ଓଜନ କମ୍‌ କରିବା ପାଇଁ ବୈଜ୍ଞାନିକ ପ୍ରସ୍ତୁତ କଲେ ଭାଇବ୍ରେଟିଙ୍ଗ ସ୍ମାର୍ଟ ପିଲ୍‌, ବଜେଟ୍‌ ଫ୍ରେଣ୍ଡଲି ରହିଛି ଦାମ୍‌

ନୂଆଦିଲ୍ଲୀ,୯।୧:ବିଶ୍ୱରେ ଥିବା ସବୁ ବୈଜ୍ଞାନିକ ମାନବକଲ୍ୟାଣ ପାଇଁ ବିଭିନ୍ନ ଆବିଷ୍କାର କରୁଛନ୍ତି। ନିକଟରେ ବୈଜ୍ଞାନିକମାନେ ଏପରି ଏକ ଟାବଲେଟ ବା ପିଲ୍‌ ତିଆରି କରିଛନ୍ତି ଯାହାଦ୍ୱାରା ଓଜନ ଅତି ସହଜରେ କମି ପାରିବ। ଗୋଟିଏ ଟାବଲେଟରେ କମିଯିବ ଓଜନ। ସାଇନ୍ସ ଜର୍ନାଲରେ ପ୍ରକାଶିତ ଏକ ଆଲେଖ୍ୟରେ ସ୍ମାର୍ଟ ପିଲ୍‌ (Vibrating Ingestible BioElectronic Stimulator- VIBES) ସମ୍ପର୍କରେ କୁହାଯାଇଛି। ଦାବି କରାଯାଉଛି ଏହି ଟାବଲେଟ ଖାଇବା ଦ୍ୱାରା ଆପଣଙ୍କ ଓଜନ ବହୁତ ପରିମାଣରେ କମିଯିବ।

କହି ରଖୁଛୁ କି, ଏହି ପିଲ୍‌ର ଏଯାଏଁ ମାନବ ପରୀକ୍ଷଣ କରାଯାଇ ନାହିଁ। କିନ୍ତୁ ପ୍ରଥମ ଥର ଘୁଷୁରୀ ଉପରେ ଏହାକୁ ଟେଷ୍ଟିଂ କରାଯାଇଥିଲା। ଯାହା ଆଶାଜନକ ରୂପେ ସଫଳ ହୋଇଛି। ଏହି ପିଲ୍‌ର ବିଶେଷତ୍ୱ ହେଉଛି, ଏହାକୁ ଖାଇବା ଦ୍ୱାରା ଭୋକ କମ୍‌ ଲାଗିବା ସହ ଓଜନ ମଧ୍ୟ କମିବ। ଘୁଷୁରୀମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣରେ, ସେମାନେ ପିଲ୍‌ ଖାଇବାର ଅଧଘଣ୍ଟା ପରେ ମଧ୍ୟ ୪୦ ପ୍ରତିଶତରୁ କମ୍‌ ଖାଇବା ଖାଇଥିଲେ। ଏହି ପିଲ୍‌ ଷ୍ଟ୍ରେଚ ରିସେପ୍ଟରକୁ ସକ୍ରିୟ କରି ପେଟରେ ଭୋଜନର ଉପସ୍ଥିତିକୁ ଷ୍ଟିମ୍ୟୁଲେଟ କରିଥାଏ। ବଦଳରେ ଏହା ହାଇପାଥୋଲେମସ ହରମୋନର ସ୍ତରକୁ ବଢାଇଥାଏ। ଯାହାଦ୍ୱାରା ଆମକୁ ପେଟ ଭର୍ତ୍ତି ହେବା ଭଳି ଲାଗିଥାଏ। କିନ୍ତୁ ମାନବ ପରୀକ୍ଷଣ ପରେ ଏହାର ସଫଳ ରୂପାୟନ ହୋଇ ପାରିଛି କି ନାହିଁ ଜଣାପଡିବ।

ଏମଆଇଟିର ପୂର୍ବ ସ୍ନାତକ ଛାତ୍ର ଓ ପୋଷ୍ଟଡକ ଶ୍ରୀୟା ଶ୍ରୀନିବାସ ଏହାକୁ ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ସେ ହାଓର୍‌ବାଡ ବିଶ୍ୱବିଦ୍ୟାଳୟର ବାୟୋଇନଞ୍ଜିନିୟରିଂର ସହାୟକ ପ୍ରଫେସର ଅଛନ୍ତି। ଏନେଇ ସେ କହିଛନ୍ତି, ଭୋକ ଲାଗିଲେ ଏହି ସ୍ମାର୍ଟ ପିଲ୍‌ ଖାଇବା ଦ୍ୱାରା ତାହା ପେଟରେ ଭାଇବ୍ରେଟ ହୋଇ ଷ୍ଟ୍ରେଚ ରିସେପ୍ଟରକୁ ଆକ୍ଟିଭେଟ କରିଥାଏ। ଏହାପରେ ବ୍ୟକ୍ତିଜଣଙ୍କୁ ପେଟପୁରା ଖାଇବା ଭଳି ଅନୁଭବ ହୋଇଥାଏ। ଯାହାଦ୍ୱାରା ବ୍ୟକ୍ତି ନିଜ ଖାଇବା ପାର୍ଟନକୁ କଣ୍ଟ୍ରୋଲ କରିଥାଏ।

ଏହି ଭାଇବ୍ରେଟିଙ୍ଗ ଷ୍ଟିମ୍ୟୁଲେଟର ଏକ ବ୍ୟାଟେରୀ ଭଳି ପରିଚାଳିତ ହୋଇଥାଏ। ତେବେ ପେଟରେ ଏହା ଏକ ଟାଇମର ଭଳି କାମ କରେ। ପ୍ରକ୍ରିୟା ପୁରା ହେବା ପରେ ତାହା ମଳରେ ଶରୀରରୁ ବାହାରି ଯାଇଥାଏ। ସବୁଠାରୁ ଖୁସି ଖବର ଏହା କି, ଏହି ପିଲ୍‌ ପକେଟ ଫ୍ରେଣ୍ଡଲି। ଏହାର ଦାମ୍‌ ୧ଡଲାର(୮୪ଟଙ୍କା) ଭିତରେ ରହିବ ବୋଲି ଆଶା କରାଯାଉଛି।

Share