ଜି. ରାଜେଶ ଖଣି ନିର୍ଦ୍ଦେଶକ

ଭୁବନେଶ୍ୱର୧୦,ା୯(ବ୍ୟୁରୋ): ରାଜ୍ୟ ସରକାର ଆଇଏଫଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଶୁକ୍ରବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସିସିଏଫ୍‌(ନୋଡାଲ) ଜି. ରାଜେଶଙ୍କୁ ଖଣି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ରାଜନଗର ଡିଏଫଓ ଯଜ୍ଞଦତ୍ତ ପତିଙ୍କୁ ଆଠଗଡ ବନଖଣ୍ଡ ଡିଏଫ୍‌ଓ ଏବଂ ଡେରାଡୁନ ବନ୍ୟପ୍ରାଣୀ ପ୍ରତିଷ୍ଠାନରୁ ଟ୍ରେନିଂ ଶେଷ କରି ଫେରିଥିବା ପ୍ରଶାନ୍ତ ପଟେଲଙ୍କୁ ଫୁଲବାଣୀ ବନଖଣ୍ଡ ଡିଏଫ୍‌ଓ ଭାବେ ନିଯୁକ୍ତି ଦିଆଯାଇଛି।