ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଗଜାନନ

ବଲାଙ୍ଗୀର ଅଫିସ,୩୧ା୮: ଦୀର୍ଘ ଦୁଇ ବର୍ଷ ପରେ ଉତ୍ସବ ମୁଖର ହୋଇପଡ଼ିଛି ବଲାଙ୍ଗୀର ସହର। କରୋନା କଟକଣା ଯୋଗୁଁ ବିଭିନ୍ନ ଯାନିଯାତ୍ରା ବନ୍ଦ ହୋଇପଡ଼ିଥିଲା। କିନ୍ତୁ ଚଳିତ ବର୍ଷ ଗଣେଶ ପୂଜାରେ ଉତ୍ସବ ମୁଖର ହୋଇ ଉଠିଛି।
ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜରେ ବହୁତ ଧୂମ୍‌ଧାମରେ ପୂଜା ପାଳିତ ହୋଇଯାଇଛି। ଏହି ପବିତ୍ର ଗଣେଶ ପୂଜା ଅବସରରେ କଲେଜ ପରିସରରେ ଛାତ୍ର ସଂସଦର ସଂଘ କାର୍ଯ୍ୟାଳୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା ଅରୁଣ କୁମାର ଦାଶ ଉଦ୍‌ଘାଟନ କରିଥିଲେ। ଛାତ୍ର ପ୍ରତିନିଧି ଉପସଭାପତି ସନ୍ଦୀପ ମେହେର, ସାଧାରଣ ସମ୍ପାଦକ ବୁଲୁ ମେହେର, ଉପଦେଷ୍ଟା ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ, ସହ ଉପଦେଷ୍ଟା
ସୁଶାନ୍ତ ମେହେର, ଡାକ୍ତର ଅମ୍ବୁଜ ବିଶ୍ୱାଳ ଉପସ୍ଥିତ ଥିଲେ। ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ତଥା ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ।
ଏହା ସହ ବଲାଙ୍ଗୀର ସହରର ସ୍ଥାନୀୟ ଆଇନ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ସରକାରୀ କଲେଜ, ରାଜେନ୍ଦ୍ର କଲେଜ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପୂଜା ପାଳିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ଆଜି ବିଧାୟକ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲ: ବାଦିବାହାଲ-ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଧାୟକ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଶୁକ୍ରବାର ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମରେ…

ସାଇବର ଠକଙ୍କ କବ୍‌ଜାରେ ବଲାଙ୍ଗୀରର ୯୯୨ ଆକାଉଣ୍ଟ

ବଲାଙ୍ଗୀର,୧୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଶୁକ୍ରବାର ସ୍ଥାନୀୟ…

ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅଭିନବ ଉପାୟରେ କରୁଥିଲେ ଠକେଇ, ୨ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବଲାଙ୍ଗୀର, ୧୩।୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ପୋଲିସ ଦୁଇ…

ଡକାୟତି ଘଟଣାରେ ୧୦ ଗିରଫ: କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର, ୧୨।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦…

ଲୋଇସିଂହା ବିଧାୟକ କପ ଫୁଟବଲ: ସରିଲା ଲିଗ ପର୍ଯ୍ୟାୟ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ) ସାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଲୋଇସିଂହା ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ନିର୍ବାଚନ ମଣ୍ଡଳୀ ଅଧୀନ ୩ ବ୍ଲକରେ ଚାଲିଥିବା ଲିଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri