Posted inଜାତୀୟ

ରୁଷିଆ ତୈଳ ଉପରେ ଜି-୭ର କଟକଣାକୁ ସମର୍ଥନ କରିବାକୁ ମନା କଲା ଭାରତ, ନିଷ୍ପତ୍ତିକୁ ସ୍ବାଗତ କଲା ରୁଷିଆ…

ନୂଆଦିଲ୍ଲୀ,୧୧।୧୨ : ଜି-୭ ଦେଶ ଏବଂ ସେମାନଙ୍କର ସହଯୋଗୀମାନଙ୍କ ପକ୍ଷରୁ ରୁଷିଆ ତୈଳ ଉପରେ ଲଗାଯାଇଥିବା କଟକଣାକୁ ଭାରତ ସମର୍ଥନ କରିବାକୁ ମନା କରିଛି। ରୁଷିଆର ତୈଳ ଉପରେ ପ୍ରାଇସ କ୍ୟାପ୍‌ ନ ଲଗାଇବାକୁ ଭାରତର ନିଷ୍ପତ୍ତିକୁ ରୁଷିଆ ସୱାଗତ କରିଛି। ରୁଷିଆର ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ନୋଭାକ ରୁଷିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପଓ୍ବନ କପୁରଙ୍କ ସହ ସାକ୍ଷାତ ସମୟରେ ଏହି ସୂଚନା ଦେଇଛନ୍ତି।

ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି ଯେ ଉପ-ପ୍ରଧାନମନ୍ତ୍ରୀ ରୁଷ ତେଲ ଉପରେ ପ୍ରାଇସ୍‌ କ୍ୟାପ ଲଗାଇବାକୁ ସମର୍ଥନ ନକରିଥିବା ଭାରତର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି, ଯାହାକି ଡିସେମ୍ବର ୭ରେ ଜି-୭ ଦେଶ ଏବଂ ସେମାନଙ୍କ ସହଯୋଗୀମାନଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଜି- ୭ ଦେଶ ରୁଷିଆରୁ ତୈଳ ଆମଦାନୀ ଉପରେ ପ୍ରାଇସ୍‌ କ୍ୟାପ ଲଗାଇବାକୁ ରାଜି ହୋଇଥିଲେ।

ବିବୃତ୍ତି ଅନୁଯାୟୀ ନୋଭାକ କହିଛନ୍ତି ଯେ ଶକ୍ତି ସଙ୍କଟ ମଧ୍ୟରେ ଶକ୍ତି ସମ୍ବଳ ଯୋଗାଣ ଏବଂ ପୂର୍ବ-ଦକ୍ଷିଣ ଦେଶକୁ ଶକ୍ତି ରପ୍ତାନି ପାଇଁ ରୁଷିଆ ନିଜରଦାୟିତ୍ୱକୁ ପାଳନ କରୁଛି। ରୁଷିଆ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ, ୨୦୨୨ ବର୍ଷର ପ୍ରଥମ ଆଠ ମାସରେ, ଭାରତକୁ ରୁଷିଆର ତେଲ ଆମଦାନୀ ୧୬.୩୫ ମିଲିୟନ ଟନ କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ୟୁକ୍ରେନ ଯୁଦ୍ଧ ସତ୍ତ୍ୱେ ଭାରତ ରୁଷିଆରୁ ତେଲ ଆମଦାନି ଜାରି ରଖିଥିଲା ।

ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ରୁଷିଆ ଭାରତକୁ ତୈଳ ଯୋଗାଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଥିଲା। ଏଥିସହ ରୁଷିଆରୁ ତୈଳଜାତ ଦ୍ରବ୍ୟ ଏବଂ କୋଇଲା ଯୋଗାଣରେ ମଧ୍ୟ ବୃଦ୍ଧି ଘଟିଛି।

ଭାରତୀୟ ରାଷ୍ଟ୍ରଦୂତ ପଓ୍ବନ କପୁରଙ୍କ ସହ ଏକ ସାକ୍ଷାତକାରରେ ନୋଭାକ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀଙ୍କୁ ଅନ୍ତର୍ଜାତୀୟ ଫୋରମ ’ରୁଷିଆ ଶକ୍ତି ସପ୍ତାହ ୨୦୨୩’ ରେ ଭାଗ ନେବାକୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବର୍ଷ ଅକ୍ଟୋବର ୧୧-୧୨ରେ ମସ୍କୋରେ ଏହା ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri