ରାଷ୍ଟ୍ରପତି ଦୌଡ଼ରେ ଗଦ୍ଦାଫିଙ୍କ ପୁଅ

ତ୍ରିପୋଲି,୧୫।୧୧: ଲିବ୍ୟାର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ମୁଆମାର ଅଲ୍‌-ଗଦ୍ଦାଫିଙ୍କ ବଡ଼ପୁଅ ସୈଫ୍‌-ଅଲ୍‌-ଅସ୍‌ଲମ ଅଲ୍‌-ଗଦ୍ଦାଫି ଦେଶର ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଛନ୍ତି। ଆସନ୍ତା ଡିସେମ୍ବର ୨୪ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ସେ ରବିବାର ନାମାଙ୍କନପତ୍ର ଦାଖଲ କରିଥିବା ଲିବ୍ୟା ନିର୍ବାଚନ କମିଶନ କାର୍ଯ୍ୟାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜ ନାମ ପଞ୍ଜୀକରଣ କରିଥିବା ଅନ୍ୟମାନେ ହେଲେ ଇଷ୍ଟର୍ନ ମିଲିଟାରି କମାଣ୍ଡର ଖଲିଫା ହଫ୍‌ତାର, ପ୍ରଧାନମନ୍ତ୍ରୀ ଅବଦୁଲ୍ଲାହମିଦ୍‌ ଅଲ୍‌-ଦେଇବା ଏବଂ ପାର୍ଲାମେଣ୍ଟ ବାଚସ୍ପତି ଅଗୁଇଲା ସାଲେହ। ଆଶାୟୀଙ୍କ ତାଲିକାରେ ସବୁଠୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବେ ଏବେ ଗଦ୍ଦାଫିଙ୍କ ୪୯ ବର୍ଷୀୟ ପୁଅ ସୈଫ୍‌ ଯୋଡ଼ି ହୋଇଛନ୍ତି। ଧୂସର ଦାଢ଼ି ଓ ଚଷମାଧାରୀ ସୈଫ୍‌ ସେଭା ସହରସ୍ଥିତ ପଞ୍ଜୀକରଣ କେନ୍ଦ୍ରରେ ନାମାଙ୍କନ ପାଇଁ ଦସ୍ତାବିଜରେ ସ୍ବାକ୍ଷର କରିଛନ୍ତି। ସୋସିଆଲ ମିଡିଆରେ ପ୍ରସାରିତ ଫଟୋଗୁଡ଼ିକରେ ତାଙ୍କୁ ପାରମ୍ପରିକ ବ୍ରାଉନ୍‌ ରୋବ୍‌ ଓ ଟର୍ବାନରେ ଦେଖିବାକୁ ମିଳିଛି।
ଡିସେମ୍ବର ୨୪ ନିର୍ବାଚନକୁ ଲିବ୍ୟାର ଅଧିକାଂଶ ଗୋଷ୍ଠୀ ଓ ବିଦେଶୀ ଶକ୍ତିଙ୍କ ସମର୍ଥନ ମିଳିଥିଲେ ହେଁ ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧ ଯୋଗୁ ଧାର୍ଯ୍ୟ ତାରିଖରେ ଭୋଟ ହେବା ନେଇ ସନ୍ଦେହ ଉପୁଜିଛି। ମତଦାନରେ କେହି ବିଭ୍ରାଟ ସୃଷ୍ଟି କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶୁକ୍ରବାର ପ୍ୟାରିସରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ସହମତି ପ୍ରକାଶ ପାଇଥିଲା। ତେବେ ରାଷ୍ଟ୍ରପତି ପଦ ପାଇଁ କେଉଁମାନେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ସେନେଇ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ଗଦ୍ଦାଫିଙ୍କ ପତନ ପରଠାରୁ ଦେଶରେ ସୃଷ୍ଟି ହୋଇଥିବା ଅରାଜକତା, ଅସ୍ଥିରତା ଓ ହିଂସାକୁ ସୈଫ୍‌ ପ୍ରସଙ୍ଗ କରିପାରନ୍ତି। କିନ୍ତୁ ସେ ଏହି ଦୌଡ଼ରେ ଆଗରେ ରହି ନ ପାରନ୍ତି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ପ୍ରକାଶ ଯେ, ୧୯୪୨ରେ ଲିବ୍ୟାର ସୁର୍ଟରେ ଜନ୍ମିତ ଗଦ୍ଦାଫି ୪ ଦଶନ୍ଧି ଧରି ଦେଶକୁ ଶାସନ କରିଥିଲେ। ୨୦୧୧ ଅଗଷ୍ଟରେ ତାଙ୍କ ବିରୋଧରେ ଏକ ବଡ଼ଧରଣର ବିଦ୍ରୋହ ଆରମ୍ଭ ହୋଇଥିଲା। ଧରାପଡ଼ିବା ଭୟରେ ସେ କିଛିମାସ ଧରି ଆମତ୍ଗୋପନ କରିଥିଲେ। ନାଟୋ ସମର୍ଥତ୍ତ ବିଦ୍ରୋହୀ ଗୋଷ୍ଠୀ ୨୦୧୧ ଅକ୍ଟୋବର ୨୦ରେ ତାଙ୍କୁ ହତ୍ୟା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri