Posted inଫୁରସତ

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର କରିନାହାନ୍ତି ବୋଲି ବାହାରିଆ ଲେଖକ ଯେଉଁ ମତ ଉଲ୍ଲେଖ କରିଥିଲେ, ତାହାକୁ ନିରାଧାର କରିବା ପାଇଁ ଏହା ଏକ ଆଧାର ସ୍ତମ୍ଭ। ଆମ ସୁନାରୁପା, ଆମ ମୁଦ୍ରା, ଆମ ଶିଳ୍ପୀ, ଆମ ପଥୁରିଆଙ୍କ ଦ୍ୱାରା ନିର୍ମିତ ହୋଇଥିଲା କୋଣାର୍କ ମନ୍ଦିର। ଏହି ପ୍ରସଙ୍ଗ ଶେଷ ହୋଇ ନାହିଁ।
ପୂର୍ବରୁ ଆମେ ସୂଚନା ଦେଇଥିଲୁ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ଶ୍ରୀମନ୍ଦିରର ଅବଦାନ ପ୍ରସଙ୍ଗରେ ଲେଖିଥିଲୁ ‘ପୁରୁଷୋତ୍ତମ କ୍ଷେତ୍ରର ବଡ଼ଦେଉଳ ଅଧୀକ୍ଷକ ଥିଲେ ପଣ୍ଡିତ ମହାଦେବ ରାଜଗୁରୁ ମହାପାତ୍ର। ସେ ଶ୍ରୀମନ୍ଦିର ଭଣ୍ଡାରରୁ ୩,୪୦୩ ମାଢ଼ ସୁନା ଯୋଗାଇ ଦେଇଥିଲେ। ବିଡ଼ାନାସୀ କଟକରୁ ଆଦାୟ ହୋଇଥିବା ରାଜସ୍ବ ଥିଲା ୩,୪୦୪ ମାଢ଼ ସୁନା। ତାହା କୋଣାର୍କକୁ ଆସିଥିଲା।’
ଆଉ ଗୋଟିଏ ସୁନା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ଥିଲା। ତାହା ବି ଲେଖିଥିଲୁ। ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ ରାଜାଭିଷେକ ସମୟରେ ମହାଶ୍ରମଙ୍କୁ ସୁନାରେ ତଉଲା ଯାଇଥିଲା। ଅର୍ଥାତ୍‌ ଓଜନ ଅନୁଯାୟୀ ଅପର ପାର୍ଶ୍ୱରେ ସୁନା ରଖାଯାଇଥିଲା। ଏହା ଓଡ଼ିଶା ଇତିହାସରେ ପ୍ରଥମ ଓ ଏକ ଚମକପ୍ରଦ ଘଟଣା ଥିଲା। ସେ ସୁନା ହୋଇଥିଲା ୧,୪୩,୩୦୮ ମାଢ଼। ୧୨୩୮ ମସିହାରେ ସେ ସୁନାକୁ ମୁଦ୍ରାରେ ପରିଣତ କରାଯାଇ କୋଣାର୍କ ଭଣ୍ଡାରକୁ ପଠାଇ ଦିଆଯାଇଥିଲା।
ଆଉଏକ ଚମକପ୍ରଦ ଘଟଣା ଘଟିଥିଲା ଗଜପତିଙ୍କ ବିବାହ ସମୟରେ। ସେ ବିବାହ କରିଥିଲେ ଚୋଳପାଣ୍ଡ୍ୟ ବଂଶର ରାଜଧାନୀ ମଦୁରାଇର ରାଜଜେମାଙ୍କୁ। ଦକ୍ଷିଣ ଭାରତର ଏହି ମନ୍ଦିରମୟୀ ନଗରୀ ଭାରତର ୫୧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପୀଠ। ଏହା ମଧ୍ୟ ଥିଲା ତାମିଲନାଡ଼ୁର ସାଂସ୍କୃତିକ ରାଜଧାନୀ। ଏହିଠାରେ ମୀନାକ୍ଷୀ ଦେବୀଙ୍କ ମନ୍ଦିର ରହିଛି। ଏଠାରୁ ବିବାହ କରି ଫେରିବା ପରେ ଗଜପତିଙ୍କୁ ‘କନକସ୍ନାନ’ କରାଯାଇଥିଲା। କନକସ୍ନାନର ଅର୍ଥ ସୁନାରେ ସ୍ନାନ। ଆମ ଭାଷାରେ ‘ସୁନାର ବର୍ଷା’ କରାଯାଇଥିଲା। ସେତେବେଳେ ପ୍ରତ୍ୟେକ ଧାର୍ମିକ କାର୍ଯ୍ୟର ନିର୍ଦ୍ଦେଶକ ଥିଲେ ରାଜଗୁରୁ ଭୁବନେଶ୍ୱର ମହାପାତ୍ର। ରାଜଗୁରୁଙ୍କୁ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ପ୍ରତିଷ୍ଠା ପରେ ‘କନକସ୍ନାନ’ କରାଯାଇଥିବା କଥା ପୋଥିରେ ଲେଖାହୋଇଛି। ସେଥିରେ ତାଙ୍କୁ ସୁନାମୁଦି, ହାତର କଙ୍କଣ, ହାର, କୁଣ୍ଡଳ ଏବଂ ବ୍ୟବହାର ପାଇଁ ସୁନାର ବିଭିନ୍ନ ପାତ୍ର ଉପହାର ଦିଆଯାଇଥିଲା। ସୁନାର ପରିମାଣ ଦେଖି ପୋଥିଲେଖକ ‘ରାଜଗୁରୁଙ୍କ ଉପରେ ସୁନାର ବର୍ଷା ହୋଇଥିଲା ବୋଲି ଲେଖିଛନ୍ତି। ଏଥିରୁ ବୁଝିହେବ ଗଜପତିଙ୍କ କନକସ୍ନାନ ରହସ୍ୟ। ସେହି ବର୍ଷାରୁ ସେ ଯେତେ ସୁନା ପାଇଥିଲେ ତାଙ୍କରି ନିର୍ଦ୍ଦେଶମତେ ସେଥିରୁ ୮,୩୪୩ ମାଢ଼ ନିର୍ମାଣ ହୋଇଥିଲା।’ ଓଡ଼ିଶାର ଲୋକକଥାରେ ଅଛି- ବନ୍ଦାପନାବେଳେ ଖାଲି ତ ସୁନାର ବର୍ଷା ହେଲା! ସେହିପରି ଅମାପ ସୁନା ସୋନପୁର ରାଜା ବର୍ଷା (ଦାନ ଦକ୍ଷିଣା) କରାଇଥିବାରୁ ତା’ର ପ୍ରାଚୀନ ନାମ ‘ସୁବର୍ଣ୍ଣପୁର’ ଥିଲା। ଅବଶ୍ୟ ଏହା ଲୋକକଥା। କେଉଁ ରାଜାଙ୍କ ଅମଳ କଥା ନିର୍ଦ୍ଦିଷ୍ଟ ଇତିହାସ ତଥ୍ୟ ଆମେ ପାଇନାହୁଁ। କେବଳ ବୁଝିଛୁ- ଧନଧାନ୍ୟରେ ପୂର୍ଣ୍ଣ ଥିବାରୁ ସେହି ରାଜ୍ୟର ନାମ ସୁବର୍ଣ୍ଣପୁର ହୋଇଥିଲା। ତେବେ କନକ ସ୍ନାନରୁ ଲବ୍ଧ ୮,୩୪୩ ମାଢ଼ ସୁନା କୋଣାର୍କ ଭଣ୍ଡାରକୁ ଗଜପତି ଦାନ ଦେଇଥିଲେ, ଯାହା ମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇଥିଲା।
ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ ୮ମ ଅଙ୍କ ବେଳକୁ ଗୌଡ଼ ଦେଶ ଆମ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ଥିଲା। ସୁନିଆ ମହୋତ୍ସବ ସମୟରେ ତିନୋଟି ହାତୀରେ ସେଠାରୁ ଉପହାର ଆସି କଟକର ବିଡ଼ାନାସୀରେ ପହଞ୍ଚତ୍ଥିଲା। ୩୭,୦୩୦ ଅସରପି ମୁଦ୍ରା, ୦୭,୩୦୪ ବାଦଶାହା ମୁଦ୍ରା ଏହା ବଙ୍କାଟଙ୍କା ଭାବରେ ପରିଚିତ ଥିଲା। ରୁପାରେ ନିର୍ମିତ ଟଙ୍କା। ୦୭,୩୦୭ ମାଢ଼ ରୁପାଟଙ୍କା। ଏଥିରେ କୌଣସି ଚିହ୍ନ ନ ଥିଲା।
ଆମେ ଆର୍ଥିକ ସହଯୋଗର ସାମାନ୍ୟ ଚିତ୍ର ଦେଲୁ। ମନ୍ଦିର ପ୍ରତିଷ୍ଠା ସମାପ୍ତ ହେବା ପର୍ଯ୍ୟନ୍ତ କିଏ କିଏ ଶାରୀରିକ ସହଯୋଗ କରୁଥିଲେ, ତାହା ମଧ୍ୟ ଜାଣିବା କଥା। ମୁଖ୍ୟ ସ୍ଥପତି/ଶିଳ୍ପୀଙ୍କ ପ୍ରସଙ୍ଗକୁ ଆମେ ଯିବା ନାହିଁ। ସାଧାରଣ ବର୍ଗର ଓଡ଼ିଆ ନିଜ ଗଁା, ଘରଦ୍ୱାର ଛାଡ଼ି ବର୍ଷ ବର୍ଷ ଧରି କୋଣାର୍କରେ ରହି ଯେଉଁ ସେବା ଓ ତ୍ୟାଗ ଦେଖାଇଛନ୍ତି, ତାଙ୍କୁ ପ୍ରଣାମ କରିବାକୁ ଇଚ୍ଛା ହୁଏ। ପାଉଣା ପାଇଁ କାମ କରୁଥିଲେ, ଏହା ଭାବିବା ଓ କହିବା ସେମାନଙ୍କ ପାଇଁ ଅପରାଧ ହେବ। ଘର ପରି ରହୁଥିଲେ। ଘର ପରି ଭୋଜିଭାତ କରି ଖାଉଥିଲେ। କିନ୍ତୁ କାମ ପାଇଁ ଯେ କୌଣସି ସମୟରେ ପ୍ରସ୍ତୁତ ଥିଲେ। ମୋର ସନ୍ଧ୍ୟା ୫ଟାରେ ସମୟ ଶେଷ ହୋଇଗଲା- କାଲି ଦଶଟାରେ କାମରେ ଯୋଗଦେବି। ଏପରି ମାନସିକତା ‘ବିଶ୍ୱର ବିସ୍ମୟ’ ସଫଳ ହେବା ସମ୍ଭବ ନୁହେଁ। ଆମେ ଏ ପ୍ରସଙ୍ଗକୁ କାହିଁକି ଲେଖୁଛୁ ଆପଣ ଜାଣିପାରୁଥିବେ। ବାହାର ଇତିହାସକାରଙ୍କ ପରି ଆମ ସାହିତି୍ୟକମାନେ ଅନୁକମ୍ପା ହାସଲ ପାଇଁ ନିର୍ଯାତନା ଦିଆଯାଉଥିଲା ବୋଲି ଡିଣ୍ଡିମ ପିଟିଛନ୍ତି।

ଡ. ସୁରେନ୍ଦ୍ର କୁମାର ମିଶ୍ର

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri