ହୋଟେଲ ରୁମ୍‌ରେ ଚାଲିଥିଲା ଜୁଆଖେଳ: ଚଢ଼ାଉ କଲା ପୋଲିସ, ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ; ୯ ଅଟକ…

ସମ୍ବଲପୁର,୩ା୧(ପ୍ରମୋଦ ବହିଦାର): ସମ୍ବଲପୁର ଭିଏସ୍‌ଏସ୍‌ ମାର୍ଗସ୍ଥିତ ହୋଟେଲ ଉପହାର ପ୍ୟାଲେସରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ଚଢାଉ କରି ୯ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ଅନୁମାନ କରାଯାଉଛି। ଏହାସହ ୬ଟି ବାଇକ୍‌କୁ ମଧ୍ୟ ଧନୁପାଲି ଥାନା ପୋଲିସ ଜବତ କରିଥିବା ସୂଚନା ମିଳିଛି ।
ପ୍ରାଥମିକସ୍ତରରେ ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ପଶ୍ଚିମ ଓ ଅନ୍ୟତମ ଗଣପର୍ବ ପୁଷପୁନୀ(ପୌଷ ପୂର୍ଣ୍ଣିମା) ଅବସରରେ ଭିଏସଏସ ମାର୍ଗସ୍ଥିତ ହୋଟେଲ ଉପହାର ପ୍ୟାଲେସ୍‌ର କକ୍ଷ ନମ୍ବର ୧୦୫ ଜୁଆଖେଳ ଚାଲିଥିଲା। ଏସମ୍ପର୍କରେ ଖବର ପାଇ ଧନୁପାଲି ଥାନା ପୋଲିସ ଶନିବାର ଅପରାହ୍ନରେ ଉକ୍ତ ହୋଟେଲ୍ରେ ଅତର୍କିତ ଚାଉ କରିଥିଲା। ହଠାତ ପୋଲିସକୁ ଦେଖି ଜୁଆ ଖେଳରେ ସମ୍ପୃକ୍ତ ବ୍ୟକ୍ତିମାନେ ଉକ୍ତ କକ୍ଷରେ ଥିବା ଶୌଚାଳୟ ଫ୍ଲସ୍‌ରେ ଜୁଆଖେଳରେ ବ୍ୟବହୃତ ସମସ୍ତ ଟଙ୍କାକୁ ଲୁଚାଇ ଦେଇଥିଲେ। ଅପରପକ୍ଷରେ ପୋଲିସ ଉକ୍ତ କକ୍ଷରେ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ଶୌଚାଳୟ ଫ୍ଲସକୁ ମଧ୍ୟ ଯାଞ୍ଚ କରି ଏଥିରେ ଲୁଚାଇ ରଖିଥିବା ଲକ୍ଷାଧିକ ଟଙ୍କାକୁ ଜବତ କରିଥିଲା। ତେବେ ଉକ୍ତ ଟଙ୍କା ଗଣତି ହୋଇ ନ ଥିବାରୁ କେତେଟଙ୍କା ଜବତ ହୋଇଛି ତାହା ପୋଲିସ କହି ପାରି ନାହିଁ । ପୋଲିସ ଅଟକ ରଖିଥିବା ବ୍ୟକ୍ତିମାନଙ୍କୁ ପଚରା ଉଚରା କରୁଛି। ଏଥିରେ ହୋଟେଲ ମାଲିକଙ୍କ ସମ୍ପୃକ୍ତି ସିଧା ସଳଖ ନ ଥିଲେ ମଧ୍ୟ ନିଶ୍ଚିତ ରୂପେ ପରୋକ୍ଷ ସମ୍ପୃକ୍ତି ରହିଥିବା ପୋଲିସ ଅନୁମାନ କରୁଛି । ତେବେ ଫ୍ଲସ ମଧ୍ୟରେ ରହିଥିବା ଟଙ୍କା ଓଦା ହୋଇ ଯାଇଥିବାରୁ ତାକୁ ବର୍ତ୍ତମାନ ଶୁଖାଇବା ପ୍ରୟାସ ଚାଲିଛି ।
ଏହାକୁ ନେଇ ହୋଟେଲ ମାଲିକ ଗୋପକୃଷ୍ଣ ସାମନ୍ତରାୟ ତାଙ୍କ ହୋଟେଲ ରୁମ୍‌ରେ ଜୁଆଖେଳ ଚାଲିଥିବା ସେ ଆଦୌ ଜାଣି ନ ଥିଲେ। ତିନିଜଣ ବ୍ୟକ୍ତି ଆସି ଏଠାରେ ରୁମ ବୁକ୍‌ କରିଥିଲେ । ଏପରିକି ରୁମ ସର୍ଭିସ ଜରିଆରେ ଖାଇବା ଅର୍ଡର ମଧ୍ୟ କରିଥିଲେ । ତେବେ ତିନିଜଣ ବୁକ କରିଥିବା ରୁମ୍‌ରେ ୯ ଜଣ ଲୋକ କିଭଳି ଆସିଲେ ସେ ସମ୍ପର୍କରେ ମଧ୍ୟ ସେ ଆଦୌ ଜାଣି ନାହାନ୍ତି ବୋଲି କହିଛନ୍ତି ହୋଟେଲ ମାଲିକ ସାମନ୍ତରାୟ ।
ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି ଯେ, ଉକ୍ତ ହୋଟେଲ୍‌ରେ ଜୁଆଖେଳ ଚାଲିଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଆରକ୍ଷୀ ଅଧିକ୍ଷକ ଉକ୍ତ ହୋଟେଲ୍‌ରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆରକ୍ଷୀ ଅଧିକକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଅପରାହ୍ନରେ ଧନୁପାଲି ଆଇଆଇସି ଆଦିତ୍ୟ ମହାକୁଡ଼ ନେତୃତ୍ୱରେ ଏକ ପୋଲିସ ଦଳ ଉକ୍ତ ହୋଟେଲ୍ରେ ଅତର୍କିତ ଚଢାଉ କରିଥିଲେ। ପୋଲିସକୁ ଦେଖି ଜୁଆଖେଳରେ ସମ୍ପୃକ୍ତ ବ୍ୟକ୍ତିମାନେ ସମସ୍ତ ଟଙ୍କାକୁ ଶୌଚାଳୟ ମଧ୍ୟରେ ଥିବା ଫ୍ଲସରେ ଲୁଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପୋଲିସ ଯାଞ୍ଚ କରି ଫ୍ଲସ ମଧ୍ୟରୁ ଓଦା ଟଙ୍କାକୁ ଜବତ କରିଛି । ତେବେ ଟଙ୍କା ସବୁ ଓଦା ହୋଇ ଯାଇଥିବାରୁ ବର୍ତ୍ତମାନ ଗଣିତ ସମ୍ଭବ ହୋଇ ନାହିଁ । ଗଣତି ପରେ ଟଙ୍କାର ପରିମାଣ ସଠିକ ଭାବେ କୁହାଯାଇ ପାରିବ । ତଥାପି ଜବତ ହୋଇଥିବା ଟଙ୍କାର ପରିମାଣ ୭ଲକ୍ଷରୁ ଊର୍ଦ୍ଧ୍ୱ ହେବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ସେହିପରି ଜୁଆଖେଳରେ ହୋଟେଲ ମାଲିକଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଏସ୍‌ଡିପିଓ ତୋଫାନ ବାଗ ।

Enter your email to get our daily news in your inbox.

All Right Reserved By Dharitri.Com

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ବନ୍ଧା ହେଲେ ୩ ଅଭିଯୁକ୍ତ

ବରଗଡ଼,୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲି ରାସ୍ତାରେ ଯୁବକ ଚନ୍ଦନ ରାଉତଙ୍କୁ ଅତି ନିର୍ମମ ଭାବେ...

କାମସାରି ଘରକୁ ଫେରୁଥିଲେ: ଗଛରେ ପିଟି ହୋଇ ଚାଲିଗଲା ୨ସାଙ୍ଗଙ୍କ ଜୀବନ

ସନ୍ତ୍ରୀଛକ,୪।୧(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ୨ସାଙ୍ଗଙ୍କ ମୃତ୍ୟୁ ଘଟିଛି।...

ବେଙ୍ଗାଲୁରୁରେ ନାବାଳିକାଙ୍କୁ ଗଣବଳାତ୍କାର: ଗିରଫ ହେଲେ ୩ ଅଭିଯୁକ୍ତ

ବେଙ୍ଗାଲୁରୁ,୪ା୧: କର୍ନାଟକର ହୁବ୍‌ଲିରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ୩ ଜଣ ନାବାଳକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ବୟସ ୧୪ରୁ ୧୫ ବର୍ଷ...

୮୦ ବର୍ଷ ବୟସରେ ଖଡିଆଳ ରାଜାଙ୍କ ପରଲୋକ, ସୁନ୍ଦର ନଦୀ ଘାଟରେ ଶେଷକୃତ୍ୟ ସମ୍ପନ୍ନ

ଖଡ଼ିଆଳ,୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳରେ...

ଦେଢ଼ବର୍ଷରେ ଭାଙ୍ଗିଗଲା ସୁନାର ସଂସାର, ଫ୍ୟାନରେ ଶାଢ଼ୀ ଲଗାଇ ଝୁଲି ପଡିଲେ ନବବିବାହିତା

ଉମରକୋଟ,୪।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ଏକ ପରିବାରର ସ୍ୱପ୍ନକୁ ଚୂରମାର୍‌ କରିଦେଇଛି। ଦେଢ଼ ବର୍ଷ ତଳେ...

ପଞ୍ଚମ ଆଶେସ୍‌ ଟେଷ୍ଟ: ପ୍ରଥମ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨୧୧/ ୩

ସିଡ୍‌ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍‌ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଜୋ...

ନାଇଜେରିଆରେ ବଡ଼ ଆକ୍ରମଣ, ଗୁଳି ମାଡ଼ରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ

ଅବୁଜା,୪।୧ : ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ପୁଣି ଥରେ ଟାର୍ଗେଟ କରିଛନ୍ତି  । ରିପୋର୍ଟ ଅନୁଯାୟୀ ଅତି କମରେ ୩୦ ଜଣଙ୍କୁ ଗୁଳି କରି...

ଭୟଙ୍କର ଦୁର୍ଘଟଣା: କାର୍‌କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌, ଶିଶୁକନ୍ୟା ସମେତ ଗୋଟିଏ ପରିବାରର ୩ ମୃତ

ଗଜପତି,୪ା୧(ଗିରିଧାରୀ ପରିଛା): ନୂଆବର୍ଷର ପ୍ରଥମ ରବିବାରରେ ଗୋଟିଏ ପରିବାରରେ ତିନିଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ବାରୁଆ ଥାନା ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri