ଜି.ଉଦୟଗିରି କାଉନସିଲର ଉପନିର୍ବାଚନ ୪ ଜଣଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିିତା

ଜି.ଉଦୟଗିରି,୨ା୧(ଡି.ଏନ୍‌.ଏ.)-ଜି.ଉଦୟଗିରି ଏନ୍‌ଏସିର ୬ ନମ୍ବର ୱାର୍ଡ କାଉନସିଲର ପଦବୀ ପାଇଁ ଆସନ୍ତା ୧୨ତାରିଖରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେହି ମଧ୍ୟ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନ ଥିବା ଜଣାପଡ଼ିଛି। କୁଞ୍ଜବିହାରୀ ନାୟକ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସିଦ୍ଧେଶ୍ୱରୀ ନାୟକ ବିଜୁ ଜନତା ଦଳ, ସୁଜାତା ନାୟକ ଭାରତୀୟ ଜନତା ପାର୍ଟି ଓ ରାଖେଲ ନାୟକ ସ୍ବାଧୀନ ପ୍ରାର୍ଥୀ ଭାବେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଜଣାପଡ଼ିଛି। ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଚୂଡ଼ାନ୍ତ ତାଲିକା ଘୋଷଣା କରିଛନ୍ତି।