Posted inଜାତୀୟ

ବାଇଡେନଙ୍କ ଠାରୁ ସୁନକଙ୍କ ପର୍ଯ୍ୟନ୍ତ ସମସ୍ତ ଅତିଥିଙ୍କ ସ୍ବାଗତ ପାଇଁ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଜି -୨୦ ଶିଖର ସମ୍ମିଳନୀ ପାଇଁ ବିଦେଶୀ ପ୍ରତିନିଧୀଙ୍କୁ ସ୍ବାଗତ କରିବା ପାଇଁ ଜାତୀୟ ରାଜଧାନୀକୁ ରାଜକୀୟ ଭାବେ ସଜାଯାଇଛି। ଏଥିସହ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ବାଗତ କରିବାକୁ କେନ୍ଦ୍ର ବିଭିନ୍ନ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାଗତ ସେପ୍ଟେମ୍ବର ୮ ସନ୍ଧ୍ୟା ୬.୫୫ (ଅସ୍ଥାୟୀ ସମୟାନୁସାରେ)ରେ ରାଜ୍ୟ ମନ୍ତ୍ରୀ ଭି.କେ ସିଂ ସ୍ବାଗତ କରିବେ। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଦିନ ୧.୪୦ରେ ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ ଚୌବେ ସ୍ବାଗତ କରିବେ। ସୂଚନାନୁସାରେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦିନ ୧୨.୩୦ରେ ରାଜ୍ୟ ମନ୍ତ୍ରୀ ଦର୍ଶନା ଜରଦେଶ ସ୍ବାଗତ କରିବାକୁ ଥିବା ବେଳେ ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ ଚୌବେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଅପରାହ୍ନ ୨.୧୫ରେ ସ୍ବାଗତ କରିବେ। ସୂତ୍ରରୁ ପ୍ରକାଶ ଯେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ରାଜ୍ୟ ମନ୍ତ୍ରୀ ଶୋଭା କରାଡଲାଜେ ସକାଳ ୬.୨୦ରେ ସ୍ବାଗତ କରିବେ। ସେହିପରି ଚାଇନାର ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ରାଜ୍ୟ ମନ୍ତ୍ରୀ (ଅବସରପ୍ରାପ୍ତ) ଭି.କେ ସିଂ ସା ୭.୪୫ରେ ଏବଂ ୟୁଏଇର ରାଷ୍ଟ୍ରପତି ଏଚ ଏଚ ଶେଖ ମହମ୍ମଦ ବେନ ଜାଏଦ ଅଲ ନାହୟାନଙ୍କୁ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସ୍ବାଗତ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଗଲା କୋଟିଏ ଟଙ୍କାର ଶେଡ୍, ଯାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ରାଉରକେଲା,୧୧।୮(ସଙ୍ଗୀତା ଜେନା): ରାଉରକେଲା ରେଲଓ୍ବେ ଷ୍ଟେଶନର ମୁଖ୍ୟ ପ୍ରବେଶ ଦ୍ୱାରରେ ନିର୍ମାଣାଧୀନ ଶେଡ୍‌ ସୋମବାର ହୋଇଥିବା ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି। ଫଳରେ ଶେଡ୍‌ ତଳେ ଥିବା ଏକ…

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri