ଗଦର-୩ର ଶୁଟିଂ ହେବ ଆରମ୍ଭ…

ମୁମ୍ବାଇ : ସନ୍ନି ଦେଓଲ-ଅମିଶା ପଟେଲଙ୍କ ଗଦର ଏବଂ ଗଦର-୨ ପରେ ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଏହାର ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ କରିବାକୁ ସନ୍ନି ମଧ୍ୟ ବହୁତ ଉତ୍ସାହିତ ଥିବା ପରି ମନେ ହେଉଛି। ଏହି ସମୟରେ ଖବର ଆସିଛି ଅନିଲ ଶର୍ମା ଦର୍ଶକଙ୍କ ପାଇଁ ଗଦର-୩ ନିର୍ମାଣ କରିବାକୁ ଯୋଜନା କରିଛନ୍ତି।

ଏକ ରିପୋର୍ଟରେ ସୂତ୍ରରୁ ପ୍ରକାଶ ସନ୍ନି ଦେଓଲ ତାରା ସିଂ ହୋଇ ଦର୍ଶକଙ୍କୁ ପୁଣି ଥରେ ପ୍ରଭାବିତ କରିବାକୁ ପ୍ରସ୍ତୁତ ଅଛନ୍ତି। ଗଦର-୨ର ବମ୍ପର ସଫଳତା ଦେଖି ଏହି ଚଳଚ୍ଚିତ୍ରର ନିର୍ମାତାମାନେ ଏହାର ତୃତୀୟ ଭାଗରେ ଅଧିକ ବିଳମ୍ବ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ସବୁକିଛି ନିର୍ମାତାଙ୍କ ଯୋଜନା ଅନୁଯାୟୀ ଚାଲିଥାଏ, ତେବେ ଶୁଟିଂ ଟିମ ଖୁବ ଶୀଘ୍ର ଏହା ଉପରେ କାମ ଆରମ୍ଭ କରିବ ।

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ବନାରସରେ ଗଦର-୩ ର ପୃଷ୍ଠଭୂମି ଶୁଟ କରାଯିବ। ଏହା ସହିତ ୧୪ ରୁ ୧୫ ଦିନ ପର୍ଯ୍ୟନ୍ତ ଫିଲ ଶୁଟିଂ ବିଭିନ୍ନ ସ୍ଥାନରେ କରାଯିବ। ରିପୋର୍ଟ ଅନୁଯାୟୀ ଏହାର ଶୁଟିଂ ନଭେମ୍ବରରୁ ଆରମ୍ଭ ହେବ।

ଉତ୍କର୍ଷ ଶର୍ମା ଏବଂ ସିମରତ କୌରଙ୍କ କାହାଣୀ ଗଦର -୩ ରେ ଏକ ନୂଆ ପ୍ଲଟ ସହିତ ଅଣାଯିବ । ସନ୍ନି-ଆମିଶା ଯୋଡି ପୁଣିଥରେ ଫିଲ୍ମରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିବେ। ତେବେ ଏଥର ଭିଲେନଙ୍କ ବିଷୟରେ ଆଲୋଚନା ଜୋରସୋରରେ ଚାଲିଛି।

କଳ୍ପନାଜଳ୍ପନା ହେଉଛି ମନୀଷ ୱାଧୱାଙ୍କ ପୁଅ ଭିଲେନ ହେବେ ଏବଂ ସେ ତାଙ୍କ ପିତାଙ୍କର ପ୍ରତିଶୋଧ ନେବେ। ଚଳଚ୍ଚିତ୍ରର କାର୍ଯ୍ୟନିର୍ବାହୀ ନିର୍ମାତା ରାଣା ଭାଟିଆ କହିଛନ୍ତି ପରବର୍ତ୍ତୀ ଭାଗର କାହାଣୀ କ୍ରାକ ହୋଇଛି। ତେଣୁ ଏଥିପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୨୪ ମସିହାରେ ଗଦର-୩ ର ଅଫିସିଆଲ ଘୋଷଣା କରାଯିବ। ଫିଲ୍ମର ରିଲିଜ ଅଗଷ୍ଟ ୨୦୨୫ରେ ହେବ।

Share