ଶ୍ରୀମନ୍ଦିରରେ ଗାନ୍ଧୀ

ସେ ଦିନ ଥିଲା ୧୯୨୧ ମାର୍ଚ୍ଚ ୨୩। କଟକ ରେଳ ଷ୍ଟେଶନ ପାଲଟିଥିଲା ଜନ ସମୁଦ୍ର। ଅସଂଖ୍ୟ ଜନତାଙ୍କ ଆକାଂକ୍ଷିତ ମଣିଷ ମହାତ୍ମା ଗାନ୍ଧୀ ପାଦ ଦେଇଥିଲେ ଉତ୍କଳ ଭୂଇଁରେ। ଓଡ଼ିଶା ଇତିହାସର ଏହି ସ୍ମରଣୀୟ ଦିବସର ଆଜି ଶତବାର୍ଷିକୀ। ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମ୍ପର୍କିତ କେତେକ ବିଷୟକୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା…।

ଜାତିର ଜନକ ମହାତ୍ମା ଗାନ୍ଧୀ। ଅସ୍ପୃଶ୍ୟତା ବିରୋଧରେ ସାରା ଜୀବନ ଲଢେଇ କରିଥିବା ସେହି ମହାନ୍‌ ବ୍ୟକ୍ତିତ୍ୱ ୧୯୨୧ ମାର୍ଚ୍ଚ ୨୩ରେ ଓଡ଼ିଶା ମାଟିରେ ପ୍ରଥମେ ପାଦ ଦେଇଥିଲେ। କଟକରେ ପ୍ରଥମ ରହଣି। ତା’ପରେ ଭଦ୍ରକ। ଭଦ୍ରକରୁ ପୁରୀ। ପୁରୀ ରହଣି ସମୟରେ ୧୯୨୧ ମାର୍ଚ୍ଚ ୨୭ରେ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ ଗାନ୍ଧୀ। ତାଙ୍କ ସହିତ ସହଧର୍ମିଣୀ କସ୍ତୁରବା ଓ ପୁତ୍ର ଦେବଦାସ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଖୁସିମନରେ ଫେରିଥିଲେ। ଏହା କହିଛନ୍ତି ଶ୍ରୀମନ୍ଦିରର କୌଳିକ ପଣ୍ଡା ତଥା ଗୁଜୁରାଟ ଯାତ୍ରୀପଣ୍ଡା ରଘୁନାଥ ଗୋଚ୍ଛିକାର। ରଘୁନାଥ କହିଛନ୍ତି, ତାଙ୍କ ପାଖରେ ଥିବା ନଥିରେ ଗାନ୍ଧିଜୀଙ୍କ ଦସ୍ତଖତ ରହିଛି। ଶ୍ରୀମନ୍ଦିରରେ ଦର୍ଶନ ସାରି ଗାନ୍ଧି ଏହି ନଥିରେ ଦର୍ଶନ ଅନୁଭୂତି ଲେଖି ନିଜ ଦସ୍ତଖତ କରିଥିଲେ। ଗୁଜୁରାଟୀ ଭାଷାରେ ଏହି ଅନୁଭୂତି ଲେଖାଯାଇଛି। ଗୁଜୁରାଟ ଦର୍ଶନାର୍ଥୀଙ୍କ ଖାତାରେ ଗାନ୍ଧିଜୀ ଲେଖିଥିଲେ, ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ଅତ୍ୟନ୍ତ ପ୍ରୀତ ହେଲି। ତେବେ ଏହା ତାଙ୍କ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା ବୋଲି ରଘୁନାଥ କହିଛନ୍ତି। ସେହିପରି ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡ଼ା କହିଛନ୍ତି, ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ଅର୍ଥାତ୍‌ ୧୯୨୧ମାର୍ଚ୍ଚ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିଥିଲେ। ଏହି ସମୟରେ ପୁରୀ ବଡ଼ଦାଣ୍ଡରେ ତାଙ୍କୁ ବିପୁଳ ସମ୍ଭର୍ଦ୍ଧନା ଦିଆଯାଇଥିଲା। ନିଜେ ଗଜପତି ମହାରାଜା ଏଥିଲାଗି ଭବ୍ୟ ଆୟୋଜନ କରିଥିଲେ।

କଟକରୁ… ଭଦ୍ରକ
୧୯୨୧ ମାର୍ଚ୍ଚ ୨୩ରେ କଟକରେ ପହଞ୍ଚତ୍ବା ପରେ ମହାତ୍ମା ଗାନ୍ଧୀ ସ୍ବରାଜ ଆଶ୍ରମରେ ଅବସ୍ଥାନ କରିଥିଲେ। ସେହି ଦିନ ଅପରାହ୍ନ ୫ଟାରେ କାଠଯୋଡ଼ି କୂଳ ଗଣେଶଘାଟର ବିସ୍ତୃତ ବାଲୁକା ଶଯ୍ୟାରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ସେଠାରେ ତାଙ୍କ ସହ ପତ୍ନୀ କସ୍ତୁରବା, ପୁତ୍ର ଦେବଦାସ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତାଗଣ ସଭାମଣ୍ଡପରେ ଉପସ୍ଥିତ ହୋଇଥିଲେ। ମାର୍ଚ୍ଚ ୨୪ ଦିନ କଟକରେ ଆୟୋଜିତ ବିଭିନ୍ନ ସଭାରେ ସମବେତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ଭଦ୍ରକ ଅଭିମୁଖେ ବାହାରିଥିଲେ ଗାନ୍ଧୀ। ମାର୍ଚ୍ଚ ୨୫ ତାରିଖ ସକାଳେ ଭଦ୍ରକରେ ପହଞ୍ଚି ଏକ ବିରାଟ ସାଧାରଣ ସଭାରେ ଯୋଗଦେଇଥିଲେ। ସଭାରେ ହଜାର ହଜାର ଜନତା ସମବେତ ହୋଇଥିଲେ।
ଭଦ୍ରକରୁ… ପୁରୀ
ମାର୍ଚ୍ଚ ୨୫ ରାତିରେ ଟ୍ରେନ୍‌ରେ ଗାନ୍ଧିଜୀ ଗୋପବନ୍ଧୁଙ୍କ ସାଥିରେ ଧରି ଭଦ୍ରକରୁ ପୁରୀ ଅଭିମୁଖେ ବାହାରିଲେ। ମାର୍ଚ୍ଚ ୨୬ ସକାଳେ ପ୍ରଥମେ ପହଞ୍ଚତ୍ଲେ ସତ୍ୟବାଦୀରେ। ସତ୍ୟବାଦୀର ଅଭିନବ ମୁକ୍ତାକାଶ ଶିକ୍ଷାୟତନ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ଅପରାହ୍ନରେ ସାକ୍ଷୀଗୋପାଳ ଦର୍ଶନ ସାରି ଗାନ୍ଧିଜୀ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲେ। ପୁରୀଧାମକୁ ଏହାଥିଲା ତାଙ୍କର ପ୍ରଥମ ଗସ୍ତ। ସେହିଦିନ ସନ୍ଧ୍ୟାରେ ଶରଧା ବାଲିରେ ଏକ ସଭାରେ ଯୋଗଦେଇଥିଲେ ଗାନ୍ଧୀ।

ବ୍ରହ୍ମପୁରରେ..୍ଯଯ
ପୁରୀ ଗସ୍ତ ସାରି ମାର୍ଚ୍ଚ ୨୯ରେ ପ୍ରଥମ ଥର ପାଇଁ ବ୍ରହ୍ମପୁରରେ ପହଞ୍ଚତ୍ଥିଲେ ମହାତ୍ମା ଗାନ୍ଧୀ । ସେଠାରେ ଆୟୋଜିତ ସାଧାରଣ ସଭାରେ ଭାଷଣ ଦେଇ ସେ ଭାଷାସୂତ୍ରରେ ପ୍ରଦେଶ ଗଠନ ନୀତିକୁ ସମର୍ଥନ ସହ ଭାଷାଗତ ପ୍ରଦେଶ ଗଠନର ବିବାଦ ପଞ୍ଚାୟତ ଜରିଆରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଭାଷା ଆନ୍ଦୋଳନର ପ୍ରମୁଖ ନେତା ସ୍ବର୍ଗତ ମଧୁସୂଦନ ପାଣିଗ୍ରାହୀଙ୍କ ଟାଉନହଲ ରୋଡ୍‌ସ୍ଥିତ ବାସଭବନ ‘ମଧୁ ମନ୍ଦିର’ରେ ରାତ୍ର ଯାପନ କରିଥିଲେ ଗାନ୍ଧୀ।

ଜାତିର ଜନକ ମହାତ୍ମା ଗାନ୍ଧୀ। ଅସ୍ପୃଶ୍ୟତା ବିରୋଧରେ ସାରା ଜୀବନ ଲଢେଇ କରିଥିବା ସେହି ମହାନ୍‌ ବ୍ୟକ୍ତିତ୍ୱ ୧୯୨୧ ମାର୍ଚ୍ଚ ୨୩ରେ ଓଡ଼ିଶା ମାଟିରେ ପ୍ରଥମେ ପାଦ ଦେଇଥିଲେ। କଟକରେ ପ୍ରଥମ ରହଣି। ତା’ପରେ ଭଦ୍ରକ। ଭଦ୍ରକରୁ ପୁରୀ। ପୁରୀ ରହଣି ସମୟରେ ୧୯୨୧ ମାର୍ଚ୍ଚ ୨୭ରେ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ ଗାନ୍ଧୀ। ତାଙ୍କ ସହିତ ସହଧର୍ମିଣୀ କସ୍ତୁରବା ଓ ପୁତ୍ର ଦେବଦାସ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଖୁସିମନରେ ଫେରିଥିଲେ। ଏହା କହିଛନ୍ତି ଶ୍ରୀମନ୍ଦିରର କୌଳିକ ପଣ୍ଡା ତଥା ଗୁଜୁରାଟ ଯାତ୍ରୀପଣ୍ଡା ରଘୁନାଥ ଗୋଚ୍ଛିକାର। ରଘୁନାଥ କହିଛନ୍ତି, ତାଙ୍କ ପାଖରେ ଥିବା ନଥିରେ ଗାନ୍ଧିଜୀଙ୍କ ଦସ୍ତଖତ ରହିଛି। ଶ୍ରୀମନ୍ଦିରରେ ଦର୍ଶନ ସାରି ଗାନ୍ଧି ଏହି ନଥିରେ ଦର୍ଶନ ଅନୁଭୂତି ଲେଖି ନିଜ ଦସ୍ତଖତ କରିଥିଲେ। ଗୁଜୁରାଟୀ ଭାଷାରେ ଏହି ଅନୁଭୂତି ଲେଖାଯାଇଛି। ଗୁଜୁରାଟ ଦର୍ଶନାର୍ଥୀଙ୍କ ଖାତାରେ ଗାନ୍ଧିଜୀ ଲେଖିଥିଲେ, ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ଅତ୍ୟନ୍ତ ପ୍ରୀତ ହେଲି। ତେବେ ଏହା ତାଙ୍କ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା ବୋଲି ରଘୁନାଥ କହିଛନ୍ତି। ସେହିପରି ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡ଼ା କହିଛନ୍ତି, ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ଅର୍ଥାତ୍‌ ୧୯୨୧ମାର୍ଚ୍ଚ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିଥିଲେ। ଏହି ସମୟରେ ପୁରୀ ବଡ଼ଦାଣ୍ଡରେ ତାଙ୍କୁ ବିପୁଳ ସମ୍ଭର୍ଦ୍ଧନା ଦିଆଯାଇଥିଲା। ନିଜେ ଗଜପତି ମହାରାଜା ଏଥିଲାଗି ଭବ୍ୟ ଆୟୋଜନ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri