Posted inଫୁରସତ

କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇଏଏସ୍‌ ଅଫିସରଙ୍କ ମନ ଜିଣିଲା ଏହି ଭିଡିଓ, ଆପଣ ବି ଦେଖିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। କିଛି ଭିଡିଓ ଦେଖି ଲୋକେ ହସିହସି ଗଡ଼ିଯାନ୍ତି। ଠିକ୍‌ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ଆଇଏଏସ୍‌ ଅଫିସର ପର୍ଯ୍ୟନ୍ତ ଶେୟାର କରିବା ସହ କୌତୂହଳ ପୂର୍ଣ୍ଣ କମେଣ୍ଟ ସବୁ ଦେଇଛନ୍ତି। ଭିଡିଓ ଦେଖିଲେ ଆପଣ ମଧ୍ୟ ହସିହସି ଗଡ଼ିବେ।

କୌଣସି ଏକ ସଙ୍ଗୀତ କାର୍ଯ୍ୟକ୍ରମର ଏହି ଭିଡିଓଟି ଭାଇରାଲ ହେଉଛି। ଯେଉଁଥିରେ ଜଣେ କଣ୍ଠଶିଳ୍ପୀଙ୍କ ହାସ୍ୟପୂର୍ଣ୍ଣ ଭାବ ଏବଂ ଉତ୍ସାହ ଦେଖି ବାଦ୍ୟଯନ୍ତ୍ର ବଜାଉଥିବା ଲୋକେ ଦେଖି ହସିହସି ଗଡୁଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଅଧିକାଂଶ ଲୋକ ଶେୟାର କରିଛନ୍ତି।

ଭିଡିଓରେ ୪ ସଙ୍ଗୀତକାର ଗୋଟିଏ ମଞ୍ଚରେ ବସିଥିବା ନଜର ଆସିଛନ୍ତି। ସମସ୍ତେ ପାରମ୍ପରିକ କପଡ଼ା ପିନ୍ଧିଛନ୍ତି। ଏଥିସହିତ ତାବଲା ଏବଂ ହାରମୋନିୟମ ସହିତ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ବଜାଉଛନ୍ତି। ଟୁଇଟରରେ ଏହି ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ଯେତେବେଳେ ଆପଣଙ୍କ ସିଏ(CA) ସାଙ୍ଗମାନେ ମାର୍ଚ୍ଚ ମାସ ଶେଷରେ କାମ କରନ୍ତି ସେମାନେ ଏହିପରି ଦେଖାଯାନ୍ତି।

ମୁମ୍ବାଇ ପୋଲିସ ମଧ୍ୟ ଏହି ଭିଡିଓଟକୁ ସୋସିଆଲ ମିଡିଆରେ ଶେୟାର କରିଛି। ଏଥିରେ କ୍ୟାପଶନ ଲେଖାଯାଇଛି, ହ୍ୟାକର୍ସ, ଯେତେବେଳେ ଦୁର୍ବଳ ପାସଓ୍ବାର୍ଡ ଯୋଗୁ ଆପଣଙ୍କ ଆକାଉଣ୍ଟରେ ପ୍ରବେଶ କରନ୍ତି। ଏପରି ଖୁସି ଦେଖିବାକୁ ମିଳେ।

ସେହିପରି ଆଇଏସ୍‌ ଅଧିକାରୀ ଅବନୀଶ ଶରଣ ଟୁଇଟରରେ ଭିଡିଓଟି ଶେୟାର କରି ମଜାଳିଆ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, ମାର୍ଚ୍ଚ ମାସରେ କର୍ମଚାରୀମାନେ କାମର ପ୍ରଦର୍ଶନ କରିବା ପରି ଉତ୍ସାହ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri