Categories: ଖେଳ

ଇତିହାସ ରଚିଲେ ଋତୁରାଜ ଗାଇକ୍ୱାଡ: ଟି-୨୦ରେ କଲେ ବଡ଼ କାରନାମା

ବେଙ୍ଗାଲୁରୁ,୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଋତୁରାଜ ଗାଇକ୍ୱାଡ ଚମତ୍କାରପ୍ରଦର୍ଶନ କରିଛନ୍ତି। ଯଦିଓ ଗାଇକ୍ୱାଡ ପଞ୍ଚମ ତଥା ଶେଷ ଟି-୨୦ରେ ମାତ୍ର ୧୦ ରନ ସ୍କୋର କରିଥିଲେ, ତଥାପି ସେ ଏହି ସିରିଜରେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରିଥିଲେ। ପାଞ୍ଚ ମ୍ୟାଚ ଟି-୨୦ ସିରିଜରେ ମୋଟ ୨୨୩ ରନ ସ୍କୋର କରିବାରେ ଗାଇକ୍ୱାଡ ସଫଳ ହୋଇଛନ୍ତି। ଗାଇକ୍ୱାଡ କରି ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ଟି-୨୦ ସିରିଜରେ ଭାରତୀୟ ବ୍ୟାଟ୍ସମ୍ୟାନ ଗାଇକ୍ୱାଡ ସର୍ବାଧିକ ରନ ସ୍କୋର କରିଛନ୍ତି। ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ଟି-୨୦ ସିରିଜରେ କୋହଲି ମୋଟ ୧୯୯ ରନ ସଂଗ୍ରହ କରିଥିଲେ।
ଏହା ବ୍ୟତୀତ ଗାଇକ୍ୱାଡ ମଧ୍ୟ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ, ଯିଏକି ଟି-୨୦ ଦ୍ୱିପାକ୍ଷିକ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ସାମଗ୍ରିକ ଦ୍ୱିପାକ୍ଷିକ ଟି-୨୦ ସିରିଜରେ ବିରାଟ କୋହଲିଙ୍କ ନାମରେ ଭାରତ ପାଇଁ ସର୍ବାଧିକ ରନ ରେକର୍ଡ କରାଯାଇଛି। ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଟି-୨୦ ସିରିଜରେ କୋହଲି ମୋଟ ୨୩୧ ରନ ସଂଗ୍ରହ କରିଥିବାବେଳେ କେଏଲ ରାହୁଲ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଟି-୨୦ ସିରିଜରେ ୨୨୪ ରନ ସ୍କୋର କରିବାରେ ସଫଳ ହୋଇଛନ୍ତି।
୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୫ ମ୍ୟାଚ ଟି-୨୦ ସିରିଜରେ ମାର୍ଟିନ ଗୁପ୍ତିଲ ମୋଟ ୨୧୮ ରନ ସ୍କୋର କରିଥିଲେ। ବର୍ତ୍ତମାନ ଗାଇକ୍ୱାଡ ଏହି ରେକର୍ଡକୁ ଭାଙ୍ଗିଛନ୍ତି।
ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ୫୦୦ ରନ ପୂରଣ କରିବାରେ ରୁତୁରାଜ ଗାଇକ୍ୱାଡ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଗାଇକ୍ୱାଡ ୧୭ ଟି-୨୦ ଇନିଂସରେ ନିଜ କ୍ୟାରିୟରରେ ୫୦୦୦ ରନ ପୂରଣ କରିବାରେ ସଫଳ ହୋଇଛନ୍ତି। ଏହା ବ୍ୟତୀତ ରାହୁଲ ୧୩ ଇନିଂସରେ ୫୦୦ ଟି-୨୦ ଅନ୍ତର୍ଜାତୀୟ ରନ କରିଛନ୍ତି। କୋହଲି ଏବଂ ଇଶାନ କିଶନ ମିଳିତ ଭାବେ ୧୬ଟି ଇନିଂସରେ ୫୦୦ ଟି-୨୦ ଆନ୍ତର୍ଜାତୀୟ ରନ କରିଥିଲେ। ଗମ୍ଭୀର ଏବଂ ଯୁବରାଜ ୧୭ ଇନିଂସରେ ୫୦୦ ରନ ସ୍କୋର କରିଥିଲେ।

Share