୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜି ଉଦୟଗିରି ବଡ଼ସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

ଜି ଉଦୟଗିରି, ୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି ଉଦୟଗିରି ସହରରେ କିଛିଦିନ ହେବ କଣ୍ଟେନମେଣ୍ଟ ଜୋନ୍‌ ହଟିଥିବା ବେଳେ ବୁଧବାର ପୁଣିଥରେ ସହରର ସବୁଠାରୁ ବଡ଼ ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଉକ୍ତ ସାହିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପାଳଙ୍କ ଆର୍ଦ୍ଦେଶ କ୍ରମେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ଜି ଉଦୟଗିରି ବିଡିଓ ତଥା ଏନଏସିର ପ୍ରଶାସକ ଶାନ୍ତନୁ କୁମାର ନାୟକ କହିଛନ୍ତି । ଘର ଘର ବୁଲି ସ୍କ୍ରିନିଂ କରାଯିବା ସହିତ ସାହିକୁ ସାନିଟାଇଜ୍‌ କରାଯିବ। କଣ୍ଟାକ୍ଟ ଟ୍ରେସିଂ କରାଯାଇ ସମସ୍ତଙ୍କ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।