Posted inଫୁରସତ

ପୋକ ଆକର୍ଷିତ କରିବା ଖେଳ

ଖେଳ, ମନୋରଞ୍ଜନ ସହ ମନ ଫୁର୍ତ୍ତି କରାଏ ଓ ଶରୀରକୁ ସୁସ୍ଥ ରଖେ। ପୃଥିତ୍ବୀରେ ଅନେକ ପ୍ରକାରର ଖେଳ ଅଛି। ତେବେ ବ୍ରିଟେନରେ ଏମିତି ଏକ ଖେଳ ଖେଳାଯାଏ ଯାହାକି ବେଶ୍‌ ଅଜବ। ଆମେ ସାଧାରଣତଃ ଯେଉଁ ପୋକଗୁଡିକ ଘରେ ପଶିଲେ ଅବିଳମ୍ବେ ବାହାରକୁ ଫିଙ୍ଗିଦେଉ ଏହି ଖେଳରେ ସେଗୁଡିକୁ ଯେକୌଣସି ଉପାୟ ଅବଲମ୍ବନ କରି ନିଜ ଆଡ଼କୁ ଆକର୍ଷିତ କରି ଆଣିବାକୁ ହୁଏ। ଏଥିପାଇଁ ପ୍ରତିଯୋଗିମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼େ। ଏହି ଖେଳର ନାମ ହେଉଛି ‘ଓ୍ବାର୍ଲଡ ଓ୍ବର୍ମ ଚାର୍ମିଂ ଚାମ୍ପିୟନଶିପ’। ଏହି ପ୍ରତିଯୋଗିତାରେ ପ୍ରତିଯୋଗିମାନଙ୍କୁ ଏକ ଘାସ ପଡ଼ିଆର ୨ ବର୍ଗ ମିଟର ଜାଗା ଦିଆଯାଏ। ପ୍ରତିଯୋଗୀମାନେ ଅଧଘଣ୍ଟା ଭିତରେ ପଡ଼ିଆର ସେହି ସ୍ଥାନରେ ଲୁଚି ରହିଥିବା ପୋକକୁ ବିଭିନ୍ନ ଟ୍ରିକ୍‌ ବ୍ୟବହାର କରି ଯେମିତିକି ପାଣି ଦେଇ, ନାଚ କରି, ଡ୍ରମ ବଜାଇ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତି। ଏଥିରେ ପ୍ରତିଯୋଗିଙ୍କୁ ମାଟି ଖୋଳିବା ହତିଆର ବ୍ୟବହାର କରିବା ନିଷେଧ ଥାଏ। ସାଧାରଣତଃ ଭୂମି ଉପରର ଡିଆଁ ଡେଇଁର ଭାଇବେଶନ୍‌ରେ ମାଟି ଭିତରର ପୋକ ବାହାରକୁ ବାହାରି ଥାଆନ୍ତି। ତେଣୁ ସେଇଭଳି କିଛି ଟ୍ରିକ ପ୍ରତିଯୋଗୀମାନେ ବ୍ୟବହାର କରନ୍ତି। ପ୍ରତିଯୋଗିତାରେ ଯିଏ ଅଧିକ ପୋକ ମାଟିରୁ ବାହାର କରି ନିଜ ଆଡ଼କୁ ଆଣିପାରନ୍ତି ସେ ଜିତନ୍ତି। ପ୍ରତିଯୋଗିତା ସରିବା ପରେ ପୋକଗୁଡିକୁ ଛାଡି ଦିଆଯାଏ। ୧୯୮୦ରେ ଏହି ଖେଳ ପ୍ରଥମେ ଖେଳା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri