ଗଜାମୁଗ ତରକାରି

ଆବଶ୍ୟକ ସାମଗ୍ରୀ: ଗଜା ମୁଗ- ଅଧା କପ୍‌, ତେଲ- ୧ ଚାମଚ, ଜିରା- ଅଧା ଚାମଚ, ହେଙ୍ଗୁ- ଅଳ୍ପ, କଞ୍ଚାଲଙ୍କା- ୨ଟି, ଅଦା- ଅଳ୍ପ, ଟମାଟୋ- ୧ଟି (ବଡ଼), ଲଙ୍କାଗୁଣ୍ଡ- ଅଳ୍ପ, ଧନିଆଗୁଣ୍ଡ- ଅଳ୍ପ, ଗରମ ମସଲା- ଅଳ୍ପ, ଲେମ୍ବୁ ରସ- ଅଳ୍ପ, ଲୁଣ ହଳଦୀ ସ୍ବାଦ ଅନୁସାରେ।
ପ୍ରଣାଳୀ- ପ୍ରେସର କୁକରରେ ତେଲ ଗରମ କରି ସେଥିରେ ଜିରା ଓ ହେଙ୍ଗୁ ପକାନ୍ତୁ। ଏହା ପରେ ଲଙ୍କାଗୁଣ୍ଡ ପକାଇ ଅଦାକୁ ଛେଚି ପକାନ୍ତୁ। ଏହାପରେ ସେଥିରେ ଟମାଟୋକୁ ଛୋଟ ଛୋଟ କାଟି ପକାନ୍ତୁ। ଟମାଟୋ ଟିକେ ଭାଜି ହୋଇଗଲେ ସେଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆଗୁଣ୍ଡ ପକାନ୍ତୁ। ମସଲା ଭାଜି ହୋଇଗଲେ ସେଥିରେ ଗଜାମୁଗ ପକାନ୍ତୁ। ଏହାପରେ ସେଥିରେ ଏକ କପ୍‌ ପାଣି ଦେଇ ପ୍ରେସର କୁକର ବନ୍ଦ କରି ଦିଅନ୍ତୁ। କୁକରରେ ଗୋଟିଏ ସିଟି ଆସିବା ପରେ ଖୋଲି ଦେଇ ସେଥିରେ ଗରମ ମସଲା ପକାନ୍ତୁ। ମସଲାକୁ ଭଲଭାବେ ମିଶାଇ ସେଥିରେ ଧନିଆ ପତ୍ର ଓ ଲେମ୍ବୁ ରସ ପକାନ୍ତୁ। ଏହାକୁ ଗରମ ଗରମ ଭାତ କିମ୍ବା ରୁଟିରେ ସର୍ଭ କରନ୍ତୁ।