Posted inଖେଳ

ସମ୍ପୂର୍ଣ୍ଣ ମ୍ୟାଚ୍‌ ଫି ହରାଇଲେ ଗମ୍ଭୀର, କୋହଲି

ଲକ୍ଷ୍ନୌ,୩ା୫(ପି.ଟି.): ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ପୂର୍ବତନ ଓପନିଙ୍ଗ ବ୍ୟାଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଝଗଡା ଏକ ନୂଆ ରୂପ ନେଇଛି। ଆଇପିଏଲ ମ୍ୟାଚ୍‌ ସମୟରେ ଉଭୟ ଖେଳାଳିଙ୍କ କଜିଆ ପଦାରେ ପଡିଛି। ମ୍ୟାଚ୍‌ ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ବେଳେ ମ୍ୟାଚ୍‌ ଫି’ର ୧୦୦ ପ୍ରତିଶତ କଟାଯାଇଛି। ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଅନୁଷ୍ଠିତ ଲୋ ସ୍କୋରିଂ ମ୍ୟାଚକୁ ୧୮ ରନ୍‌ରେ ଜିତି ନେଇଥିଲା ବିରାଟ କୋହଲିଙ୍କ ଦଳ। ଏହାପରେ ଉଭୟ ଖେଳାଳି ପରସ୍ପର ସହିତ ଯୁକ୍ତି ତର୍କ କରୁଥିବାର ଦେଖିବାକୁ ମିଳିଥିଲା। ଏଭଳି ଅଶୋଭନୀୟ ଆଚରଣ ପାଇଁ ମଙ୍ଗଳବାର ବିସିସିଆଇ ପକ୍ଷରୁ ଉଭୟ ଖେଳାଳିଙ୍କୁ ଦଣ୍ଡିତ କରାଯାଇଛି। ଉଭୟଙ୍କ ମ୍ୟାଚ୍‌ ଫି’ର ୧୦୦ ପ୍ରତିଶତ ଅର୍ଥ ଫାଇନ୍‌ ଆକାରରେ କାଟି ଦିଆଯାଇଛି। ଆଇପିଏଲ୍‌ର ଧାରା ୨.୨୧ ଆଧାରରେ ଉଭୟ ଖେଳାଳିଙ୍କ ବୟାନ କ୍ରୀଡା ଭାବନାକୁ ଆଘାତ ପହଞ୍ଚାଇଛି। ମ୍ୟାଚ ସମାପ୍ତ ହେବା ପରେ ଆର୍‌ସିବି ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓ ନିଆଁରେ ଘିଅ ଢାଳିବା ପରିସ୍ଥିତି ସୃଷ୍ଟି କରିଛି। କୋହଲି ଦଳର ସମସ୍ତ ଖେଳାଳିଙ୍କ ପାଇଁ ଦେଉଥିବା ଭାଷଣରେ ଲକ୍ଷ୍ନୌ ବିପକ୍ଷ ବିଜୟକୁ ମଧୁର ପ୍ରତିଶୋଧ ବୋଲି କହିଥିଲେ। ଗମ୍ଭୀରଙ୍କ ଉଦ୍ଦେଶ୍ୟରେ କୋହଲି କହିଥିଲେ, ‘ଯଦି ତୁମେ କିଛି ଜିନିଷ ଦେଉଛ ସମାନ ଜିନିଷ ନେବାକୁ ପ୍ରସ୍ତୁତ ରୁହ, ଯଦି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ ତେବେ ଦେବାରୁ ବିରତ ରୁହନ୍ତୁ।’ ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଏହାର ପୂର୍ବ ମ୍ୟାଚକୁ ଶେଷ ବଲରେ ଜିତିଥିଲା ଲକ୍ଷ୍ନୌ। ଏହା ପରେ ପାଟିରେ ଆଙ୍ଗୁଠି ଦେଇ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦର୍ଶକଙ୍କୁ ନୀରବ ରହିବାକୁ ଇସାରା କରିଥିଲେ ଗମ୍ଭୀର। ସୋମବାର ବିରାଟ କୋହଲି ସମାନ ଢଙ୍ଗରେ ଏକାନା ଷ୍ଟାଡିୟମରେ ଦର୍ଶକଙ୍କୁ ନୀରବ ରହିବାକୁ ଆଙ୍ଗୁଠି ଦେଖାଇଥିଲେ। ଏହା ସହିତ ଲକ୍ଷ୍ନୌ ପେସ୍‌ ବୋଲର ନବୀନ ଉଲ୍‌ ହକ୍‌ ଓ କୋହଲିଙ୍କ ମଧ୍ୟରେ କିଛି ଯୁକ୍ତିତର୍କ ହୋଇଥିଲା। ଏଥିପାଇଁ ନବୀନ ଉଲ୍‌ ହକଙ୍କ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ କଟାଯାଇଥିଲା। ମ୍ୟାଚ୍‌ ସମୟରେ ହୋଇଥିବା ଯୁକ୍ତିତର୍କ ଅମ୍ପାୟର ଓ ଅମିତ ମିଶ୍ରଙ୍କ ହସ୍ତକ୍ଷେପ ପରେ ଶାନ୍ତ ପଡିଥିଲା। ଖେଳାଳିମାନେ ହାତ ମିଳାଉଥିବା ବେଳେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଥିଲା। ଲକ୍ଷ୍ନୌର ଅମିତ ମିଶ୍ର, ଆରସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସି ଓ ଲକ୍ଷ୍ନୌ ସହକାରୀ କୋଚ୍‌ ବିଜୟ ଦହିୟା ଉଭୟ ଖେଳାଳିଙ୍କୁ ଅଲଗା କରିବାକୁ ପ୍ରୟାସ କରିଥିଲେ। ଦିଲ୍ଲୀ ଓ ଭାରତୀୟ ଦଳରେ ଉଭୟ ଟିମ୍‌ ମେଟ୍‌ ଭାବରେ ଖେଳି ସାରିଛନ୍ତି। ଏପରିକି ୨୦୧୩ ମସିହାରେ ଉଭୟ ଖେଳାଳିଙ୍କ ମଧ୍ୟରେ ଏକ ଆଇପିଏଲ ମ୍ୟାଚରେ ଯୁକ୍ତିତର୍କ ହୋଇଥିଲା। ଆର୍‌ସିବି କ୍ରିକେଟ ନିର୍ଦ୍ଦେଶକ ମାଇକ୍‌ ହେସନ ଏହି ଘଟଣା ପାଇଁ ଚିନ୍ନାସ୍ବାମୀ ମ୍ୟାଚ୍‌କୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଆର୍‌ସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସି କୋହଲିଙ୍କ ଆଗ୍ରେସିଭ୍‌ ରୂପକୁ ପସନ୍ଦ କରିଛନ୍ତି। ଏହା ବିରାଟଙ୍କ ଶ୍ରେଷ୍ଠ ଭର୍ସନ ଏବଂ କ୍ରିକେଟ ଫ୍ୟାନ ଏହାକୁ ପସନ୍ଦ କରିଥାନ୍ତି ବୋଲି କହିଛନ୍ତି ଫାଫ୍‌। ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ଏହି ଘଟଣାକୁ ନିନ୍ଦା କରିଛନ୍ତି। କ୍ରିକେଟ ପଡିଆରେ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏକ ମ୍ୟାଚ୍‌ ଶେଷ ହେବା ପରେ ତୁମେ ପ୍ରତିପକ୍ଷ ଦଳକୁ ନୁହେଁ ବରଂ କ୍ରିକେଟକୁ ସମ୍ମାନ ଜଣାଇଥାଅ। ଉଭୟ ଖେଳାଳି ଏହାକୁ ଭୁଲି ଯାଇ ଯେଉଁଭଳି ଆଚରଣ କଲେ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଥିଲେ।
ଆଇପିଏଲ୍‌ ପକ୍ଷରୁ ଟୁଇଟ୍‌ କରାଯାଇ ୩ ଖେଳାଳିଙ୍କ ଫାଇନ୍‌ ସମ୍ପର୍କରେ ଘୋଷଣା କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri