Posted inଫୁରସତ

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ ହୃଦୟସ୍ପର୍ଶୀ କାହାଣୀକୁ ଶେୟାର କରିଛନ୍ତି। ସୁପ୍ରିୟାଙ୍କ ପୋଷ୍ଟରେ ଏହି କାହାଣୀକୁ ଶୁଣିବା ପରେ ଅନେକ ଏକ୍ସ’ ୟୁଜର୍ସଙ୍କ ସହ ବନ୍ୟଜନ୍ତୁ ପ୍ରେମୀମାନେ ଖୁସିରେ ଭାବ ବିହ୍ବଳ ହୋଇପଡ଼ିଛନ୍ତି। ଏହି ପୋଷ୍ଟରେ ସୁପ୍ରିୟା ୨ ହାତୀ ଭାମା ଏବଂ କାମାଚିଙ୍କ ଭିଡିଓ ଶେୟାର କରି, ସେମାନେ ଗତ ୫୫ ବର୍ଷ ଧରି ଭଲ ବନ୍ଧୁ ଥିବା ଦର୍ଶାଇଛନ୍ତି।
ମଣିଷ ପରି ଏହି ୨ ହାତୀ ମଧ୍ୟ ବନ୍ଧୁତ୍ୱର ମଧୁର ବନ୍ଧନକୁ ପାଳନ କରୁଥିବା ଭିଡିଓରେ ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁ କହିଛନ୍ତି। ତାମିଲନାଡୁର ମୁଦୁମଲାଇ, ଥେପାକାଡୁର ଏକ ହାତୀ ଶିବିରରେ ରହୁଥିବା ୨ ହାତୀ ଭାମା (୭୫) ଏବଂ କାମାଚି (୬୫) ଗତ ୫୫ ବର୍ଷ ଧରି ବନ୍ଧୁତ୍ୱର ନିବିଡ଼ ସମ୍ପର୍କକୁ ପାଳନ କରି ଆସୁଥିବା ସେ କହିଛନ୍ତି। ଉଭୟ ଭାମା ଏବଂ କାମଚି ପ୍ରକୃତରେ ସାହସୀ, ବିଶ୍ୱସ୍ତ ଏବଂ ସ୍ନେହୀ ହୋଇଥିବା ସୁପ୍ରିୟା ନିଜ ପୋଷ୍ଟରେ କହିଛନ୍ତି।

ଏକଦା ଉଭୟ ହାତୀଙ୍କୁ ଦେଖାଶୁଣା କରୁଥିବା ମାହୁନ୍ତ ଥିରୁ ଗୋପନ୍‌ ଭାମାକୁ ଜଙ୍ଗଲ ଚରାଇବା ପାଇଁ ନେଇଥିବା ବେଳେ ଚିତାବାଘ ଥିରୁଙ୍କୁ ଆକ୍ରମଣ କରିଥିଲା। ସେତେବେଳେ ଭାମା ଏକାକୀ ଚିତାବାଘକୁ ତଡ଼ି ଦେଇ ଥିରୁଙ୍କ ଜୀବନ ରକ୍ଷା କରିପାରିଥିବା ସୁପ୍ରିୟା କହିଛନ୍ତି। ସେହିପରି କାମାଚିକୁ ମଧ୍ୟ ଏକଦା ଏକ ଶିକାରୀ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ କାମାଚିର କ୍ଷତ ଭଲ ହେବା ପାଇଁ ଅନେକ ବର୍ଷ ସମୟ ଲାଗି ଯାଇଥିଲା। ତେବେ ପାଖରେ ବନ୍ଧୁ ଭାମା ଥିବାରୁ ସେ ସବୁକିଛି ସହିଯାଇଥିବା ସୁପ୍ରିୟା କହିଛନ୍ତି। ସେହିପରି ଶିବିରରେ ଭୋଜନ ସମୟରେ ମଧ୍ୟ ଉଭୟ ଭାମା ଏବଂ କାମାଚି ପରସ୍ପର ପାଖରେ ଛିଡା ହୋଇ ଖାଇଥାନ୍ତି। ଉଭୟ ହାତୀଙ୍କୁ ଆଖୁ ଖାଇବାକୁ ବେଶ୍‌ ପସନ୍ଦ। ତେବେ ୨ ହାତୀ ସବୁବେଳେ ଏକାଠି ରହୁଥିବାରୁ ଉଭୟଙ୍କୁ ଗୋଟିଏ ଆଖୁ ଦେବାକୁ ଶିବିରର କେହି ମଧ୍ୟ ସାହସ କରିପାରନ୍ତି ନାହିଁ। ଉଭୟ ଭାମା ଓ କାମାଚିଙ୍କୁ ଅଲଗା ଅଲଗା ଆଖୁ ଦେବାକୁ ପଡିବ ବୋଲି ସମସ୍ତେ ଜାଣିଥିବା ସୁପ୍ରିୟା କହିଛନ୍ତି।

ମୁଦୁ ମଲାଇରେ ଥିବା ଏହି ହାତୀ ଶିବିର ଏସିଆର ସର୍ବ ପୁରାତନ ହାତୀ ଶିବିର ମଧ୍ୟରୁ ଅନ୍ୟତମ ହୋଇଥିବା ସୁପ୍ରିୟା କହିଛନ୍ତି। ଏହି ଶିବିରରେ ଭାମା ଓ କାମାଚିଙ୍କ ସମେତ ସମୁଦାୟ ୨୭ଟି ହାତୀଙ୍କର ଠିକ୍‌ ଭାବେ ଯତ୍ନ ନିଆଯାଉଥିବାରୁ କ୍ୟାମ୍ପ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସେ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆ ୟୁଜର୍ସମାନେ ଭାମା ଏବଂ କାମାଚିଙ୍କ ବନ୍ଧୁତ୍ୱ ବିଷୟରେ ଜାଣି ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

ବେଡ୍‌ରୁମ୍‌ AC ଉପରେ ବସିଥିଲା ସାପ, ହଠାତ୍‌ ଘଟିଲା….ଦେଖନ୍ତୁ Video

ନୂଆଦିଲ୍ଲୀ,୨୪।୨: ସାଧାରଣତଃ ଗ୍ରୀଷ୍ମ ଋତୁରେ ଲୋକେ ରୁମ୍‌ରେ ବସି ଏସିର ମଜା ନିଅନ୍ତି। କିନ୍ତୁ ସେଇ ଏସିରେ ଯଦି ଏକ ବିପଦଜନକ ପ୍ରାଣୀକୁ ଦେଖନ୍ତି ତେବେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri