ବ୍ରାହ୍ମଣବରଣ କଲେ ଗଜପତି

ପୁରୀ,୧୩ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ୧୨ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ବ୍ରାହ୍ମଣବରଣ ଓ ଗୁଆଟେକା କରିଛନ୍ତି। ବିଧିବିଧାନ ଅନୁଯାୟୀ ଗଜପତି ମହାରାଜା ରାଜଗୁରୁଙ୍କୁ ଗୁଆ ଟେକିବା ସହ ବରଣ କରିଥିଲେ। ନୀତି ସମ୍ପନ୍ନ କରିବା ପରେ ଗଜପତି ମହାରାଜା ଶ୍ରୀନଅରରେ ବ୍ରାହ୍ମଣମାନଙ୍କ ସହ ପ୍ରକଳ୍ପର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବରଣ ହୋଇଥିବା ବ୍ରାହ୍ମଣମାନେ ଯଜ୍ଞସ୍ଥଳକୁ ଯାଇ ଅଙ୍କୁରାରୋପଣ କରିଥିଲେ। ସେହିପରି ଶନିବାର ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ। ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ। ୧୫ତାରିଖ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ ଓ ମଣ୍ଡଳପୂଜନ ହେବ। ଏହାସହ ଶ୍ରୀମନ୍ଦିର ଚାରିଦୁଆରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ। ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ। ୧୭ ତାରିଖ ବୁଧବାର ସକାଳ ୭ଟାରୁ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଲୋକାର୍ପଣ କରିବେ। ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୁତି ଦେବେ। ଅପରାହ୍ନ ୩ଟା ପରେ ପରିକ୍ରମା ମାର୍ଗକୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ମୁକ୍ତ କରାଯିବ ବୋଲି ସୂଚନା ରହିଛି।
ଗଜପତିଙ୍କ ଦ୍ୱାରା ଗୁଆଟେକା ଓ ଆଚାର୍ଯ୍ୟବରଣ ପରେ ବରଣ ହୋଇଥିବା ଆଚାର୍ଯ୍ୟମାନେ ଯଜ୍ଞରେ ସହାୟତା କରିବେ। ଶ୍ରୀମନ୍ଦିରର ଏହି ପ୍ରତିଷ୍ଠା କାର୍ଯ୍ୟ ଯେପରି ବୈଦିକ ପରମ୍ପରା ଅନୁସାରେ ହେବ ଏବଂ ସାରା ବିଶ୍ୱ ଯେପରି ଓଡ଼ିଶାର କଳା, ନୈପୁଣ୍ୟକୁ ଦେଖିବା ସହ ରୀତି, ନୀତି, କଳା, ସଂସ୍କୃତି ଓ ପରମ୍ପରାକୁ ଦେଖିବ ସେ ବିଷୟରେ ଗଜପତି ଗୁରୁତ୍ୱ ଦେଇଛନ୍ତି। ଯଜ୍ଞ ସହ ଚାରିଦ୍ୱାରରେ ବେଦପାଠ କରାଯିବ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯେପରି ୩୩ କୋଟି ଦେବଦେବୀ ଦର୍ଶନ କରିବାକୁ ଆସିଥାନ୍ତି ଠିକ୍‌ ସେହିଭଳି ବେଦପାଠ ସମୟରେ ଦେବଦେବୀମାନେ ଉପସ୍ଥିତ ହେବେ। ଓଡ଼ିଶାର ଜନସାଧାରଣ ମଧ୍ୟ କାର୍ଯ୍ୟରେ ଯୋଗଦେବେ। ସମସ୍ତଙ୍କ ଉପସ୍ଥିତି ଓ ସହଯୋଗର କାମନା କରାଯାଉଛି। ଦୀର୍ଘ ୭୦୦ ବର୍ଷ ପରେ ଏଭଳି ଏକ ରୂପାନ୍ତରିତ କାର୍ଯ୍ୟ କରାଯାଉଛି, ଯାହାକୁ ଇତିହାସ ମନେରଖିବ ବୋଲି ଗଜପତି କହିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରିକ୍ରମା କାର୍ଯ୍ୟକୁ ରାମସେତୁ ସହ ତୁଳନା କରିଛନ୍ତି। ରାମସେତୁ ନିର୍ମାଣ କରିବା ସମୟରେ ଯେପରି ବାନରଠାରୁ ଭଲ୍ଲୁକ ଏପରିକି ଗୁଣ୍ଡୁଚି ମୂଷା ଓ ସମସ୍ତଙ୍କ ସହଯୋଗ ରହିଥିଲା, ଠିକ୍‌ ସେହିପରି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ଆମତ୍ବଳି ରହିଛି। ଉତ୍ସର୍ଗ, ବଳିଦାନ, ସମର୍ପଣ ଓ ତ୍ୟାଗ ରହିଛି। ତେଣୁ ସମସ୍ତଙ୍କୁ ଇତିହାସ ମନେରଖିବ। ୧୭ ତାରିଖ ଦିନ ଜନସାଧାରଣଙ୍କ ଲାଇଭ୍‌ କାର୍ଯ୍ୟକ୍ରମ କରାଯିବ। ବେଦପାଠ ଓ ଯଜ୍ଞ କାର୍ଯ୍ୟରେ ୧୦୮ ବ୍ରାହ୍ମଣ ଉପସ୍ଥିତ ରହି କାର୍ଯ୍ୟ କରାଯିବ। ଗଜପତି ମହାରାଜାଙ୍କ ପ୍ରତିନିଧି ଭାବରେ ରାଜଗୁରୁ ରହି କାର୍ଯ୍ୟ ପରିଚାଳନା କରିବେ ବୋଲି ଦାସ କହିଛନ୍ତି। ସେହିପରି ବ୍ରାହ୍ମଣ ବିଶ୍ୱମ୍ବର ଦାଶ କହିଛନ୍ତି, ବ୍ରାହ୍ମଣବରଣ ସହ ଯଜ୍ଞର ପ୍ରଥମ କାର୍ଯ୍ୟ ଆରମ୍ଭ ହୋଇଛି। ଯଜ୍ଞମଣ୍ଡପ, ଅଙ୍କୁରାରୋପଣ ମଣ୍ଡପ ଓ ବ୍ରାହ୍ମଣମାନେ ପ୍ରସ୍ତୁତ ରହିଛନ୍ତି। ଗଜପତି ମହାରାଜା ବ୍ରାହ୍ମଣବରଣ କରିଛନ୍ତି। ତେବେ ସକାଳୁ ଶ୍ରୀନଅରରେ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀନଅରରେ ଜଗପତି ମହାରାଜାଙ୍କ ପଇତାଲାଗି କରାଯାଇଥିଲା। ସେହିପରି ସନ୍ଧ୍ୟାରେ ସିଂହାସନ ଉପରେ ମଙ୍ଗଳାଅର୍ପଣ ନୀତି ରାଜଗୁରୁଙ୍କ ଦ୍ୱାରା ସମ୍ପନ୍ନ କରାଯାଇଛି। ବେଦ ପାଠ କରାଯାଇଥିଲା। ଗଜପତି ମହାରାଜା ବରଣ କରିବା ପରେ ରାଜଗୁରୁ ୮ଜଣ ବ୍ରାହ୍ମଣଙ୍କୁ ବରଣ କରିଥିଲେ, ଯେଉଁମାନେ ଯଜ୍ଞ କରିବେ। ତେବେ ସମୁଦାୟ ୪୮ଜଣ ବ୍ରାହ୍ମଣଙ୍କୁ ବରଣ କରାଯାଇଛି। ସେମାନଙ୍କୁ ବିଭିନ୍ନ ପଦପଦବୀ ପ୍ରଦାନ କରାଯାଇଛି। ଏହାପରେ ଅଙ୍କୁରାରୋପଣ କରାଯାଇଥିବା ନେଇ ପଣ୍ଡିତ ବିଶ୍ୱମ୍ବର ଦାଶ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri