Posted inଜାତୀୟ

ଜି-୨୦ ଶେରପା ଅମିତାଭ କାଣ୍ଟଙ୍କୁ ପ୍ରଶଂସା କଲେ ଥରୁର: କହିଲେ, ଭାରତ ପାଇଁ ଗର୍ବର ମୂହୁର୍ତ୍ତ

ନୂଆଦିଲ୍ଲୀ,୧୦।୯: ଜି-୨୦ ଶିଖର ସମ୍ମିଳନୀରେ ଘୋଷଣାପତ୍ରକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିବାରୁ କଂଗ୍ରେସ ଏମ୍‌ପି ଶଶି ଥରୁର ଶେରପା ଅମିତାଭ କାଣ୍ଟଙ୍କୁ ପ୍ରଶଂସା କରିଛନ୍ତି। ଜି-୨୦ ଶିଖର ସମ୍ମିଳନୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ସର୍ବସମ୍ମତି କ୍ରମେ ଘୋଷଣା  ଭାରତ ଏକ ବଡ଼ ବିଜୟ ହାସଲ କରିଛି। ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି ଥରୁର କହିଛନ୍ତି।
ୟୁକ୍ରେନ ପ୍ରସଙ୍ଗରେ ନୂଆଦିଲ୍ଲୀ ଘୋଷଣାନାମାରେ ସହମତି ପ୍ରକାଶ ପାଇଛି। ଶିଖର ସମ୍ମିଳନୀରୁ ମିଳିତ ବିବୃତ୍ତି ଦିଆଯିବ କି ନାହିଁ ତାହା ମଧ୍ୟ ଏକ ବିପଦ ଥିଲା, କିନ୍ତୁ ଏହା ପରେ ଭାରତୀୟ ଦଳ ପୁଣିଥରେ ଚାଇନା, ରୁଷିଆ ଏବଂ ପାଶ୍ଚାତ୍ୟ ଦେଶର ପ୍ରତିନିଧୀଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଏଥିରେ ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଇଣ୍ଡୋନେସିଆରୁ ଭାରତକୁ ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା। ଏହି ପ୍ରୟାସ ମାଧ୍ୟମରେ ଚାଇନା ୟୁକ୍ରେନ ପ୍ରସଙ୍ଗରେ ପ୍ରସ୍ତୁତ ଆର୍ଟିକିଲରେ ରାଜି ହେବାରେ ସଫଳ ହୋଇଥିଲା। ପରେ ୟୁରୋପୀୟ ଦେଶଗୁଡିକ ମଧ୍ୟ ଏହି ଅନୁଚ୍ଛେଦରେ ଯାହା ଲେଖାଥିଲା ତାହା ସହ ସହମତ ହୋଇଥିଲେ।
ଜି -୨୦ର ଭାରତୀୟ ଶେରପା ଅମିତାଭ କାଣ୍ଟ ମଧ୍ୟ ଏକ ସାକ୍ଷାତକାରରେ ନିଶ୍ଚିତ କରିଛନ୍ତି ଯେ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଇଣ୍ଡୋନେସିଆ ଏକମତ ହେବାରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ନୂଆଦିଲ୍ଲୀ ଘୋଷଣାନାମା ସଦସ୍ୟ ଦେଶମାନଙ୍କ ସହ ୨୦୦ ଘଣ୍ଟା ଧରି ଆଲୋଚନା ହୋଇଛି। ରୁଷିଆ ଏବଂ ଚାଇନା ସହିତ ଦୀର୍ଘ ପୃଥକ ଆଲୋଚନା ହୋଇଥିଲା, ଯାହା ପରେ ଶୁକ୍ରବାର ରାତିରେ ଚୂଡ଼ାନ୍ତ ଡ୍ରାଫ୍ଟରେ ସହମତି ପ୍ରକାଶ ପାଇଲା।
କାଣ୍ଟଙ୍କ ଏହି ମନ୍ତବ୍ୟକୁ ଭିତ୍ତି କରି କଂଗ୍ରେସ ସାଂସଦ ଶଶି ଥରୁର ଭାରତୀୟ ଶେର୍ପା ଅମିତାଭ କାଣ୍ଟଙ୍କୁ ‘ଏକ୍ସ’ରେ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଲାଗୁଛି ଯେ ଯେତେବେଳେ ଆପଣ ଆଇଏଏସ୍‌ ପାଇଁ ଚୟନ କଲେ ଆଇଏଫ୍‌ଏସ୍‌ ଜଣେ ବିଶିଷ୍ଟ କୂଟନୀତିଜ୍ଞଙ୍କୁ ହରାଇଲା। ସେ ଏହାକୁ ଭାରତ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି।
ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶ ନିଜ ଦେଶ ତରଫରୁ ଜଣେ ଶେରପା ନିଯୁକ୍ତ କରନ୍ତ। ସଦସ୍ୟ ଦେଶଗୁଡିକର ଶେର୍ପାସ ଜି-୨୦ ଶିଖର ସମ୍ମିଳନୀରେ ନିଜ ନିଜ ଦେଶକୁ ପ୍ରତିନିଧିତ୍ୱ କରନ୍ତି। ଏହି ସମ୍ମିଳନୀରେ ସେ କେବଳ ତାଙ୍କ ନେତାମାନଙ୍କୁ ସାହାଯ୍ୟ କରନ୍ତି ନାହିଁ ବରଂ ତାଙ୍କର କାର୍ଯ୍ୟ ହେଉଛି ସମସ୍ତ ସଦସ୍ୟ ଦେଶକୁ ତାଙ୍କ ଦେଶର ନୀତିଗତ ନିଷ୍ପତ୍ତି ବିଷୟରେ ଅବଗତ କରାଇବା। ଯଦି ସରଳ ଭାଷାରେ ବୁଝାଯାଏ, ଶେରପାଙ୍କ ପଦ ଏକ ରାଷ୍ଟ୍ରଦୂତଙ୍କ ସହିତ ସମାନ। ଭାରତ ଅମିତାଭ କାଣ୍ଟଙ୍କୁ ଏହାର ଶେରପା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri