Posted inଫୁରସତ

ମନ୍ଦିର ନିର୍ମାଣ ପାଇଁ ଗଜପତିଙ୍କୁ ମହାପ୍ରଭୁଙ୍କ ଆଶୀର୍ବାଦ ମିଳିଥିଲା

ଗଜପତି କାମର ଅଗ୍ରଗତି ଦେଖିବା ପାଇଁ ଆସିବା ପୂର୍ବରୁ ଗୋଲରାଗଡ଼ର ୧୨୬୦ ଜଣ ପାଇକ ସେଠାକୁ ଯାଇ ପଥୁରିଆଙ୍କ ପାଇଁ ଅସ୍ଥାୟୀ ଶିବିର ତିଆରି କରିସାରିଥିଲେ। ରାଜକୋଷରୁ କୌଣସି ପାରିଶ୍ରମିକ ନ ନେଇ ଓଲଟି ପ୍ରଥମେ ୩୮ ଭରଣ ଧାନ ଯୋଗାଇ ଦେଇଥିଲେ। ପ୍ରତିବର୍ଷ ଦୋଳପୂର୍ଣ୍ଣିମା ଜନ୍ତାଳରେ ୨୦ରୁ ୨୫ ଭାର ପରିବା ଗଡ଼ ସାନ୍ତ ଯୋଗାଇ ଦେଉଥିଲେ।
ଆମେ ଗୋଟିଏ ପ୍ରାଚୀନ ଗଡ଼ର ଅବଦାନ ଓ ସହଯୋଗ ବିଷୟରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ପାଉଣା ନ ନେଇ ମନ୍ଦିର ନିର୍ମାଣରେ କିପରି ସାହାଯ୍ୟ କରୁଥିଲେ ଗଡ଼ୁଆ ପାଇକ ତଥା ତାଙ୍କ ମୁରବି। ଆମେ କୋଣାର୍କ ଅଞ୍ଚଳର ଗଁାକୁ ଗଁା ଅନୁସନ୍ଧାନ କରିବା ପରେ ୨୧ଟି ଗଁା ଓ ଗଡ଼ର ସିଧାସଳଖ ସହଯୋଗ ରହିଥିଲା ମନ୍ଦିର ନିର୍ମାଣ ଦିଗରେ ବୋଲି ତାଲିକା କରିଛୁ। ଏହା ବଢ଼ିପାରେ। ଏମାନେ ପାଉଣା ନେଇନାହାନ୍ତି, ସବୁପ୍ରକାର ସହଯୋଗ କରିଛନ୍ତି। ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ରାଜା, ମହାରାଜା, ଦଳବେହେରା, ଗଡ଼ନାୟକ ଓ ସାଧାରଣ ଜନତାଙ୍କର ଅବଦାନ ସ୍ମରଣ କରିବା କଥା। ଆମେ ପୂର୍ବରୁ ସ୍ମରଣ କରି ପ୍ରସଙ୍ଗ ଅନୁଯାୟୀ ଉପସ୍ଥାପନ କରିଅଛୁ। ଆହୁରି ଅନେକ ବାକି ଅଛି। ପୂର୍ବରୁ ସୂଚନା ଦେଇଥିଲୁ କୋଣାର୍କରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ଶ୍ରୀମନ୍ଦିରର ମଧ୍ୟ ଅବଦାନ ଥିଲା। ଅଖଣ୍ଡ ଓଡ଼ିଶା ଗାଁ ଗହଳିଠାରୁ ଗଡ଼ ପର୍ଯ୍ୟନ୍ତ ସଭିଏର୍ଁ ଯେପରି ସହଯୋଗର ହାତ ବଢ଼ାଇଥିଲେ, ଶ୍ରୀମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ମଧ୍ୟ ସେହିପରି ବିଭିନ୍ନ ଦିଗରୁ ସହଯୋଗ ଦେଇଥିଲେ।
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ଆରମ୍ଭ ବେଳେ ଗଜପତି ଲାଙ୍ଗୁଳା ନରସିଂହ ଦେବ ଲଙ୍କାପଡ଼ା ଶିବିରରେ ପହଞ୍ଚତ୍ଥିଲେ। ଉପସ୍ଥିତ ଥିଲେ ସାତଶହ ଶିଳ୍ପୀ ଓ ସାତଜଣ ଓଝା (କମାର)। ସେଠାରେ ପହଞ୍ଚତ୍ଥିଲେ ଭୁବନମୋହନ ପୁରୋହିତ ଏବଂ ଭୁବନେଶ୍ୱର ରାଜଗୁରୁ। ଗଜପତିଙ୍କ ରାଜଗୁରୁ ଏବଂ ପୁରୋହିତ ମଙ୍ଗଳାର୍ପଣ ବିଧି ଶେଷ କରିବା ପରେ ମହାପ୍ରଭୁଙ୍କ ‘ଶ୍ରୀକାପଡ଼ା’ ଗଜପତିଙ୍କୁ ପ୍ରସାଦ ରୂପେ ଅର୍ପଣ କରିଥିଲେ। ଶ୍ରୀକାପଡ଼ା ପ୍ରଦାନ ପରମ୍ପରା ସେତେବେଳେ ଥିଲା ଏବଂ ଏହା ମହାପ୍ରଭୁଙ୍କ ଆଜ୍ଞା ବା ଆଦେଶ ରୂପେ ଗ୍ରହଣ କରାଯାଉଥିଲା। ଏଥିରୁ ସ୍ପଷ୍ଟ ହୁଏ କୋଣାଦିତ୍ୟରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ସ୍ବରୂପ ଗଜପତିଙ୍କୁ ଅନୁମତି ମିଳିଥିଲା, ଯାହା ଶ୍ରୀକାପଡ଼ା ପ୍ରଦାନରୁ ସ୍ପଷ୍ଟ ହୁଏ।
ଅନୁସନ୍ଧାନରୁ ଜଣାଯାଏ ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀପୁରୁଷୋତ୍ତମ ମନ୍ଦିର ଓ ମନ୍ଦିରର ସେବକ କୋଣାଦିତ୍ୟରେ ମନ୍ଦିର ନିର୍ମାଣ ଆରମ୍ଭରୁ ଅନେକ ଦିଗରୁ ଜଡ଼ିତ ରହିଥିଲେ। ଫଳରେ ଉଭୟ କ୍ଷେତ୍ର ମଧ୍ୟରେ ଶଗଡ଼ରେ ହେଉ କି ହାତୀ, ଘୋଡ଼ାରେ ହେଉ କି ପାଲିଙ୍କିରେ କିମ୍ବା ପାଦରେ ଚାଲି ଚାଲି ଯିବା-ଆସିବା କରିବାକୁ ପଡ଼ିଥିଲା। ସେତେବେଳେ ଆଜି ଭଳି ରାସ୍ତାର ସୁବିଧା ନ ଥିଲା, ନଈନାଳ ଦେଇ ଯିବାକୁ ହେଉଥିଲା। ସବୁଠାରୁ ଅଧିକ ସମସ୍ୟା ଥିଲା ବ୍ୟବହାର ପାଇଁ ଜଙ୍ଗଲ ଓ ବାଲୁକାମୟ ରାସ୍ତାରେ ଜଳର ଆବଶ୍ୟକତା।
ସେଥିପାଇଁ ପୁରୀ-କୋଣାର୍କ ରାସ୍ତାରେ ୮୨ ମାଢ଼ ସୁନା ବ୍ୟୟ କରାଯାଇ ଦୁଇଟି ପୋଖରୀ ଖୋଳାଯାଇଥିଲା। ମନ୍ଦିର ନିର୍ମାଣର ଆବଶ୍ୟକ ଅନୁଯାୟୀ କେତେକ ଦ୍ରବ୍ୟ ପୁରୀକୁ ଆସି ପହଞ୍ଚତ୍ଲେ ତାହାକୁ ଶଗଡ଼ ଗାଡ଼ିରେ କୋଣାର୍କକୁ ପଠାଯାଉଥିଲା। ଉଦାହରଣ ସ୍ବରୂପ ଦକ୍ଷିଣରୁ ଝୁଣା ପହଞ୍ଚତ୍ବା ପରେ ୩ଟି ଶଗଡ଼ରେ କୋଣାର୍କକୁ ପଠାଯାଇଥିଲା। ରାସ୍ତାରେ ବଳଦ/ମଇଁଷି ଏବଂ ଶଗଡ଼ିଆଙ୍କ ବ୍ୟବହାର ପାଇଁ ମଧୁର ଜଳର ବ୍ୟବସ୍ଥା କରାଯାଇଥିଲା।
ମହାପୁରୁଙ୍କ ଆଜ୍ଞାମାଳ:
ଶ୍ରୀମହାଭାସ୍କର ବିଗ୍ରହଙ୍କ ନିର୍ମାଣ ଆରମ୍ଭ ହୋଇଥିଲା ପବିତ୍ର ଅକ୍ଷୟ ତୃତୀୟା ଦିନ। ବିରାଟ ପଥର ଉପରେ ସୂତାରେ ମାପ ଦେଲେ ଶିବେଇ ସାମନ୍ତରା। ମାପ ଅନୁଯାୟୀ ଠିକ୍‌ ମସ୍ତକ ଉପରେ ଚିହ୍ନ ଦେଲେ ମାନଗୋବିନ୍ଦ ରାଜଗୁରୁ। ଶ୍ରୀମହାଭାସ୍କରଙ୍କ ଧ୍ୟାନମନ୍ତ୍ର ଅନୁଯାୟୀ ଏହି ଚିହ୍ନ ଦିଆଯାଇଥିଲା। ଏ ସମସ୍ତ କାମ ଆରମ୍ଭ ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ପୁରୀରୁ ଯାଇ ପ୍ରଦାନ କରାଯାଇଥିଲା। ପ୍ରଦାନ କରିଥିଲେ ମାନଗୋବିନ୍ଦ ରାଜଗୁରୁ। ଆଜ୍ଞାମାଳର ରହସ୍ୟ ହେଉଛି ଶ୍ରୀଜଗତର ନାଥଙ୍କ ସ୍ବୀକୃତି।
କୋଣାର୍କରେ ଶ୍ରୀଶଙ୍କରାନନ୍ଦ ମଠ ସ୍ବାମୀ:
ଶ୍ରୀମହାଭାସ୍କରଙ୍କ ବିଗ୍ରହ ଆରମ୍ଭ ହେବା ପରେ ପରେ ବୃଷ ସଂକ୍ରାନ୍ତି ଯିବା ଦୁଇ ଦିନରେ ପୁରୀରୁ କୋଣାଦିତ୍ୟ ଯାଇଥିଲେ ଶ୍ରୀଶଙ୍କରାନନ୍ଦ ମଠର ସ୍ବାମୀ। ମଠର ସ୍ବାମୀ ସେତେବେଳେ ଥିଲେ ଶ୍ରୀପୁରୁଷୋତ୍ତମ ଦେଉଳର ପରିଚ୍ଛା ଦାୟିତ୍ୱରେ। ଗଜପତିଙ୍କ ଆମନ୍ତ୍ରଣ କ୍ରମେ ମଠାଧୀଶ ଶ୍ରୀନରସିଂହ ସରସ୍ବତୀ କୋଣାର୍କରେ ପହଞ୍ଚତ୍ବା ପରେ ରହଣି ବ୍ୟବସ୍ଥା କରାଯାଇଥିଲା। ସାତଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ଆଠଦିନ ପାଇଁ ନିଯୁକ୍ତି କରାଯାଇଥିଲା ସ୍ବାମୀଙ୍କୁ ସହଯୋଗ କରିବା ଲାଗି। ପ୍ରଥମେ ତାଙ୍କର ପାଦପୂଜା କାର୍ଯ୍ୟ ସମାପନ ପରେ ଶିବେଇ ସାମନ୍ତରା ଗୋଟିଏ ଗଙ୍ଗ ମାଢ଼ ସୁନା ମୋହର ସ୍ବାମୀଙ୍କୁ ଭେଟିଦେଇଥିଲେ। ଶ୍ରୀନରସିଂହ ସରସ୍ବତୀ ତାହା ଫେରାଇ ଦେଇଥିଲେ ଶିବେଇ ସାମନ୍ତରାଙ୍କୁ ଉପହାର ସ୍ବରୂପ। ଶିବେଇ ସାମନ୍ତରାଙ୍କୁ ଉପହାର ଦେବାର ଉଦ୍ଦେଶ୍ୟ ମଧ୍ୟ ଆମକୁ ମିଳେ। ଉଦ୍ଦେଶ୍ୟ ଥିଲା ଶ୍ରୀମଦ୍‌ ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କର ସିଦ୍ଧଯୋଗ ମୁଦ୍ରାର ଗୋଟିଏ ପ୍ରତିମୂର୍ତ୍ତି ନିର୍ମାଣ ହେବ। ଆଦି ଶଙ୍କରଙ୍କର ବିଗ୍ରହ ଶ୍ରୀପଦ୍ମକେଶର ମନ୍ଦିର ପରିସରରେ ସ୍ଥାପନ ତାଙ୍କ ଉଦ୍ଦେଶ୍ୟ ଥିଲା। ଶିବେଇ ସାମନ୍ତରା ମନ୍ଦିର ନିର୍ମାଣ କାର୍ଯ୍ୟ ତାଙ୍କୁ ଟିକିନିଖି ଦେଖାଇଥିଲେ। ସ୍ବାମୀଙ୍କ ଉପସ୍ଥିତି କାଳରେ ଶ୍ରୀଶଙ୍କରଙ୍କ ବିଗ୍ରହ ନିର୍ମାଣ ପାଇଁ ପଥର ବଛାଯାଇ ଶିଳ୍ପୀଙ୍କୁ ହସ୍ତାନ୍ତର ହୋଇଥିଲା। ପରବର୍ତ୍ତୀ ସମୟରେ ଗୋପୀନାଥ ବଡ଼ଜେନା ନିଜେ ୩୦ ମାଢ଼ ସୁନା ପ୍ରଦାନ କରିଥିଲେ ଆଦି ଶଙ୍କରଙ୍କ ବିଗ୍ରହ ଗଢ଼ିବା ପାଇଁ। ଗୋପୀନାଥ ଥିଲେ ଶ୍ରୀଗୋବର୍ଦ୍ଧନ ମଠର ଶିଷ୍ୟ। ଏଥିପାଇଁ ‘ପିଠାଖିଆ’ ଅର୍ଥାତ୍‌ ସ୍ବତନ୍ତ୍ର ପୁରସ୍କାର ଦିଆଯାଇଥିଲା। ଶ୍ରୀଶଙ୍କରାନନ୍ଦ ମଠର ପୂର୍ବତନ ସ୍ବାମୀ ମହାରାଜଙ୍କ ନିକଟରୁ ଉଦ୍ଧାର କରାଯାଇଥିବା କାଗଜାତରେ ମଠାଧୀଶ ତାଲିକାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ପଦ୍ମପାଦାଚାର୍ଯ୍ୟ ପ୍ରଥମେ ରହିଥିବାବେଳେ ଯାହାଙ୍କ ନାମରେ ମଠ ପ୍ରସିଦ୍ଧ ଶ୍ରୀଶଙ୍କରାନନ୍ଦ, ସେ ଚତୁର୍ଥରେ ଅଛନ୍ତି। ଏହା ଠିକ୍‌ ଲାଗୁନାହିଁ। ଦଶନାମୀ ସମ୍ପ୍ରଦାୟର ଅନ୍ୟତମ ପୀଠ ହେଉଛି ଶ୍ରୀଶଙ୍କରାନନ୍ଦ ମଠ। ଆଦିଶଙ୍କରଙ୍କ ପରେ ଚତୁର୍ଥରେ ଶଙ୍କରାନନ୍ଦଙ୍କ ନାମ ଥିବାରୁ ଏବଂ ଶ୍ରୀପଦ୍ମପାଦାଚାର୍ଯ୍ୟ ତାଙ୍କରି ସମୟରେ ପୁରୀ ଆସିଥିବାରୁ ୩ଶହ ବର୍ଷରୁ ଅଧିକ ବର୍ଷ ମଧ୍ୟରେ ବାଳବ୍ରହ୍ମାନନ୍ଦସ୍ବାମୀଙ୍କ ପରେ ଶ୍ରୀଶଙ୍କରାନନ୍ଦ ଉକ୍ତ ମଠର ସ୍ବାମୀ ହୋଇଥିଲେ, ମାତ୍ର ଦୁଇଜଣ? ଆମେ ୩୦୦ ବର୍ଷରୁ ଅଧିକ ବର୍ଷ କହିବାର କାରଣ ଶ୍ରୀଶଙ୍କରାନନ୍ଦ ୧୨୦୦ ମସିହାର ପ୍ରଥମ କିମ୍ବା ଦ୍ୱିତୀୟ ଶତକରେ ସ୍ବାମୀ ଥିଲେ ବୋଲି ସମ୍ଭାବନା କରାଯାଉଛି। ଏହା ଅସଙ୍ଗତ ଲାଗୁଛି।

ଡ. ସୁରେନ୍ଦ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?