ଦାରିଙ୍ଗବାଡି,୨୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତୁଡୁକିବାଡି ସାହିରେ ରବିବାର ଠାରୁ ଗଜଲଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଏଥିପାଇଁ ଶନିବାର ଶିବମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରୀରେ ଇନ୍ଦ୍ରପୁଜା ଓ ଗଙ୍ଗା ମାତା ଅନ୍ୟାନ୍ୟ ଦେବତା ଆହ୍ୱାନ ପୂଜା କରାଯାଇଥିଲା । ଏହାପରେ କଳସରେ ଜଳ ଉଠାଇ ବିରାଟ ଶୋଭାଯାତ୍ରାରେ ଗଜଲଷ୍ମୀ ପୂଜା ମଣ୍ଡପରେ ପହଞ୍ଚିଥିଲେ । ରବିବାର ଅପରାହ୍ନରେ ଗଜଲଷ୍ମୀଙ୍କୁ ଆହ୍ୱାନ ସହ ପାର୍ଶ୍ଵ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଛି ବୋଲି ଗଜଲଷ୍ମୀ ପୂଜା କମିଟିର ଆବାହକ ପ୍ରଭଞ୍ଜନ ନାୟକ କହିଛନ୍ତି ।
ସେ କହିଛନ୍ତି ଯେ ଚଳିତ ବର୍ଷ ଏହି ପୂଜା ଚତୁର୍ଥ ବର୍ଷରେ ପହଞ୍ଚିଛି । ଚଳିତ ବର୍ଷ ବଡ଼ ଧୂମଧାମରେ ଏହି ପୂଜା ପାଳନ କରାଯିବା ସହ ମିନି ବଜାର ସହ ଦୈନିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ରହିଛି ବୋଲି ଆବାହକ କହିଛନ୍ତି । ସେ କର୍ତ୍ତା ଭାବେ ନିଜ ଦାୟିତ୍ୱ ସମ୍ପନ୍ନ କରୁଥିବା ଆବାହକ ପ୍ରଭଞ୍ଜନ ନାୟକ କହିଛନ୍ତି । କମିଟିର ସଭାପତି ତୁଷାର ନାୟକ, ଉପସଭାପତି ଶକ୍ତି ମଲିକ, ମ୍ୟାନେଜର ବରୁଣ ଦଳବେହେରା, ସମ୍ପାଦକ ରାଜନ ଦଳବେହେରା, ରାହୁଲ ସାହୁ, ମହେଶ୍ୱର ମଲିକ, ଆସ୍ତି ମଲିକ, କାଳିଆନ ମଲିକ, ଅଜୟ ମଲିକ, କାହ୍ନା ମଲିକ ସମେତ ଗ୍ରାମବାସୀ ଏହାକୁ ପରିଚାଳନା କରୁଛନ୍ତି । ଏହି ପୂଜା ପେଣ୍ଡାଲକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।