‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ଡେଭେଲପରଙ୍କୁ ହତ୍ୟା

ବେଜିଂ, ୨୯ା୧୨: ଗେମ୍‌ ଡେଭେଲପର ୟୋଜୁର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଲିନ୍‌ ଚିଙ୍କ ଖ୍ରୀଷ୍ଟମାସରେ ମୃତ୍ୟୁ ଘଟିଛି। ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ପାଇଁ ପରିଚିତ ଲିନ୍‌ଙ୍କୁ ଚା’ରେ ବିଷ ଦେଇ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲିନ ଚିଙ୍କ ସହଯୋଗୀ ଜୁ ୟାଓଙ୍କୁ ସାଂଘାଇ ପୋଲିସ ଅଭିଯୁକ୍ତ ଦର୍ଶାଇ ତଦନ୍ତ ଆରମ୍ଭ କରିଛି। ଜୁ ୟାଓ ହେଉଛନ୍ତି ଫିଲ୍ମ ନିର୍ମାଣ ଶାଖାର ମୁଖ୍ୟ। ହୁରୁନ୍‌ ଚାଇନା ଧନୀ ତାଲିକା ଅନୁଯାୟୀ, ଲିନ୍‌ ଚିଙ୍କର ମୋଟ ସମ୍ପତ୍ତି ପ୍ରାୟ ୬.୮ ବିଲିୟନ ୟୁଆନ ହେବ। ଲୋକପ୍ରିୟ ଖେଳ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ବ୍ୟତୀତ ୟୋଜୁ ବ୍ରଲ୍‌ ଷ୍ଟାର୍ସ ଓ ଚାଇନାର ଟେନ୍ସେଣ୍ଟ ହୋଲ୍ଡିଂ ସହିତ ମଧ୍ୟ କାର୍ଯ୍ୟ କରୁଛି।

Share