Posted inଖେଳ

ଗଫ୍‌-ସାବାଲେଙ୍କା ଫାଇନାଲ

ନ୍ୟୁୟର୍କ, ୯।୯ : ଚଳିତ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ଆମେରିକାର କୋକୋ ଗଫ୍‌ ଏବଂ ବେଲାରୁଷର ଆରିନା ସାବାଲେଙ୍କା ପ୍ରବେଶ କରିଛନ୍ତି। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲରେ ଦ୍ୱିତୀୟ ସିଡ୍‌ ସାବାଲେଙ୍କା ୨୦୧୭ ୟୁଏସ୍‌ ଓପନ ରନରଅପ୍‌ ଆମେରିକାର ମାଡିସନ କିଜ୍‌ଙ୍କୁ ୦-୬, ୭-୬ (୭/୧), ୭-୬ (୧୦/୫) ସେଟ୍‌ରେ ପରାସ୍ତ କରିଥିଲେ। କିଜ୍‌ ପ୍ରଥମ ସେଟକୁ ସହଜରେ ଜିତିଥିଲେ ହେଁ ପରେ ସାବାଲେଙ୍କା କଡ଼ା ଟକ୍କର ଦେଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ଦ୍ୱିତୀୟ ସେମିଫାଇନାଲରେ ୧୯ ବର୍ଷୀୟା ଗଫ୍‌ ୬-୪, ୭-୫ ସେଟ୍‌ରେ ଚେକ୍‌ ରିପବ୍ଲିକର କାରୋଲିନା ମୁଚୋଭାଙ୍କୁ ହରାଇଥିଲେ। ପରିବେଶ କର୍ମୀଙ୍କ ପ୍ରତିବାଦ ଯୋଗୁ ଦ୍ୱିତୀୟ ସେମିଫାଇନାଲ ୫୦ ମିନିଟ ବାଧାପ୍ରାପ୍ତ ହୋଇଥିଲା। ଫ୍ଲୁଶିଂ ମାଡୋସରେ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରି ଗଫ୍‌ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ”ମୁଁ ଏବେ ଟାଇଟଲ ଜିତିବା ପାଇଁ ପରିପକ୍ୱ ହୋଇଯାଇଥିବା ଅନୁଭବ କରୁଛି। ଶନିବାର ଫାଇନାଲରେ କ’ଣ ହେବ ଏହା ଜଣାନାହିଁ। ମାତ୍ର ଗତ କିଛି ସପ୍ତାହଧରି ଯେପରି ଖେଳି ଆସୁଛି ସେଥିରେ ମୁଁ ଗର୍ବ ଅନୁଭବ କରୁଛି“ ବୋଲି ଗଫ୍‌ ପ୍ରକାଶ କରିଛନ୍ତି। ଏହି ଆମେରିକାନ ଟିନ୍‌ଏଜର ଗତବର୍ଷ ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଟାଇଟଲ ମୁକାବିଲାରେ ହାରି ଯାଇଥିଲେ।
ନମ୍ବର ଓ୍ବାନ ହେବେ ସାବାଲେଙ୍କା
ଗତ ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନ ଜିତିଥିବା ସାବାଲେଙ୍କାଙ୍କର ଚଳିତ ସିଜନରେ ଗ୍ରାଣ୍ଡସ୍ଲାମ ବିଜୟ ରେକର୍ଡ ୨୩-୨ ରହିଛି। ଆସନ୍ତା ସପ୍ତାହରେ ସେ ପ୍ରଥମଥର ପାଇଁ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ନମ୍ବରଓ୍ବାନ ହେବା ନିଶ୍ଚିତ ହୋଇଯାଇଛି। କିଜ୍‌ଙ୍କ ବିପକ୍ଷ ସେମିଫାଇନାଲରେ ସେ ପରାଜୟର ନିକଟତର ହୋଇଥିଲେ ହେଁ କ୍ରମାଗତ ୧୨ ପଏଣ୍ଟ ହାସଲ ସହ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ।
ପାଦରେ ଅଠା ଲଗାଇ ପ୍ରତିବାଦ
ଗଫ ପ୍ରଥମ ସେଟ୍‌ ଜିତି ଦ୍ୱିତୀୟ ସେଟ୍‌ରେ ୧-୦ରେ ଆଗୁଆ ରହିଥିବାବେଳେ ୪ ପରିବେଶ କର୍ମୀ ଆରେନାର ଉପରିଭାଗରେ ଥାଇ ଖେଳରେ ବାଧା ପହଞ୍ଚାଇଥିଲେ। ସମସ୍ତ ୪ ଜଣଯାକ ଗିରଫ ହୋଇଥିଲେ। ୩ ଜଣଙ୍କୁ ସଙ୍ଗେସଙ୍ଗେ ବାହାରକୁ ନିଆଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ଖାଲି ପାଦରେ ଅଠା ଲଗାଇ ଷ୍ଟାଣ୍ଡର କଂକ୍ରିଟ ଚଟାଣରେ ରଖି ଦେଇଥିଲେ। ଏହାକୁ କାଢ଼ିବା ପାଇଁ ସମୟ ଲାଗିଥିଲା। ଖେଳ ପୁଣି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଉଭୟ ଖେଳାଳି ଲକର ରୁମ୍‌ରେ ସମୟ ବିତାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri