ରୁଷିଆକୁ ଘେରିବାକୁ ପୁଣି ଅଣ୍ଟା ଭିଡିଲାଣି ଆମେରିକା

ୱାଶିଂଟନ,୨୭ ।୬: ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ ଦିନକୁ ଦିନ ରୁଷିଆର ସମସ୍ୟା ବଢିବାରେ ଲାଗିଛି । ଆମେରିକା ଓ ୟୁରୋପ ଏବେ ରୁଷିଆ ଉପରେ ନୂଆ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ଜି-୭ ସଦସ୍ୟ ଦେଶ ରୁଷିଆରୁ ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲାଗଇବାକୁ ଯୋଜନା କରିଥିବା ଜଣାପଡିଛି । ବିଶ୍ୱର ୭ ବିକଶିତ ଦେଶର ସଙ୍ଗଠନ ଜି-୭ର ଶିଖର ବୈଠକ ଏବେ ଜର୍ମାନୀର ମ୍ୟୁନିଖ ନିକଟ ଏଲମୋରେ ଆରମ୍ଭ ହୋଇଛି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ଟୁଇଟ କରି କହିଛନ୍ତି ଜି – ୭ ସଦସ୍ୟ ଦେଶ ରୁଷିଆରୁ ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି । ବାଇଡେନ କହିଛନ୍ତି ରୁଷିଆ ସୁନା ବିକ୍ରିରୁ ଅରବ ଡଲାର ଆୟ କରିଥାଏ । ଅନୁମାନ କରାଯାଉଛି କି ମଙ୍ଗଳବାର ଜି-୭ େ ଦଶ ଏ ସମ୍ପର୍କରେ ଶେଷ ନିଷ୍ପତ୍ତି ନେଇପାରନ୍ତି ।
କୁହାଯାଉଛି କି ପୂର୍ବରୁ ରୁଷିଆ ଉପରେ ଲାଗିଥିବା କିଛି ପ୍ରତିବନ୍ଧକ ଫଳରେ ଏହାର ଅର୍ଥବ୍ୟବସ୍ଥା ବିଗିଡି ଯାଇଛି । ଏବେ ଯଦି ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲାଗିଲା ତେବେ ଏହାର ବହୁତ ପ୍ରଭାବ ରୁଷିଆ ଅର୍ଥବ୍ୟବସ୍ଥା ଉପରେ ପଡିବ । କାରଣ ଏଡା ରୁଷିଆର ଏକ ମହତ୍ୱପୂର୍ଣ୍ଣ ରାଜସ୍ୱର ସ୍ରୋତ ।

Share