Posted inଫୁରସତ

କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇଏଏସ୍‌ ଅଫିସରଙ୍କ ମନ ଜିଣିଲା ଏହି ଭିଡିଓ, ଆପଣ ବି ଦେଖିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। କିଛି ଭିଡିଓ ଦେଖି ଲୋକେ ହସିହସି ଗଡ଼ିଯାନ୍ତି। ଠିକ୍‌ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ଆଇଏଏସ୍‌ ଅଫିସର ପର୍ଯ୍ୟନ୍ତ ଶେୟାର କରିବା ସହ କୌତୂହଳ ପୂର୍ଣ୍ଣ କମେଣ୍ଟ ସବୁ ଦେଇଛନ୍ତି। ଭିଡିଓ ଦେଖିଲେ ଆପଣ ମଧ୍ୟ ହସିହସି ଗଡ଼ିବେ।

କୌଣସି ଏକ ସଙ୍ଗୀତ କାର୍ଯ୍ୟକ୍ରମର ଏହି ଭିଡିଓଟି ଭାଇରାଲ ହେଉଛି। ଯେଉଁଥିରେ ଜଣେ କଣ୍ଠଶିଳ୍ପୀଙ୍କ ହାସ୍ୟପୂର୍ଣ୍ଣ ଭାବ ଏବଂ ଉତ୍ସାହ ଦେଖି ବାଦ୍ୟଯନ୍ତ୍ର ବଜାଉଥିବା ଲୋକେ ଦେଖି ହସିହସି ଗଡୁଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଅଧିକାଂଶ ଲୋକ ଶେୟାର କରିଛନ୍ତି।

ଭିଡିଓରେ ୪ ସଙ୍ଗୀତକାର ଗୋଟିଏ ମଞ୍ଚରେ ବସିଥିବା ନଜର ଆସିଛନ୍ତି। ସମସ୍ତେ ପାରମ୍ପରିକ କପଡ଼ା ପିନ୍ଧିଛନ୍ତି। ଏଥିସହିତ ତାବଲା ଏବଂ ହାରମୋନିୟମ ସହିତ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ବଜାଉଛନ୍ତି। ଟୁଇଟରରେ ଏହି ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ଯେତେବେଳେ ଆପଣଙ୍କ ସିଏ(CA) ସାଙ୍ଗମାନେ ମାର୍ଚ୍ଚ ମାସ ଶେଷରେ କାମ କରନ୍ତି ସେମାନେ ଏହିପରି ଦେଖାଯାନ୍ତି।

ମୁମ୍ବାଇ ପୋଲିସ ମଧ୍ୟ ଏହି ଭିଡିଓଟକୁ ସୋସିଆଲ ମିଡିଆରେ ଶେୟାର କରିଛି। ଏଥିରେ କ୍ୟାପଶନ ଲେଖାଯାଇଛି, ହ୍ୟାକର୍ସ, ଯେତେବେଳେ ଦୁର୍ବଳ ପାସଓ୍ବାର୍ଡ ଯୋଗୁ ଆପଣଙ୍କ ଆକାଉଣ୍ଟରେ ପ୍ରବେଶ କରନ୍ତି। ଏପରି ଖୁସି ଦେଖିବାକୁ ମିଳେ।

ସେହିପରି ଆଇଏସ୍‌ ଅଧିକାରୀ ଅବନୀଶ ଶରଣ ଟୁଇଟରରେ ଭିଡିଓଟି ଶେୟାର କରି ମଜାଳିଆ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, ମାର୍ଚ୍ଚ ମାସରେ କର୍ମଚାରୀମାନେ କାମର ପ୍ରଦର୍ଶନ କରିବା ପରି ଉତ୍ସାହ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri