Posted inଫୁରସତ

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ ହୃଦୟସ୍ପର୍ଶୀ କାହାଣୀକୁ ଶେୟାର କରିଛନ୍ତି। ସୁପ୍ରିୟାଙ୍କ ପୋଷ୍ଟରେ ଏହି କାହାଣୀକୁ ଶୁଣିବା ପରେ ଅନେକ ଏକ୍ସ’ ୟୁଜର୍ସଙ୍କ ସହ ବନ୍ୟଜନ୍ତୁ ପ୍ରେମୀମାନେ ଖୁସିରେ ଭାବ ବିହ୍ବଳ ହୋଇପଡ଼ିଛନ୍ତି। ଏହି ପୋଷ୍ଟରେ ସୁପ୍ରିୟା ୨ ହାତୀ ଭାମା ଏବଂ କାମାଚିଙ୍କ ଭିଡିଓ ଶେୟାର କରି, ସେମାନେ ଗତ ୫୫ ବର୍ଷ ଧରି ଭଲ ବନ୍ଧୁ ଥିବା ଦର୍ଶାଇଛନ୍ତି।
ମଣିଷ ପରି ଏହି ୨ ହାତୀ ମଧ୍ୟ ବନ୍ଧୁତ୍ୱର ମଧୁର ବନ୍ଧନକୁ ପାଳନ କରୁଥିବା ଭିଡିଓରେ ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁ କହିଛନ୍ତି। ତାମିଲନାଡୁର ମୁଦୁମଲାଇ, ଥେପାକାଡୁର ଏକ ହାତୀ ଶିବିରରେ ରହୁଥିବା ୨ ହାତୀ ଭାମା (୭୫) ଏବଂ କାମାଚି (୬୫) ଗତ ୫୫ ବର୍ଷ ଧରି ବନ୍ଧୁତ୍ୱର ନିବିଡ଼ ସମ୍ପର୍କକୁ ପାଳନ କରି ଆସୁଥିବା ସେ କହିଛନ୍ତି। ଉଭୟ ଭାମା ଏବଂ କାମଚି ପ୍ରକୃତରେ ସାହସୀ, ବିଶ୍ୱସ୍ତ ଏବଂ ସ୍ନେହୀ ହୋଇଥିବା ସୁପ୍ରିୟା ନିଜ ପୋଷ୍ଟରେ କହିଛନ୍ତି।

ଏକଦା ଉଭୟ ହାତୀଙ୍କୁ ଦେଖାଶୁଣା କରୁଥିବା ମାହୁନ୍ତ ଥିରୁ ଗୋପନ୍‌ ଭାମାକୁ ଜଙ୍ଗଲ ଚରାଇବା ପାଇଁ ନେଇଥିବା ବେଳେ ଚିତାବାଘ ଥିରୁଙ୍କୁ ଆକ୍ରମଣ କରିଥିଲା। ସେତେବେଳେ ଭାମା ଏକାକୀ ଚିତାବାଘକୁ ତଡ଼ି ଦେଇ ଥିରୁଙ୍କ ଜୀବନ ରକ୍ଷା କରିପାରିଥିବା ସୁପ୍ରିୟା କହିଛନ୍ତି। ସେହିପରି କାମାଚିକୁ ମଧ୍ୟ ଏକଦା ଏକ ଶିକାରୀ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ କାମାଚିର କ୍ଷତ ଭଲ ହେବା ପାଇଁ ଅନେକ ବର୍ଷ ସମୟ ଲାଗି ଯାଇଥିଲା। ତେବେ ପାଖରେ ବନ୍ଧୁ ଭାମା ଥିବାରୁ ସେ ସବୁକିଛି ସହିଯାଇଥିବା ସୁପ୍ରିୟା କହିଛନ୍ତି। ସେହିପରି ଶିବିରରେ ଭୋଜନ ସମୟରେ ମଧ୍ୟ ଉଭୟ ଭାମା ଏବଂ କାମାଚି ପରସ୍ପର ପାଖରେ ଛିଡା ହୋଇ ଖାଇଥାନ୍ତି। ଉଭୟ ହାତୀଙ୍କୁ ଆଖୁ ଖାଇବାକୁ ବେଶ୍‌ ପସନ୍ଦ। ତେବେ ୨ ହାତୀ ସବୁବେଳେ ଏକାଠି ରହୁଥିବାରୁ ଉଭୟଙ୍କୁ ଗୋଟିଏ ଆଖୁ ଦେବାକୁ ଶିବିରର କେହି ମଧ୍ୟ ସାହସ କରିପାରନ୍ତି ନାହିଁ। ଉଭୟ ଭାମା ଓ କାମାଚିଙ୍କୁ ଅଲଗା ଅଲଗା ଆଖୁ ଦେବାକୁ ପଡିବ ବୋଲି ସମସ୍ତେ ଜାଣିଥିବା ସୁପ୍ରିୟା କହିଛନ୍ତି।

ମୁଦୁ ମଲାଇରେ ଥିବା ଏହି ହାତୀ ଶିବିର ଏସିଆର ସର୍ବ ପୁରାତନ ହାତୀ ଶିବିର ମଧ୍ୟରୁ ଅନ୍ୟତମ ହୋଇଥିବା ସୁପ୍ରିୟା କହିଛନ୍ତି। ଏହି ଶିବିରରେ ଭାମା ଓ କାମାଚିଙ୍କ ସମେତ ସମୁଦାୟ ୨୭ଟି ହାତୀଙ୍କର ଠିକ୍‌ ଭାବେ ଯତ୍ନ ନିଆଯାଉଥିବାରୁ କ୍ୟାମ୍ପ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସେ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆ ୟୁଜର୍ସମାନେ ଭାମା ଏବଂ କାମାଚିଙ୍କ ବନ୍ଧୁତ୍ୱ ବିଷୟରେ ଜାଣି ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

ରହସ୍ୟମୟ ଜାଙ୍ଗବେଟୋ ନୃତ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ପ୍ରତ୍ୟେକ ଦେଶର କିଛି ନା କିଛି ଇତିହାସ ଥାଏ, ଯାହା ଏହାକୁ ସ୍ବତନ୍ତ୍ର କରିଥାଏ। ଆଫ୍ରିକା ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ ଏହାକୁ ମାନବ...

ଭାରତରେ ମଦ୍ୟପାନବେଳେ ଅଧିକ ଖିଆଯାଏ ଏହି ଚାଖାଣା, ନାଁ ଜାଣିଲେ ହସି ଉଠିବେ…

ନୂଆଦିଲ୍ଲୀ,୨।୧୨: ଭାରତରେ, ଚାଖାଣା ବିନା ମଦ୍ୟପାନ ଅସମ୍ପୂର୍ଣ୍ଣ। ଲୁଣିଆ ଏବଂ ମସଲାଯୁକ୍ତ ଖାଇବା ବିନା ମଦ୍ୟପାନ ଆସର ଅସମ୍ପୂର୍ଣ୍ଣ। ଫ୍ୟାନ୍ସି ବାର୍‌ ହେଉ କିମ୍ୱା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri