Posted inଜାତୀୟ

ଗଡକରୀଙ୍କ ବଡ଼ ସୂଚନା, ଏଣେତେଣେ ପାନଛେପ ପକାଇଲେ ଖବରକାଗଜରେ ବାହାରିବ…

ନୂଆଦିଲ୍ଲୀ,୨।୧୦: ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ସ୍ବଚ୍ଛତା ଅଭିଯାନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଜି ନାଗପୁର ମୁନସିପାଲଟି କର୍ପୋରେସନର ସ୍ବଚ୍ଛ ଭାରତ ଅଭିଆନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ସେ ଗାନ୍ଧୀଙ୍କ ଆଦର୍ଶ ନେଇ ବାର୍ତ୍ତା ଦେଇଥିଲେ। ତେବେ ସଭାକୁ ସମ୍ବୋଧନ କରି ସେ କହିଛନ୍ତି, ଯେଉଁମାନେ ପାନ ମସାଲା ଏବଂ ଗୁଟଖା ଖାଉଛନ୍ତି ଏବଂ ରାସ୍ତାରେ ଛେପ ପକାଉଛନ୍ତି ସେମାନଙ୍କ ଫଟୋ ଉଠାଇ ଖବରକାଗଜରେ ପ୍ରକାଶ କରାଯିବା ଉଚିତ।

ସେ ଆହୁରି କହିଛନ୍ତି, ଆମ ଦେଶର ଲୋକମାନେ ବହୁତ ଚତୁର ଅଟନ୍ତି। ଚକୋଲେଟ ଖାଇ ରାପରକୁ ରାସ୍ତାରେ ଫିଙ୍ଗି ଦିଅନ୍ତି। ଯେତେବେଳେ ସେହି ବ୍ୟକ୍ତି ବିଦେଶ ଯାଆନ୍ତି, ସେତେବେଳେ ସେ ନିଜ ପକେଟରେ ଚକୋଲେଟ ରାପର ରଖନ୍ତି ଏବଂ ସେଠାରେ ଭଲ ଆଚରଣ ପ୍ରଦର୍ଶନ କରନ୍ତି। କିନ୍ତୁ ଏଠାରେ ସେ ରାସ୍ତାରେ ଅଳିଆ ଫିଙ୍ଗନ୍ତି। ତେବେ ଲୋକଙ୍କୁ ମନାଇବା ପାଇଁ ଗଡକରୀ ନିଜର ଏକ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ମୁଁ ମଧ୍ୟ ଆଜିକାଲି ଚକୋଲେଟ ଖାଉଛି, କିନ୍ତୁ ଘରକୁ ଯିବା ପରେ ଚକୋଲେଟ ରାପରକୁ ଫିଙ୍ଗିଦିଏ। ଏହାପୂର୍ବରୁ ଚକୋଲେଟ୍‌ ଖାଇ ମୋର କାରରେ ରାପର ଫିଙ୍ଗିବାର ଅଭ୍ୟାସ ରହିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଧୋକାବାଜ ବାହାରିଲେ ସ୍ବାମୀ, ୩-୩ଟା ବିବାହ କରିଥିବା ଜାଣିବା ପରେ ଦ୍ୱିତୀୟ ସ୍ତ୍ରୀ କଲେ ଏମିତି…

ପାଟନା, ୨୦।୧: ବିହାରର ବାଙ୍କାରୁ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚାଟମାଡିହ ଗାଁର ବାସିନ୍ଦା ନୀଲୁ କୁମାରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ...

ଆଜିଠୁ ନବୀନ ଯୁଗ ଆରମ୍ଭ: ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରତୀକ୍ଷା ପରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ନୂତନ ସଭାପତି ମିଳିଛି। ପାଞ୍ଚଥର ବିଧାୟକ ନୀତିନ ନବୀନଙ୍କୁ ଦଳର ନୂତନ ମୁଖ୍ୟ...

ନିମନ୍ତ୍ରଣ କାର୍ଡର ଦାମ୍ ୨୫ ଲକ୍ଷ; ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ବାପାଙ୍କ ଅନନ୍ୟ ପଦକ୍ଷେପ, ୩ କେଜି ରୂପା…

ଜୟପୁର,୨୦ା୧: ପ୍ରତ୍ୟେକ ପିତା ଚାହାଁନ୍ତି ଯେ ତାଙ୍କ ଝିଅର ବିବାହ ଏକ ସ୍ମରଣୀୟ ହେଉ, ଯାହା ଜୀବନବ୍ୟାପୀ ସେମାନଙ୍କ ହୃଦୟରେ ରହିବ । ଜୟପୁରର ଶିବ...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ବାଂଲାଦେଶ: ଚାଇନା ସହ ମିଶି ଚିକେନ ନେକରେ…

ଢାକା,୨୦।୧: ମହମ୍ମଦ ୟୁନୁସଙ୍କ ଶାସନରେ ବାଂଲାଦେଶ ନିରନ୍ତର ଭାରତ ବିରୋଧୀ ପଦକ୍ଷେପ ନେଇ ଆସୁଛି। ଭାରତ ବିରୋଧରେ ବାଂଲାଦେଶର ଷଡ଼ଯନ୍ତ୍ର ପୂର୍ବରୁ ପର୍ଦ୍ଦାଫାସ ହୋଇସାରିଛି ଏବଂ...

Nitin Navin BJP President: କିଏ ଏହି ନୀତିନ ନବୀନ, କେମିତି ହେଲେ ସଙ୍ଗଠନର ପ୍ରଥମ ପସନ୍ଦ, ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି…

ନୂଆଦିଲ୍ଲୀ,୨୦।୧: ମଙ୍ଗଳବାର (୧୯ ଜାନୁଆରୀ, ୨୦୨୬) ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ନୀତିନ ନବୀନଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ସଭାପତି ଭାବରେ ନିଯୁକ୍ତ...

ଚାଷଜମିରୁ ବୋମା ଜବତ; ଆତଙ୍କିତ ଗ୍ରାମବାସୀ, ପୋଲିସର ତଦନ୍ତ…   

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ କୁମରଡ଼ା ଗ୍ରାମ ବଡ଼ବନ୍ଧ ପୋଖରୀ ନିକଟ ଚାଷଜମିରେ ବୋମା ଆତଙ୍କ । ରଘୁ...

ଚଳିତ ବର୍ଷ ସନ୍ୟାସ ନେବେ ଏହି ୫ ଭାରତୀୟ କ୍ରିକେଟର! ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବା ଅସମ୍ଭବ

ନୂଆଦିଲ୍ଲୀ,୨୦।୧: ଅନେକ ଷ୍ଟାର ଖେଳାଳି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଖରାପ ଫର୍ମ ଯୋଗୁ...

ନୂଆଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ଘୁମୁରା, ବଜାଶାଲ: ଜଲଓ୍ବା ଦେଖାଇବେ ପ୍ରତିଭା ଅନୁଷ୍ଠାନର କଳାକାର

ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri