋଗ୍ରାମ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଭଏସ୍‌ ଓଭର ମାଧ୍ୟମରେ ଭାରତକୁ ସ୍ବାଧୀନତାର ସ୍ବାଦ ଚଖାଇଥିବା ଗାନ୍ଧିଜୀଙ୍କ ଶିକ୍ଷା ଓ ଅହିଂସା ବାର୍ତ୍ତା ବଣ୍ଟାଯାଇଥିଲା।
ଏବଂ ୟୁନେସ୍କୋ ମହାତ୍ମା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେଶନ ଫର୍‌ ପିସ୍‌ ଆଣ୍ଡ୍‌ ସସ୍‌ଟେନେବଲ ଡେଭେଲପମେଣ୍ଟ(ଏମ୍‌ଜିଆଇପି) ପାଇଁ ଥିବା ଭାରତର ସ୍ଥାୟୀ ମିଶନ ଦ୍ୱାରା ଆୟୋଜିତ ଏକ ଆଲୋଚନାରେ ଏହି ହଲୋଗ୍ରାମ ପ୍ରଦର୍ଶିତ ହୋଇଥିଲା। ସାକ୍ଷରତା ଶିକ୍ଷାର ଅନ୍ତ କିମ୍ବା ଆରମ୍ଭ ନୁହେଁ। ଏହାର ମାନେ ଜଣେ ଶିଶୁ ଏବଂ ବ୍ୟକ୍ତିଙ୍କ ଶରୀର, ମନ ତଥା ଆତ୍ମାର ବିକାଶ ବୋଲି ଗାନ୍ଧିଜୀଙ୍କ ହଲୋଗ୍ରାମ ବାର୍ତ୍ତା ଦେଇଥିଲା। ଗାନ୍ଧିଜୀଙ୍କ ଜୀବନ ଓ ଆଦର୍ଶ ଏକ ଶାନ୍ତିପୂର୍ଣ୍ଣ ଏବଂ ସହନଶୀଳ ପୃଥିବୀ ପାଇଁ ବାଟ ଖୋଲିଥାଏ ବୋଲି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ କହିଥିଲେ। ହେଲେ ଆମେ ସେହି ରାସ୍ତାରେ ନ ଯିବା ଦୁଃଖର କଥା। ଦୁନିଆ ଦିନକୁ ଦିନ ଅଧିକ ବିବାଦ ଓ ଜଳବାୟୁ ପରିବର୍ତ୍ତନର କରାଳ ରୂପ ଦେଖୁଛି। ବିଶ୍ୱ ସମୁଦାୟକୁ ଏକ ପରିବାର ଭାବେ ଏକାଠି ହୋଇ ଗାନ୍ଧିଜୀଙ୍କ ରାସ୍ତାରେ ଚାଲିବା ଉଚିତ ବୋଲି ସେ ପ୍ରକାଶ କରିଥିଲେ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ୍‌ ଏହି ଆଲୋଚନାରେ ଉପସ୍ଥିତ ଥିଲେ। ଏମ୍‌ଜିଆଇପି ନିର୍ଦ୍ଦେଶକ ଅନନ୍ତ ଦୁରାଇପ୍ପାଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ମଣିଷର ବିକାଶରେ ଶିକ୍ଷା’। ୨୦୦୭ ଜୁନ୍‌ରେ ଜାତିସଂଘ ସାଧାରଣ ସଭାରେ ଅକ୍ଟୋବର ୨କୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରିବାକୁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ବାପୁଜୀଙ୍କ ଜନ୍ମଦିନରେ ଶିକ୍ଷା ତଥା ଜନସଚେତନତା ମାଧ୍ୟମରେ ସତ୍ୟ ତଥା ଅହିଂସା ବାର୍ତ୍ତା ସାରା ବିଶ୍ୱରେ ବିସ୍ତାର କରିବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri