ଗନ୍ଧମାର୍ଦ୍ଦନ ସୁରକ୍ଷା ପ୍ରସଙ୍ଗ:ପ୍ରମୁଖ ରାଜନୈତିକ ଦଳଙ୍କ ବଢ଼ୁଛି ଅଡୁଆ

ବଲାଙ୍ଗୀର,୨୨ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଓ ବରଗଡ଼ ମଧ୍ୟରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପାହାଡ଼ ଜୈବବିବିଧତାରେ ପରିପୂର୍ଣ୍ଣ। ହେଲେ ଶିଳ୍ପସଂସ୍ଥାଗୁଡ଼ିକର ଦୃଷ୍ଟି ସେଠାରେ ଥିବା ପ୍ରାକୃତିକ ସମ୍ବଳ ଉପରେ ନିବଦ୍ଧ। ନିର୍ଦ୍ଦିଷ୍ଟ ଶିଳ୍ପ ସଂସ୍ଥା ସେଠାରେ ଜମି କିଣିବା ପରେ ଗନ୍ଧମାଦ୍ଦର୍ର୍ନ ସୁରକ୍ଷା ନେଇ ଗତ ବର୍ଷ ଶେଷ ଆଡ଼କୁ ଅସ୍ବାଭାବିକ ସ୍ଥିତି ଉପୁଜିଥିଲା। ଫଳରେ ସ୍ଥାନୀୟ ଅଧିବାସୀ ଓ ସାମାଜିକ କର୍ମକର୍ତ୍ତା ଗଣଧାରଣା ଦେଇଥିଲେ। ପ୍ରସଙ୍ଗ ବଡ଼ ଆକାର ଧାରଣ କରିବାରୁ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଥିଲେ ମଧ୍ୟ ପ୍ରମୁଖ ରାଜନୈତିକ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଉଛି।
ସୁରକ୍ଷା ପାଇଁ ତିନି ଦଳ ଭାଜପା, ବିଜେଡି ଓ କଂଗ୍ରେସର ଗତିବିଧି ଉପରେ ଲୋକଙ୍କ ନଜର ରହିଛି। ଗତ ରବିବାର ଖପ୍ରାଖୋଲସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ଗନ୍ଧମାର୍ଦ୍ଦନ ସୁରକ୍ଷାକୁ ନେଇ ପଶ୍ଚିମ ଓଡ଼ିଶା ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଶିଷ୍ଟ ପରିବେଶବିତ୍‌, ସାମାଜିକ କର୍ମୀ, ଚାଷୀନେତା, ରାଜନେତା, କୋଶଳବାଦୀ ନେତା, ବିଭିନ୍ନ ଜନଆନ୍ଦୋଳନର ପ୍ରତିନିଧି ଏବଂ ଜନସାଧାରଣ ଯୋଗ ଦେଇଥିଲେ। ବିଜେଡି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁ, ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ ମେହେର ଓ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ହେଲେ ମହାସମାବେଶରେ ବିଜେଡି ନେତାଙ୍କୁ କିଛି ଲୋକ ବିରୋଧ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଶାସନ କ୍ଷମତାରେ ଥିଲା ବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା କଥା ନ କହି ଏବେ କାହିଁକି ଆସିଛ ବୋଲି କହି ସେମାନେ ପ୍ରଶ୍ନ କରିଥିଲେ। ସଭାରେ ପୂର୍ବତନ ମନ୍ତ୍ରୀ ଛୁରିଆ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନକୁ ସମର୍ଥନ କରୁଛୁ କହି ଲୋକଙ୍କ ଯାହା ବି ଦାବି ରହିଛି ନବୀନ ବାବୁଙ୍କୁ ଜଣାଇ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବୁ ବୋଲି କହିଥିଲେ। ମହାସମାବେଶରେ ବିରୋଧର ସମ୍ମୁଖୀନ ହୋଇଥିଲେ ମଧ୍ୟ ବିଜେଡି ନେତାମାନେ ସାହସ ଜୁଟାଇଥିବା ଦେଖିବାକୁ ମିଳିଥିଲା। ମାତ୍ର କଂଗ୍ରେସ କିମ୍ବା ଭାଜପାରୁ କେହି ଆସି ନ ଥିବାରୁ ଦୁଇ ଦଳକୁ ସମାଲୋଚନା କରାଯାଇଛି।
ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା କହିଥିଲେ, ଜଣେ ଉପମୁଖ୍ୟମନ୍ତ୍ରୀ ଓ ବରଗଡ ଏମ୍‌ପି ଗନ୍ଧମାର୍ଦ୍ଦନ ସୁରକ୍ଷା କଥା କହୁଥିଲେ ହେଁ ମୁଖ୍ୟମନ୍ତ୍ରୀ ଅଦ୍ୟାବଧି ଏହା ଉପରେ କିଛି ମନ୍ତବ୍ୟ ଦେଇନାହାନ୍ତି। ସରକାର ପ୍ରକୃତରେ ଯଦି ଗନ୍ଧମାର୍ଦ୍ଦନ ସୁରକ୍ଷା ଚାହୁଁଛନ୍ତି ତେବେ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରି ଉକ୍ତ ଅଞ୍ଚଳକୁ ନୋ ମାଇନିଂ ଜୋନ୍‌ ଘୋଷଣା କରନ୍ତୁ ବୋଲି ସାମନ୍ତରା କହିଥିଲେ। ଚାଷୀନେତା ଲିଙ୍ଗରାଜ କହିଥିଲେ, ଅଶୀ ଦଶକରେ କଂଗ୍ରେସ, ନବେ ଦଶକରେ ଜନତା ଦଳ ଏବଂ ପରେ ବିଜେଡି-ଭାଜପା ମେଣ୍ଟ ସରକାର ଗନ୍ଧମାର୍ଦ୍ଦନରେ ବକ୍ସାଇଟ୍‌ ଖନନ ଉଦ୍ୟମ କରିଛନ୍ତି। ଏଣୁ ଲୋକେ କୌଣସି ରାଜନୈତିିକ ଦଳକୁ ଆଉ ବିଶ୍ୱାସ କରୁନାହାନ୍ତି। ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବାକୁ ହେଲେ ବିଧାନସଭାରେ ସର୍ବଦଳୀୟ ସଂକଳ୍ପ ପାରିତ କରାଯାଉ ଏବଂ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ବିଧିବଦ୍ଧ ଆଇନ ଅଣାଯାଉ ବୋଲି ଲିଙ୍ଗରାଜ ଆହ୍ବାନ ଦେଇଛନ୍ତି। କୋଶଳବାଦୀ ନେତା ପ୍ରମୋଦ ମିଶ୍ର କହିଥିଲେ, ସବୁ ପ୍ରମୁଖ ରାଜନୈତିକ ଦଳ ଗନ୍ଧମାର୍ଦ୍ଦନକୁ ଧ୍ୱଂସ କରିବାକୁ ଉଦ୍ୟମ କରୁଛନ୍ତି। ଏଣୁ ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ହେଲେ ଆମେ ଗନ୍ଧମାର୍ଦ୍ଦନକୁ ସୁରକ୍ଷା ଦେଇପାରିବୁ ବୋଲି ସେ କହିଛନ୍ତି। ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ଏମ୍‌ପି ଭବାନୀ ଶଙ୍କର ହୋତା କହିଥିଲେ, ତିନି ପ୍ରମୁଖ ରାଜନୈତିକ ଦଳ ପୂର୍ବରୁ ଗନ୍ଧମାର୍ଦ୍ଦନରେ ଖଣିଖନନ ଉଦ୍ୟମ କରିଛନ୍ତି। ଏଭଳି ପରିପ୍ରେକ୍ଷୀରେ ଆଗାମୀ ବିଧାନସଭାରେ ସର୍ବଦଳୀୟ ସଂକଳ୍ପ ପାରିତ କରାଯାଇ ଭବିଷ୍ୟତରେ ଯେଭଳି ଏଠାରେ ଖଣିଖନନ ନ ହେବ ସେ ନେଇ ଆଇନ ଅଣାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଜନଆନ୍ଦୋଳନକୁ ବ୍ୟାପକ ଓ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୫୭ ଦିନର ଗଣଧାରଣାକୁ ୨୦ ଜାନୁଆରୀରେ ସାମୟିକ ସ୍ଥଗିତ ଘୋଷଣା କରିଛି। ଯେଉଁଭଳି ଭାବେ ଗନ୍ଧମାର୍ଦ୍ଧନ ପ୍ରସଙ୍ଗ ବଢ଼ିବାରେ ଲାଗିଛି ଠିକଣା ସମୟରେ ତିନି ପ୍ରମୁଖ ରାଜନୈତିକ ଦଳ ଉଚିତ ପଦକ୍ଷେପ ନ ନେଲେ ସେମାନଙ୍କ ଅଡୁଆ ବଢ଼ିବ ବୋଲି ଆଲୋଚନା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri