Posted inଜାତୀୟ

୨୦୨୪ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଟଙ୍କା କି ମଦ ବାଣ୍ଟିବି ନାହିଁ: ଗଡକରୀ

ନୂଆଦିଲ୍ଲୀ,୩୦।୯: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଟଙ୍କା କିମ୍ବା ମଦ ବାଣ୍ଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ କେବଳ ଲୋକମାନଙ୍କ ସେବା କରିବା ମନୋବୃତ୍ତି ସହ ନିର୍ବାଚନକୁ ଓହ୍ଲାଇବେ। ସେ ନିଜ ଅଞ୍ଚଳରେ କୌଣସି ପ୍ରକାର ବ୍ୟାନର କିମ୍ବା ପୋଷ୍ଟର ବି ଲଗାଇବେ ନାହିଁ। ନା ଖାଇବେ, ନା ଖାଇବାକୁ ଦେବେ ସଂକଳ୍ପ ସହ କାମ କରିବେ ବୋଲି କହିଛନ୍ତି।

ଗଡକରୀ ଶୁକ୍ରବାର ମହାରାଷ୍ଟ୍ରର ଓ୍ବାସିମ୍‌ ଜିଲାରେ ନିର୍ମାଣ ହୋଇଥିବା ଏକ ରାସ୍ତାର ଉଦ୍‌ଘାଟନ କରିବାକୁ ପହଞ୍ଚିଥିଲେ। ଏହି ଉପଲକ୍ଷେ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଲୋକ ସଭା ନିର୍ବାଚନରେ ନିଜ ପକ୍ଷରୁ ପ୍ରଚାର କିଭଳି କରିବେ ସେ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ସେ ଚା’ପାଣିର ବ୍ୟବସ୍ଥା କରିବେ ନାହିଁ। ନିଜର ପ୍ରଚାର ଲାଗି କୌଣସି ବ୍ୟାନର କି ପୋଷ୍ଟର ଲଗାଇବେ ନାହିଁ। ଲକ୍ଷ୍ମୀଙ୍କ ଦର୍ଶନ ବି ହେବ ନାହିଁ । ଏପରିକି ଦେଶି-ବିଦେଶୀ ମିଳିବ ନାହିଁ। ଜଣେ ସଚ୍ଚୋଟ ନେତା ଭାବେ ସେ କାମ କରିବେ। ସମସ୍ତଙ୍କର ସେବା କରିବେ। ଏତିକି ବିଶ୍ୱାସ ସମସ୍ତେ ରଖନ୍ତୁ ବୋଲି ଗଡକରୀ କହିଛନ୍ତି।

ପ୍ରକାଶ ଯେ, ନାଗପୁରରୁ ଏମ୍‌ପି ଥିବା ଭାଜପା ନେତା ଗଡକରୀଙ୍କ ମୋଦି କ୍ୟାବିନେଟରେ ପ୍ରଦର୍ଶନ ଭଲ ରହିଛି। ଉଭୟ ଶାସକ ଏବଂ ବିରୋଧୀ ଦଳର ନେତା ତାଙ୍କୁ ସମ୍ମାନ ଦେଇଥାନ୍ତି। ସେ ଲଗାତର ୨ ଥର ଧରି ନାଗପୁର ସିଟ୍‌ରୁ ନିର୍ବାଚନ ଲଢ଼ି ବିଜେତା ହୋଇଛନ୍ତି। କହିବାକୁ ଗଲେ ପୂର୍ବରୁ ନାଗପୁର ସିଟ୍‌ କଂଗ୍ରେସ ଗଡ଼ ବୋଲି କୁହାଯାଉଥିଲା। ହେଲେ ଗଡକରୀଙ୍କୁ ଭାଜପା ଏଠାରେ ଛିଡ଼ା କରିବା ପରେ ସେ ବହୁମତରେ ବିଜୟ ହାସଲ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri