ରାଜ୍ୟ ସଂଗ୍ରହାଳୟରେ ‘ଗାନ୍ଧିଜୀ ଓ ତିନି ମାଙ୍କଡ଼’

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଶନିବାର ରାଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି କଣ୍ଢେଇ ପ୍ରଦର୍ଶନୀ। ‘ଗାନ୍ଧିଜୀ ଓ ତିନି ମାଙ୍କଡ଼’ ଶୀର୍ଷକ ଏହି ପ୍ରଦର୍ଶନୀରେ ୪ହଜାର କଣ୍ଢେଇ ସ୍ଥାନ ପାଇଛି, ଯେଉଁଥିରେ ଭରି ରହିଛି ଅନେକ ସାମାଜିକ ବାର୍ତ୍ତା। ଛୋଟ ବଡ଼ ଭଳିକି ଭଳି କଣ୍ଢେଇ ସହ ବିଭିନ୍ନ ପଶୁ ପକ୍ଷୀ, ଆଦିବାସୀ ମଣିଷ, ପ୍ଲାଷ୍ଟିକ ଖେଳନା, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି, ଦେବଦେବୀଙ୍କୁ କଣ୍ଢେଇ ବେଶରେ ଦେଖି ଛାତ୍ରୀଛାତ୍ର ଓ ଦର୍ଶକଙ୍କ ମନ ଲାଖି ଯାଉଛି।
ସୁରେଶ ବଳବନ୍ତରାୟ ଫାଉଣ୍ଡେଶନ ପକ୍ଷରୁ ଆରମ୍ଭ ହୋଇଥିବା କଣ୍ଢେଇ ପ୍ରଦର୍ଶନୀ ୧୫ ଦିନ ଧରି ଚାଲିବ। ପରବର୍ତ୍ତୀ ସମୟରେ ଏସବୁ କଣ୍ଢେଇକୁ ସଂଗ୍ରହାଳୟରେ ଆରମ୍ଭ ହେବାକୁ ଥିବା କଣ୍ଢେଇ ଗ୍ୟାଲେରିରେ ସ୍ଥାନିତ କରାଯିବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରକାଶ କରିଛନ୍ତି। ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପାରମ୍ପରିକ ବିଭବଗୁଡ଼ିକ ଉପରେ ଛାତ୍ରୀଛାତ୍ରଙ୍କୁ ଅଧିକ ସଚେତନ କରିବା ସହିତ ସଂଗ୍ରହାଳୟ ସହ ଯୋଡ଼ିବା ଲାଗି ଏପରି କାର୍ଯ୍ୟକ୍ରମ ବେଶ୍‌ ସହାୟକ ହେବ ବୋଲି ଡ. ମଲ୍ଲ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ସାହିତି୍ୟକ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, ଫାଉଣ୍ଡେଶନ ସଭାପତି ଡ. ହରେକୃଷ୍ଣ ପାତ୍ର, ଟ୍ରଷ୍ଟି ପ୍ରଫୁଲ୍ଲ ଚନ୍ଦ୍ର ଧୀର, ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଅଜିତ କୁମାର ଦାସ, ଫାଉଣ୍ଡେଶନ ସଦସ୍ୟ ସୂର୍ଯ୍ୟ ମିଶ୍ର, ଡ. ଦେବାଶିଷ ମହାପାତ୍ର, ପବିତ୍ର ପ୍ରଧାନ, ସୁଧୀର ମଉଡ଼ମଣି ଓ ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ପ୍ରମୁଖ ଉପସ୍ଥିତ ଥିଲେ। ଅନିନ୍ଦିତା ଦାସ ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଗାନ କରିଥିଲେ। ଭାରତୀ ପାଲ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଶୃଙ୍ଖଳିତ ଭାବେ ଧାଡ଼ିବାନ୍ଧି ପ୍ରଦର୍ଶନୀ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri