ମୋହନା,୧୨।୩( ମନ୍ମଥ ମିଶ୍ର ): ଦୀନକୁ ଦିନ ରାଜ୍ୟରେ ଶିଶୁ ନିର୍ଯାତନା ସହ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଯାହା ଫଳରେ ଗଜପତି ପୋଲିସ୍ ପକ୍ଷରୁ ବିଦ୍ୟାଳୟକୁ ବିଦ୍ୟାଳୟ ଯାଇ ସଚେତନ ସହ ସ୍ଵତନ୍ତ୍ର ତାଲିମ୍ ଦିଆଯାଉଛି ।ମୋହନା ଥାନା ଗୁଣ୍ଡୀମା ଆଦର୍ଶ ବିଦ୍ୟାଳୟରେ ପୋସ୍କୋ ଆଇନ୍ ଓ ଶିଶୁ ଯୌନ ନିର୍ଯାତନା ବିଷୟରେ ଛାତ୍ରୀଛାତ୍ରଙ୍କୁ ବିଶେଷ ତାଲିମ୍ ସହ ସଚେତନ କରାଯାଇଛି । କିଭଳି ଭାବେ ଛୋଟ ଛୋଟ ଶିଶୁମାନଙ୍କୁ ପ୍ରଲୋଭନ ଦେଖାଇ କିଛି ଅସାମାଜିକ ଯୁବକ ଦୁଷ୍କର୍ମ କରି ହତ୍ୟା କରୁଛନ୍ତି ତାହା ଉପରେ ବିଶେଷ ତାଲିମ୍ ପ୍ରଦାନ କରିଥିଲେ ଆର୍ ଉଦୟଗିରୀ ଏସଡିପିଓ ରାକେଶ କୁମାର ସାହୁ।
ଏମିତି କି ଯଦି କିଏ ଖରାପ ନଜରରେ ଦେଖେ ଓ କିଛି କହେ ତା ହେଲେ ନିଜର ମାବାପା ସହ ଭଉଣୀଭାଈଙ୍କୁ ଜଣାଇବା ସହ ନିକଟସ୍ଥ ପୋଲିସ୍ ଷ୍ଟେସନରେ ଯାଇ ଅଭିଯୋଗ କରିପାରିବେ। ଯଦି ପୋଲିସ ଷ୍ଟେସନ ଯାଇ ପାରିବେ ନାହିଁ ତା ହେଲେ ୧୦୯୮ ରେ ସିଧା ସଳଖ ଫୋନ୍ କରି ଅଭିଯୋଗ କରି ପାରିବେ । ଅଭିଯୋଗ ପରେ ପୋଲିସ ଘରକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ବିଶେଷ ତାଲିମ୍ ଦିଆଯାଇଥିଲା । ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡାଙ୍କ ସହ ବିଦ୍ୟାଳୟର ପ୍ରିନ୍ସିପାଲ ଉପସ୍ଥିତ ରହିଥିଲେ ।

