ରେକର୍ଡ ଭାଙ୍ଗୁଛି ‘ଗଦର-୨’, ୫ ଦିନରେ ୨୦୦ କୋଟି ରୋଜଗାର

ମୁମ୍ବାଇ: ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ରିଲିଜ ହେବାର ପ୍ରଥମ ଦିନରୁ ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଛି। ‘ଗଦର ୨’ର ଓପନିଙ୍ଗ୍‌ ସପ୍ତାହ ମଧ୍ୟ ଜବରଦସ୍ତ ଥିଲା ଏବଂ ଚଳଚ୍ଚିତ୍ରଟି ମଧ୍ୟ ସପ୍ତାହରେ ଅନେକ ରେକର୍ଡ କରିଛି। ଅଗଷ୍ଟ ୧୫ରେରେ ଏହି ଚଳଚ୍ଚିତ୍ର ରୋଜଗାରର ସମସ୍ତ ରେକର୍ଡ ଭାଙ୍ଗି ଏକ ଜବରଦସ୍ତ ସଂଗ୍ରହ କରିଛି। ଆସନ୍ତୁ ଜାଣିବା ‘ଗଦର-୨’ ରିଲିଜ ହେବାର ୫ ଦିନରେ ଅର୍ଥାତ୍‌ ପ୍ରଥମ ମଙ୍ଗଳବାରରେ କେତେ କୋଟି କରିଛି?

ଚଳଚ୍ଚିତ୍ରର ରୋଜଗାର ବିଷୟରେ ଦେଖିଲେ ‘ଗଦର-୨’ ଉଦ୍ଘାଟନୀ ସପ୍ତାହରେ ଏକ ଭଲ ସଂଗ୍ରହ କରିଥିଲା। ଏହା ପରେ ଫିଲ୍ମ ସୋମବାର୩୮.୭ କୋଟି ଟଙ୍କା ରୋଜଗାର କରିଥିବା ବେଳେ ମଙ୍ଗଳବାର ଅଗଷ୍ଟ ୧୫ରେ ‘ଗଦର-୨’ ଛୁଟିଦିନର ସମ୍ପୂର୍ଣ୍ଣ ଫାଇଦା ଉଠାଇଛି ଏବଂ ଦର୍ଶକ ଏହାକୁ ଦେଖିବା ପାଇଁ ପ୍ରେକ୍ଷାଳୟରେ ଭିଡ଼ ଜମାଇଥିଲେ। ଏହା ସହିତ, ଫିଲ୍ମ ରିଲିଜର ୫ ଦିନର ପ୍ରାରମ୍ଭିକ ଆକଳନ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ର ରିଲିଜ ହେବାର ୫ଦିନରେ ୫୫.୫ କୋଟି ରୋଜଗାର କରି ରେକର୍ଡ ଭାଙ୍ଗିଛି। ଏହା ସହିତ ‘ଗଦର-୨’ ୫ ଦିନର ମୋଟ ରୋଜଗାର ବର୍ତ୍ତମାନ ୨୦୦ କୋଟି ଅତିକ୍ରମ କରିଛି।

Share