Posted inଫୁରସତ

ଦୁନିଆର ରଙ୍ଗିନ ବିସ୍ମୟ: କେଉଁଠି ବହୁଛି ରକ୍ତର ଝରଣା ତ କେଉଁଠି ବେଳାଭୂମି ରଙ୍ଗ ସବୁଜ…

ରଙ୍ଗ! କାହାକୁ ବା ଭଲ ନ ଲାଗେ । ରଙ୍ଗ ଥିଲେ ହିଁ ତ ଜୀବନ ଓ ସାରା ଦୁନିଆ ଲାଗେ ରଙ୍ଗିନ । ତା’ଛଡା ଏଇ ଧରାପୃଷ୍ଠରେ ଥିବା କ୍ଷୁଦ୍ର କଣିକାଠୁ ଆରମ୍ଭ କରି ପଶୁପକ୍ଷୀ, ବୃକ୍ଷଲତା, ପାହାଡ଼, ପର୍ବତ  ସବୁର ଥାଏ ନିଜସ୍ବ ଏକ ରଙ୍ଗ। ଯାହା ତା’ର ପରିଚୟକୁ ବି ବହନ କରେ । ଏଇ ଯେମିତି ନୀଳ ଆକାଶ, ସବୁଜ ବନାନୀ, ହେଲେ ବେଳେବେଳେ ଏଥିରେ ଦେଖାଯାଏ ବ୍ୟତିକ୍ରମ । ସାଧାରଣତଃ ଯେଉଁ ରଙ୍ଗକୁ ନେଇ କୌଣସି ପ୍ରାଣୀ ବା ପ୍ରକୃତିର କିଛି ଅଂଶ ପରିଚିତ ହୋଇଥାଏ, ତା’ର ବିପରୀତ ରଙ୍ଗରେ ଦେଖିବାକୁ ମିଳନ୍ତି ଏମାନେ। ଫଳରେ ତାହା ମଣିଷ ପାଇଁ ପାଲଟିଯାଏ ବିସ୍ମୟ। ସେମିତି କିଛି ଦୁନିଆର ରଙ୍ଗିନ ବିସ୍ମୟକୁ ନେଇ ଏଥରର ପ୍ରଚ୍ଛଦ…
ରକ୍ତ ଝରଣା: ସୁଉଚ୍ଚ ପାହାଡ଼ିଆ ଅଞ୍ଚଳରୁ କଳକଳ ହୋଇ ବହିଯାଉଥିବା ଝରଣାର କାଚକେନ୍ଦୁ ପରି ପାଣି କାହାକୁ ବା ଭଲ ନ ଲାଗେ। ତେବେ ପୂର୍ବ ଆଣ୍ଟାର୍କଟିକାର ଟେଲର୍‌ ଗ୍ଲାସିୟର୍‌ରୁ ପ୍ରବାହିତ ଏକ ଝରଣା କାହିଁ କେବେଠାରୁ ମଣିଷ ପାଇଁ ବିସ୍ମୟ ହୋଇ ରହିଆସିଛି। କାରଣ ଏହି ଝରଣାର ପାଣି ସାଧାରଣ ନୁହେଁ। ଦେଖିବାକୁ ରକ୍ତ ପରି ଲାଲ ରଙ୍ଗର। ଯେଉଁ ସ୍ଥାନରୁ ଏହି ଝରଣା ପ୍ରବାହିତ ହେଉଛି, ସେ ସ୍ଥାନରେ ତାପମାତ୍ରା ସବୁବେଳେ ମାଇନସ୍‌ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ରହେ। ତେବେ ବି ଏହି ଝରଣା ଅବିରତ ପ୍ରବାହିତ ହୁଏ ପୁଣି ଗାଢ଼ ଲାଲ ରଙ୍ଗରେ। ୧୯୧୧ରେ ଅଷ୍ଟ୍ରେଲିଆର ଭୂତତ୍ତ୍ୱବିତ ଗ୍ରିଫିଥ ଟେଲର୍‌ ପ୍ରଥମେ ଏହି ଅତିଶୟ ଥଣ୍ଡା ସ୍ଥାନକୁ ସାହସ କରି ଆସିଥିଲେ ଓ ଉକ୍ତ ରହସ୍ୟମୟ ଝରଣାକୁ ଆବିଷ୍କାର କରିଥିଲେ। ପ୍ରଥମେ ସେ ଭାବିଥିଲେ ମାଇକ୍ରୋସ୍କୋପିକ ଲାଲ ଶୈବାଳ ପାଇଁ ଏହି ଝରଣାର ଜଳର ରଙ୍ଗ ଲାଲ ହୋଇଥାଇପାରେ। ହେଲେ ପରେ ଏହା ଭୁଲ୍‌ ପ୍ରମାଣିତ ହୋଇଥିଲା। ବୈଜ୍ଞାନିକଙ୍କ ମତରେ, ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଜଳସ୍ତର ବଢି ଆଣ୍ଟାର୍କଟିକାରେ ଏହି ହ୍ରଦଟି ସୃଷ୍ଟି ହେଇଥିଲା। ହେଲେ ଦୀର୍ଘବର୍ଷର ତୁଷାରପାତରେ ଉକ୍ତ ହ୍ରଦ ଉପରେ ଗ୍ଲାସିୟର(ଯାହା ଟେଲର୍‌ ଗ୍ଲାସିୟର ଭାବେ ପରିଚିତ) ସୃଷ୍ଟି ହେଇଗଲା। ଗ୍ଲାସିୟର ତଳେ ହ୍ରଦଟି ଦବି ରହିଗଲା। ଆଉ ତା’ର ଜଳ ଅଧିକରୁ ଅଧିକ ଲୁଣିଆ ହେବାକୁ ଲାଗିଲା। ଏହି ଲବଣାକ୍ତ ଜଳରେ ଭରପୂର ମାତ୍ରାରେ ଆଇରନ ବି ଅଛି। ଫଳରେ ହ୍ରଦର ଜଳ ବାହାରକୁ ଆସି ଝରଣାଭାବେ ପ୍ରବାହିତ ହେବା ବେଳେ ତାହା ଅମ୍ଳଜାନ ସଂସ୍ପର୍ଶରେ ଆସି ଅକ୍ସିଡେସନ୍‌ ହୋଇ ଲାଲ ରଙ୍ଗ ହୋଇଯାଏ। ତେବେ ଆଉ କେହି କେହି କୁହନ୍ତି ଏହି ଝରଣାରେ ଆତ୍ମା ଅଛି। ତେଣୁ ଏହାର ରଙ୍ଗ ଏଭଳି। କହିବାକୁଗଲେ ଏହି ଲାଲ ରଙ୍ଗର ଝରଣା ପଛର ପ୍ରକୃତ କାରଣ ଏବେ ବି ରହସ୍ୟ ଘେରରେ ଅଛି।
ଗୋଲାପୀ ହ୍ରଦ: ଲବଣାକ୍ତ ହ୍ରଦ, ମଧୁର ହ୍ରଦ କଥା ଜାଣିଥିବେ। ହେଲେ ଗୋଲାପୀ ହ୍ରଦ କଥା ଅନେକେ ଜାଣି ନ ଥିବେ। ସାଧାରଣତଃ ଦୂରରୁ ହ୍ରଦକୁ ଦେଖିଲେ ନୀଳ ରଙ୍ଗର ଦେଖାଯାଏ। ହେଲେ ଏ ହ୍ରଦଟି ଦେଖାଯାଏ ଗୋଲାପୀ ଗୋଲାପୀ। ଲାଗେ ସତେ ଯେମିତି କେହି ଏହାର ଜଳରେ ଗୋଲାପୀ ରଙ୍ଗ ଢାଳି ଦେଇଛି। ‘ପିଙ୍କ୍‌ ହିଲିୟର ଲେକ’ ହେଉଛି ଏହାର ନାମ। ଅଷ୍ଟ୍ରେଲିଆରେ ଥିବା ଏହି ହ୍ରଦର ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି ରାତିରେ ଏହା ସାଧାରଣ ହ୍ରଦ ପରି ଦେଖାଯାଏ। ହେଲେ ଦିନରେ ଏହାର ରଙ୍ଗ ଗୋଲାପୀ ହୋଇଯାଏ। ୧୮୦୨ ମସିହା ଜାନୁଆରୀ ୧୫ରେ ମାଥ୍ୟୁ ଫିଲ୍ଡର୍ସ ଏହି ହ୍ରଦର ସନ୍ଧାନ ପାଇଥିଲେ। ଏହାର କିଛିଦିନ ପରେ ଏହା ସାରା ପୃଥିବୀରେ ଚର୍ଚ୍ଚିତ ହୋଇଗଲା। ହ୍ରଦଟି ବେଶି ବଡ଼ ନୁହେଁ। ଏହାର କ୍ଷେତ୍ରଫଳ ୨୦୦୦ବର୍ଗ ଫୁଟ୍‌। ହ୍ରଦର ଚତୁଃପାର୍ଶ୍ୱରେ ଘନ ଜଙ୍ଗଲ ଘେରିରହିଛି। ତେବେ ଏହି ହ୍ରଦରେ ଥିବା ଶୈବାଳ ଓ ବ୍ୟାକ୍ଟେରିଆ ହେଉଛି ଉକ୍ତ ହ୍ରଦ ଗୋଲାପୀ ଦେଖାଯିବା ପଛର କାରଣ । ଯଦିଓ ହ୍ରଦରେ ବ୍ୟାକ୍ଟେରିଆ ଓ ଶୈବାଳ ଅଛନ୍ତି ତଥାପି ଏହା ଜୀବଜନ୍ତୁ ଓ ମଣିଷ ପାଇଁ ହାନିକାରକ ନୁହେଁ। ଏହି ହ୍ରଦର ଜଳ ଅଧିକ ଲବଣାକ୍ତ ମଧ୍ୟ। ବୈଜ୍ଞାନିକଙ୍କ ମତରେ  ହ୍ରଦ ଜଳରେ ମହଜୁଦ ଥିବା ଲବଣ, ଶୈବାଳ ଓ ବ୍ୟାକ୍ଟେରିଆ ଉପରେ ସୂର୍ଯ୍ୟକିରଣ ପଡିଲେ ପାଣିର ରଙ୍ଗ ବଦଳି ଗୋଲାପୀ ହୋଇଯାଏ।
ସବୁଜ ବାଲିର ବେଳାଭୂମି: ପ୍ରଶାନ୍ତ ମହାସାଗରରେ ୮ଟି ଦ୍ୱୀପ ଥିବା ଏକ ଦ୍ୱୀପପୁଞ୍ଜ ଅଛି। ଯାହା ମଧ୍ୟରେ ସବୁଠୁବଡ଼ ଦ୍ୱୀପ ହେଉଛି ହାଓ୍ବାଇ ଦ୍ୱୀପ। ଏହି ଦ୍ୱୀପରେ ମହାନା ନାମକ ଏକ ଅଜବ ବେଳାଭୂମି ଅଛି । ଏହି ବେଳାଭୂମି ଅଜବ ଏଇଥିପାଇଁ ଯେ, ଏଠି ଥିବା ବାଲି ସାଧାରଣ ନୁହେଁ। କାରଣ ଏହା ସବୁଜ ରଙ୍ଗର। ଏଭଳି ଅଜବ ରଙ୍ଗର ବାଲି ଏହି ବେଳାଭୂମିକୁ ସାରା ପୃଥିବୀରେ ଆକର୍ଷଣର କେନ୍ଦ୍ର କରାଇଛି। ଏହି ଦ୍ୱୀପ ‘ପାପାକୋଲିୟା ବିଚ୍‌’ ବା ‘ଗ୍ରୀନ ବିଚ୍‌’ ନାମରେ ପରିଚିତ। ଏହାର ବାଲି ସବୁଜ ରଙ୍ଗ ହେବାର କାରଣ କ’ଣ, ତାହା ଜାଣିବାକୁ ଅନେକ ଗବେଷଣା ହୋଇଛି। କିଛି ଗବେଷଣା କହେ କାଚ ପରି ସବୁଜ, ହଳଦିଆରଙ୍ଗର ଓଲିଭିନ ନାମକ ଖଣିଜ ପଥରର ଛୋଟ ଛୋଟ କଣିକାରେ ଏହି ବାଲି ତିଆରି, ଯାହାକି ସିଣ୍ଡର କୋନ୍‌ ନାମକ ପୁରୁଣା ଜ୍ୱାଳାମୁଖୀରୁ ବାହାରିଥାଏ। ସେଥିପାଇଁ ଏହି ବେଳାଭୂମିର ବାଲି ଏଭଳି ରଙ୍ଗର। ଏହି ସମୁଦ୍ର ତଟକୁ କାର୍‌ କିମ୍ବା ଅନ୍ୟ ବାହନଯୋଗେ ଯାଇ ହେବ ନାହିଁ। ଅଢେଇ କି.ମି. ଚାଲି ଚାଲି ଗଲେ ଏହି ବେଳାଭୂମିରେ ପହଞ୍ଚତ୍ ହୁଏ।
ନୀଳ ଲାଭା: ଇଣ୍ଡୋନେସିଆର ପୂର୍ବ ଜାଭାରେ ପ୍ରାୟ ୨୨ କି.ମି. ପର୍ଯ୍ୟନ୍ତ ‘କାଓ୍ବା ଇଜେନ୍‌’ ନାମକ ଏକ ଜ୍ୱାଳାମୁଖୀ ଲମ୍ବି ରହିଛି। ଏହି ଜ୍ୱାଳାମୁଖୀର ବିଶେଷତ୍ୱ ହେଉଛି ଯେ, ଏଥିରୁ ନୀଳ ରଙ୍ଗର ଲାଭା ନିର୍ଗତ ହୁଏ। ଯାହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଆଶ୍ଚର୍ଯ୍ୟଜନକ ବି ଲାଗେ। କାରଣ ସମସ୍ତେ ଜାଣନ୍ତି ଜ୍ୱାଳାମୁଖୀରୁ ଉତ୍ତପ୍ତ ଲାଲ ରଙ୍ଗର ଲାଭା ନିର୍ଗତ ହେଇଥାଏ। ହେଲେ ଏହି ଆଗ୍ନେୟଗିରିରୁ ନୀଳ ରଙ୍ଗର ଲାଭା ନିର୍ଗତ ହୁଏ। ବୈଜ୍ଞାନିକଙ୍କ ମତରେ ଏଭଳି ନୀଳ ରଙ୍ଗର ଲାଭା ନିର୍ଗତ ହେବା ପଛର କାରଣ ହେଉଛି, ଏଥିରେ ସଲଫର୍‌ର ମାତ୍ରା ବହୁତ ଅଧିକ ଥାଏ। ସଲଫର୍‌ ଥିବାରୁ ଖାସ୍‌କରି ରାତିରେ ହିଁ ଏହି ଲାଭା ଔଜ୍ଜ୍ୱଲ୍ୟମାନ ନୀଳ ରଙ୍ଗର ଦେଖାଯାଏ। ଯାହାର ଦୃଶ୍ୟ ବେଶ୍‌ ସୁନ୍ଦର ଲାଗେ। ହେଲେ ଏଥିରୁ ସଲଫର ଡାଇଅକ୍ସାଇଡ ନାମକ କ୍ଷତିକାରକ ଗ୍ୟାସ ନିର୍ଗତ ହୁଏ। ତେଣୁ ଯେଉଁମାନେ ଏହି ବିସ୍ମୟକର ଲାଭା ଦେଖିବାକୁ ଆସନ୍ତି ସେମାନଙ୍କୁ ମାସ୍କ ପିନ୍ଧିବାକୁ ପଡେ। ନଚେତ ଶ୍ୱାସ ସମ୍ବନ୍ଧିତ ରୋଗ ହେବାର ଆଶଙ୍କା ଥାଏ।
ରଙ୍ଗିନ ଲୁଣମରା ଯାଉଥିବା ଜମି: ଲୁଣମରା ତ ଅନେକେ ଦେଖିଥିବେ। ଜମିଗୁଡିକରେ ସମୁଦ୍ର ଜଳକୁ ଅଗଭୀର ପୋଖରୀ ଭଳି କରି ଅଟକାଇ ରଖାଯାଏ। ସୂର୍ଯ୍ୟାଲୋକରେ ଜଳ ବାଷ୍ପୀଭୂତ ହେବାପରେ ତଳେ ଧଳା ଲୁଣ ପଡିରହେ। ସାଧାରଣତଃ ଲୁଣ ମରାଯାଉଥିବା ଜମିଗୁଡିକ ଧଳା ଦେଖାଯାଏ। ହେଲେ ସାନଫ୍ରାନ୍ସିସ୍କୋ ଉପସାଗରୀୟ ଅଞ୍ଚଳରେ ଥିବା ୧୬୫୦୦ ଏକରର ଲୁଣମରା ଜମି ଉପର ଦେଇ ଗଲାବେଳେ ଯଦି ତଳକୁ ଦେଖିବେ ଲାଗିବ ସତେ ଯେମିତି କେହି ଭୂମିରେ ରଙ୍ଗିନ ଗ୍ଲାସ୍‌ ପେଣ୍ଟିଂ କରିଦେଇଛି। ନୀଳ, ସବୁଜ, ଲାଲ, ହଳଦିଆ, ମାଜେଣ୍ଟା ପରି ରଙ୍ଗରେ ଏହି ଲୁଣମରା ଅଗଭୀର ମନୁଷ୍ୟକୃତ ପୋଖରୀ ସଦୃଶ ଜମିଗୁଡିକ ବେଶ୍‌ ଚମତ୍କାର ଲାଗେ। ଏହି ଲୁଣମରା ଜମିଗୁଡିକ କାରଗିଲ ସଲ୍ଟ ପଣ୍ଡ ନାମରେ ପରିଚିତ। ତେବେ ପ୍ରଶ୍ନ ଉଠେ ଏହି ଜମିଗୁଡିକ ଏଭଳି ରଙ୍ଗିନ ହୁଏ କେମିତି। ବୈଜ୍ଞାନିକଙ୍କ ମତରେ ଜଳର ଲବଣତା ବଢିବା ସହ ସେଥିରେ ପ୍ରାକୃତିକଭାବେ କିଛି ମାକ୍ରୋଅର୍ଗାନିଜମ୍‌ ସୃଷ୍ଟି ହୁଅନ୍ତି। ଜଳର ରଙ୍ଗର ତା’ର ଲବଣତା ଓ ସେଥିରେ କେଉଁ ପ୍ରକାରର ମାଇକ୍ରୋଅର୍ଗାନିଜମ୍‌ ଜାତ ହୋଇଥାନ୍ତି ତା’ ଉପରେ ନିର୍ଭର କରେ। ଏଥିରେ ମୁଖ୍ୟତଃ ତିନି ପ୍ରକାରର ମାଇକ୍ରୋଅର୍ଗାନିଜମ୍‌ ଜାତ ହୋଇଥାନ୍ତି ଯେମିତିକି ସିନେଚୋକୋକସ୍‌, ହାଲୋବ୍ୟାକ୍ଟେରିଆ ଏବଂ ଡୁନାଲିଏଲା ଜାତ ହୋଇଥାନ୍ତି। ତା’ଛଡ଼ା ଏହି ଜଳରେ ଥିବା ଶୈବାଳ ବି ଜଳକୁ ରଙ୍ଗିନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି।
ଗୋଲାପୀ ଝିଣ୍ଟିକା: ଜୀବଜଗତରେ ବି ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ ନିଜର ସାଧାରଣ ରଙ୍ଗଠୁ ଭିନ୍ନ ହୋଇଥାନ୍ତି। ଏଇ ଯେମିତି ଝିଣ୍ଟିକା। ଝିଣ୍ଟିକା ତ ସମସ୍ତେ ଦେଖିଥିବେ ହେଲେ କେବେ ଗୋଲାପୀ ରଙ୍ଗର ଝିଣ୍ଟିକା ଦେଖିଛନ୍ତି? ଭାବୁଥିବେ ଝିଣ୍ଟିକା ପୁଣି ଗୋଲାପୀ ରଙ୍ଗର ! ହଁ ଏହି ରଙ୍ଗର ଝିଣ୍ଟିକା ଅଛନ୍ତି। କିଛି ବୈଜ୍ଞାନିକ କୁହନ୍ତି, ଝିଣ୍ଟିକାର ଏଭଳି ରଙ୍ଗ ଏରିଥରିଜ୍‌ମ ନାମକ ଜେନେଟିକ ମ୍ୟୁଟେସନ୍‌ ଯୋଗୁ ହୋଇଥାଏ। ଆଉ ଏହା ବହୁତ ବିରଳ। କିଛି ଗବେଷକଙ୍କ ମତରେ ଏହା ଏକ ଛଦ୍ମବେଶୀ ପତଙ୍ଗ। ଯେକି ଫୁଲ ମଧ୍ୟରେ ନିଜ ରଙ୍ଗ ଯୋଗୁ ଆରାମରେ ଲୁଚିପାରେ।
ନୀଳ ଚିଙ୍ଗୁଡି: ଚିଙ୍ଗୁଡି ଅନେକଙ୍କର ପ୍ରିୟ ଖାଦ୍ୟ। ଏହି ଚିଙ୍ଗୁଡି ସାଧାରଣତଃ ଧଳା ଅବା ବଡ଼ ବଡ଼ ଚିଙ୍ଗୁଡି ଲାଲ ରଙ୍ଗର ବି ଥାଆନ୍ତି। ହେଲେ ଆମେ ଏଠି ଯେଉଁ ଚିଙ୍ଗୁଡି କଥା କହୁଛୁ ତାହା ନୀଳ ରଙ୍ଗର, ଯାହାକି ବହୁତ ବିରଳ। ପ୍ରତି ୨ ମିଲିୟନରେ ଗୋଟିଏ ଏଭଳି ଦେଖିବାକୁ ମିଳନ୍ତି। ବୈଜ୍ଞାନିକଙ୍କ ମତରେ ଆନୁବଂଶିକ ବିସଙ୍ଗତିର ପରିଣାମସ୍ବରୂପ ଚିଙ୍ଗୁଡି ନୀଳରଙ୍ଗର ହୋଇଥାନ୍ତି। ନୀଳ ଚିଙ୍ଗୁଡି ଜାଲରେ ଧରାପଡିବାର ସମ୍ଭାବନା ୨୦୦ ମିଲିୟନରେ ୧ ବୋଲି ଧରାଯାଏ।
ସବୁଜ ହାଡ଼ ଓ ସବୁଜ ରକ୍ତ ଥିବା ଝିଟିପିଟି: ପ୍ରାୟ ସମସ୍ତଙ୍କ ଘରର କାନ୍ଥରେ ରାଜୁତି ଥାଏ ଝିଟିପିଟିଙ୍କର। ଧୂସର ରଙ୍ଗର ଏହି ଝିଟିପିଟିଙ୍କର ମଣିଷ ପରି ଲାଲ ରଙ୍ଗର ରକ୍ତ ଥାଏ। ତେବେ ପପୁଆ ନିଉ ଗିନି ଓ ସୋଲୋମନ ଦ୍ୱୀପରେ ଦେଖିବାକୁ ମିଳନ୍ତି ପାରସିନୋହାଏମା ଭିରେନ୍‌ ନାମକ ଭିନ୍ନ ଧରଣର ଏକ ଝିଟିପିଟି। ଯାହାର ରକ୍ତ ସବୁଜ ରଙ୍ଗର ହୋଇଥାଏ। ଏହି ସବୁଜ ରଙ୍ଗ ପିଗମେଣ୍ଟେଶନ ଯୋଗୁ ତା’ର ମାଂସପେଶୀ, ହାଡ଼, ଜିଭ ଆଦି ମଧ୍ୟ ଔଜ୍ଜ୍ୱଲ୍ୟମାନ ଲାଇମ ଗ୍ରୀନ ରଙ୍ଗର ହୋଇଥାଏ। ବାୟୋଲୋଜିଷ୍ଟ କ୍ରିଷ୍ଟୋଫର ଅଷ୍ଟିନଙ୍କ ମତରେ ପିତ୍ତରସରୁ ବାହାରୁଥିବା ଏକପ୍ରକାରର ଗ୍ରୀନ ପିଗମେଣ୍ଟ ବିଲିଭରଡିନ୍‌ ହେଉଛି ସବୁଜ ରଙ୍ଗର ହେବାପଛର କାରଣ। ଏହି ଗ୍ରୀନ ପିଗମେଣ୍ଟ ପାଇଁ ଅନେକ ସମୟରେ ମଣିଷର ଜଣ୍ଡିସ ହେବାସହ ଆଞ୍ଚୁଡା ସ୍ଥାନ ସବୁଜ ଦେଖାଯାଏ।
ସତରେ ରଙ୍ଗର ପସରା ଏଇ ପୃଥିବୀରେ ବେଳେବେଳେ ଏମିତି କିଛି ନିଆରା ରଙ୍ଗର ଛିଟା ଦେଖିବାକୁ ମିଳେ, ଯାହା ମଣିଷକୁ ଚକିତ କରେ ସବୁ ସମୟରେ…

Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri