୨୨ ଏକର ଜମିରେ ଗଞ୍ଜେଇ ଚାଷ, ଅତର୍କିତ ଚଢ଼ାଉ କରି ଗଛ ନଷ୍ଟ କଲା ଜି.ଉଦୟଗିରି ପୋଲିସ

ଜି.ଉଦୟଗିରି,୨୫।୧୧( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଅନ୍ତର୍ଗତ ଗଲାମାହା ପଞ୍ଚାୟତ ପେଟାପାଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଜି.ଉଦୟଗିରି ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉରେ ୨୨ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କରାଯିବା ସହ ଚାଷ ପାଇଁ ବ୍ୟବହୃତ ସମାଗ୍ରୀ ପୋଲିସ ଜବତ କରିଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨.୫ କୋଟିରୁ ଉର୍ଦ୍ଧ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ଥାନା କେସ ନମ୍ବର ୨୩୧/୨୫ ରେ ଏନଡିପିଏସ ଧାରାରେ କେସ  ପଞ୍ଜୀକୃତ ହୋଇ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ, ୨୨ ଏକର ଜମିରେ ପ୍ରାୟ ୧୧ ହଜାର ଗଞ୍ଜେଇ ଗଛ ଲଗାଯାଇଥିଲା। ସ୍ଥାନୀୟ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ରାଇକିଆ ତହସିଲଦାର ବାରିଆଲ ମୁର୍ମୁଙ୍କ ସହ ୩ ଜଣ ପୋଲିସ ଅଧିକାରୀ, ଏକ ଫ୍ଲାଟୁନ ଫୋର୍ସ, ୧୫ ଜଣ ପୋଲିସ, ୪୦  ଜଣ ହୋମ ଗାର୍ଡ ସଦଳବଳେ ଉକ୍ତ ଚାଷ ଜମିରେ ପହଞ୍ଚି ଗଞ୍ଜେଇ ଗଛ କାଟି ସେଗୁଡ଼ିକ ପୋଡ଼ି ନଷ୍ଟ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ପ୍ରଥମ ଖବର ହୋଇଥିବା ବେଳେ ପୋଲିସର ତିକ୍ଷ୍ଣ ଦୃଷ୍ଟିରୁ ବର୍ତ୍ତି ପାରିନାହାନ୍ତି ଗଞ୍ଜେଇ ଚାଷୀ। ବହୁ ସଚେତନତା ପରେ ବି ଗଞ୍ଜେଇ ଚାଷ ଚାଲିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ…

ଆକ୍ସନ ମୋଡ୍‌ରେ ବରଗଡ଼ ପୋଲିସ: ନିଶା ବେପାରୀଙ୍କ ଆଡ୍ଡା ଉପରେ ମାଡ଼ିଲା ବୁଲଡୋଜର୍‌, ଛାନିଆ ହେଲେଣି…

ବରଗଡ଼, ୧୦।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବଢିଚାଲିଥିବା ଅପରାଧିକ କାର୍ଯ୍ୟକଳାପ ଉପରେ ପାଲିସର ଶକ୍ତ ପ୍ରହାର। ସହରରେ ଲୁଟପାଟ, ଛୁରାମାଡ଼ ଏବଂ ହତ୍ୟାକାଣ୍ଡ ଭଳି ଘଟଣା…

ରାଉରକେଲା IGHରେ ଅଭାବନୀୟ ଘଟଣା: ଟଏଲେଟ୍‌ ପ୍ୟାନ୍‌ ଭିତରୁ ନବଜାତକର ମୃତଦେହ ଉଦ୍ଧାର, ବଢ଼ିଲା ଚର୍ଚ୍ଚା

ରାଉରକେଲା, ୧୦।୩ (ସଂଗୀତା ଜେନା): ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (IGH) ପରିସରରେ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ…

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ: ଧରଣୀଧର ସଭାପତି, ରାମକୃଷ୍ଣ ହେଲେ ସମ୍ପାଦକ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ଓଡିଶା ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।…

ରାସ୍ତାକଡ଼ରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ,ପରିଚୟ ଖୋଜୁଛି ପୋଲିସ; ହତ୍ୟା କରି ନା…?

ବେଲଗୁଣ୍ଠା,୧୦।୩(କୃଷ୍ଣଚନ୍ଦ୍ର ପଟ୍ଟନାୟକ):  ଗଞ୍ଜାମ ଜିଲା ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ନିକଟରୁ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସମ୍ପୂର୍ଣ୍ଣ…

ମାର୍ଚ୍ଚ ୧୩ରେ ନିଯୁକ୍ତି ମେଳା: ଶିକ୍ଷିତ ଯୁବତୀ, ଯୁବକଙ୍କ ପାଇଁ ବଡ଼ ସୁଯୋଗ

କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷିତ ଯୁବତୀ, ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଆସନ୍ତା ୧୩ରେ ସ୍ଥାନୀୟ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପଡ଼ିଆରେ ଜିଲାସ୍ତରୀୟ…

ବିନା ସୂଚନା ଫଳକରେ ଚାଲିଛି କୋଟିଏ ଟଙ୍କାର କୋଠା ନିର୍ମାଣ: ନିମ୍ନମାନର କାମ ସହ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି 

କେସିଙ୍ଗା, ୧୦।୩ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଚାଲିଥିବା ନୂତନ କୋଠା ନିର୍ମାଣକୁ ନେଇ ବ୍ୟାପକ ଅନିୟମିତତା ଅଭିଯୋଗ…

ଅଟୋ ପଛରେ ପିଟିହେଲା ବାଇକ୍‌ , ଆଉ ତା’ପରେ..

ଖଜୁରିପଡ଼ା, ୧୦ା୩ ( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଧୀନ ବାଉଁଶୁଣି ପୋଲରେ ମଙ୍ଗଳବାର ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୁରୁତର ୩ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri