ଗେଲ୍‌ ଇଣ୍ଡିଆର ଅର୍ଦ୍ଧବାର୍ଷିକ ଫଳାଫଳ

ନୂଆଦିଲ୍ଲୀ, ୫ା୧୧: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗ୍ୟାସ୍‌ ଅଥରିଟ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଗେଲ୍‌ ) ପକ୍ଷରୁ ଚଳିତ ଆର୍ଥିକ ବର୍ଷ ୨ୟ ତ୍ରୈମାସିକ ବା ଅର୍ଦ୍ଧବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ଆର୍ଥକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ଶେଷ ସୁଦ୍ଧା କମ୍ପାନୀ ମୋଟ ୭୬,୦୬୩ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଥିବା ଜଣାପଡିଛି। ଏହା ଗତ ଆର୍ଥିକ ବର୍ଷ ୨୦୨୧-୨୨ର ରାଜସ୍ବ ସଂଗ୍ରହ ୩୮,୯୦୨ କୋଟି ଟଙ୍କା ତୁଳନାରେ ଯଥେଷ୍ଟ ଅଧିକ ରହିଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକ ପାଇଁ ପିବିଟି ୫,୭୭୦ କୋଟି ରହିଥିଲା। ଏହା ପୂର୍ବ ବର୍ଷର ସମାନ ଅବଧି ମଧ୍ୟରେ ୫,୭୩୬ କୋଟି ଟଙ୍କା ଥିଲା। ସେହିପରି ପିଏଟିରେ ମଧ୍ୟ ଲାଭ ୪,୪୫୨ କୋଟିରେ ପହଞ୍ଚତ୍ଛି। ପୂର୍ବ ବର୍ଷର ସମାନ ଅବଧି ମଧ୍ୟରେ ୪,୩୯୩ କୋଟି ଟଙ୍କା ରହିଥିଲା। ଅପରପକ୍ଷରେ ତ୍ରୈମାସିକ ଭିତ୍ତିରେ କମ୍ପାନୀର କ୍ୟୁ୨ ଆର୍ଥକ ବର୍ଷ ୨୩ରେ ୩୮,୪୯୧ କୋଟି ରହିଥିଲା। ହେଲେ କ୍ୟୁ୧ ଆର୍ଥକ ବର୍ଷ ୨୩ ରେ ଏହି ପରିମାଣ ୩୭,୫୭୨କୋଟି ଟଙ୍କା ଥିଲା। ଏପରିକି କ୍ୟୁ ୨ଆର୍ଥିକ ବର୍ଷ ୨୩ ରେ ପିବିଟି ୧,୮୭୬ କୋଟି ଟଙ୍କା ଥିଲା। ପୂର୍ବ ତ୍ରୈମାସରେ ୩,୮୯୪ କୋଟି ରହିଥିଲା। ପିଏଟି ୨,୯୧୫ କୋଟି ତୁଳନାରେ କ୍ୟୁ୨ ଚଳିତ ଆର୍ଥକ ବର୍ଷର ୨୩ରେ ୧,୫୩୭ କୋଟି ଟଙ୍କାରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ପ୍ରାକୃତିକ ଗ୍ୟାସ୍‌ ପରିବହନ ପରିମାଣ ୧୦୭.୭୧ ଏମ୍‌ଏମ୍‌ଏସ୍‌ସିଏମ୍‌ଡି ରହିଛି। ହେଲେ କ୍ୟୁ୧ ଆର୍ଥକ ବର୍ଷ୨୩ ରେ ୧୦୯.୪୭ ଏମ୍‌ଏମ୍‌ଏସ୍‌ସିଏମ୍‌ଡିରେ ଥିଲା। ସେହିଭଳି ଗ୍ୟାସ୍‌ ମାର୍କେଟିଂ ପରିମାଣ ୯୨.୫୪ ଏମ୍‌ଏମ୍‌ଏସ୍‌ସିଏମ୍‌ଡି ହୋଇଥିବା ବେଳେ ପୂର୍ବ ତ୍ରୈ ମାସରେ ଏହା ୧୦୦.୮୪ ଏମ୍‌ଏମ୍‌ଏସ୍‌ସିଏମ୍‌ଡିରେ ରହିଥିଲା। ସେହିପରି ଏଲ୍‌ଏଚ୍‌ସି ବିକ୍ରୟ ୨୩୧ ଟିଏମ୍‌ଟି ହୋଇଥିବା ବେଳେ ପୂର୍ବ ତ୍ରୈମାସିକରେ ଏହା ୨୨୦ ଟିଏମ୍‌ଟି ରହିଥିଲା। ପଲିମର ବିକ୍ରୟ ୧୦୮ ଟିଏମ୍‌ଟି ହୋଇଥିବା ବେଳେ ପୂର୍ବ ତ୍ରୈମାସିକରେ ଏହା ୧୦୯ ଟିଏମ୍‌ଟିରେ ଥିଲା। ଅପରପକ୍ଷରେ ଏକତ୍ରିତ ଭିତ୍ତିରେ କମ୍ପାନୀର କ୍ୟୁ ୨ ଆର୍ଥିକ ବର୍ଷ ୨୩ ରେ ଅପରେଶନଠାରୁ ରାଜସ୍ବ ୨% ବୃଦ୍ଧି ହୋଇ ୩୮,୭୨୯ କୋଟିରେ ପହଞ୍ଚତ୍ଛି। କ୍ୟୁ୧ ଆର୍ଥକ ବର୍ଷ ୨୩ରେ ୩୭,୯୪୨କୋଟି ଟଙ୍କା ଥିଲା। କ୍ୟୁ୨ ଆର୍ଥକ ବର୍ଷ ୨୩ରେ ପିବିଟି ୧,୬୭୫ କୋଟିରେ ଥିଲାବେଳେ କ୍ୟୁ୧ ଆର୍ଥକ ବର୍ଷ ୨୩ରେ ୪,୨୩୦ କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ ପିଏଟି ୧,୩୧୫ କୋଟି ଟଙ୍କା ହୋଇଥିଲା ବେଳେ କ୍ୟୁ୧ ଆର୍ଥକ ବର୍ଷ ୨୩ ରେ ୩,୨୫୩ କୋଟି ଟଙ୍କା ରହିଥିଲା। ଏ ସମ୍ପର୍କରେ ଗେଲ୍‌ର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର ଗୁପ୍ତା କହିଛନ୍ତି, ଚଳିତ ଆର୍ଥକ ବର୍ଷର ପ୍ରଥମ ୬ ମାସ (ଅର୍ଦ୍ଧ ବର୍ଷ) ମଧ୍ୟରେ ପାଇପଲାଇନ, ପେଟ୍ରୋକେମିକାଲ୍ସ, ଇକ୍ୱିଟି ଟୁ ଜେଭି ଇତ୍ୟାଦି କମ୍ପାନୀରେ କେପେକ୍ସ ପ୍ରାୟ ୩,୯୭୦ କୋଟି ଟଙ୍କା ଆୟ କରିଛି, ଯାହା ବାର୍ଷିକ ଲକ୍ଷ୍ୟର ୫୩% ଅଭିବୃଦ୍ଧି। ସେହିଭଳି କର୍ପୋରେଟ୍‌ ଇନ୍‌ସଲଭେନ୍ସି ରିଜୋଲ୍ୟୁଶନ ପ୍ରକ୍ରିୟା ମାଧ୍ୟମରେ ଜେବିଏଫ୍‌ ପେଟ୍ରୋକେମିକାଲ୍‌ ଲିମିଟେଡ୍‌ ହାସଲ କରିବା ପାଇଁ କ୍ରେଡିଟର କମିଟି ଦ୍ୱାରା ଗେଲ୍‌କୁ ସଫଳ ରିଜୋଲ୍ୟୁଶନ ଆବେଦନକାରୀ ଭାବେ ଘୋଷଣା କରାଯାଇଛି ବୋଲି ସେ ମତପ୍ରକାଶ କରିଛନ୍ତି। ଏହା ସହିତ କମ୍ପାନୀ ଦେଶର ଦକ୍ଷିଣ ଭାଗରେ ଏହାର ଉପସ୍ଥିତି ଆହୁରି ବିସ୍ତାର କରିବ ବୋଲି ଯୋଜନା କରାଯାଉଥିବା ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri