ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ରହିଛି କୌତୁକିଆ ଡାକନାମ

ବଲିଉଡ୍‌ର ଅଭିନେତ୍ରୀମାନଙ୍କ ପ୍ରକୃତ ନାମ ଜାଣିଛନ୍ତି। ମାତ୍ର ସେମାନଙ୍କର ପରଦା ପଛର ବି ବେଶ୍‌ କୌତୁକିଆ ନାଁ ରହିଛି। ଜାଣନ୍ତୁ କେଉଁ ଅଭିନେତ୍ରୀଙ୍କୁ ତାଙ୍କ ଘରେ କେଉଁ ନାମରେ ଡାକନ୍ତି…

ଐଶ୍ୱର୍ଯ୍ୟା ରାୟ :

ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ଏକ ସୁନ୍ଦର ଡାକ ନାମ ରହିଛି। ଘରେ ତାଙ୍କୁ ଗୁଲୁ ବୋଲି ସମସ୍ତେ ଡାକନ୍ତି।

ସୁସ୍ମିତା ସେନ୍‌:


ବିଶ୍ୱସୁନ୍ଦରୀ ସୁସ୍ମିତାଙ୍କୁ ଘରେ ଟିଟୁ ବୋଲି ଡାକିଥାନ୍ତି।

ମାଧୁରୀ ଦୀକ୍ଷିତ୍‌:


ଧକ୍‌ଧକ୍‌ ଗାର୍ଲ ମାଧୁରୀ ଆଜିର ସମୟରେ ବି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ତାଙ୍କର ଏକ ସୁନ୍ଦର ନାଁ ରହିଛି। ଘରେ ତାଙ୍କୁ ବବ୍‌ଲି ଡାକନ୍ତି।

କରୀନା କପୁର:


କରୀନାଙ୍କୁ ଘରେ ବେବୋ ଡାକୁଥିବାବେଳେ କରିସ୍ମାଙ୍କୁ ଲୋଲୋ ଡାକିଥାନ୍ତି।

ଆଲିଆ ଭଟ୍ଟ:


ବଲିଉଡ୍‌ ସୁନ୍ଦରୀ ତଥା ଚୁଲ୍‌ବୁଲି ନାୟିକା ଆଲିଆଙ୍କୁ ସମସ୍ତେ ଆଲୁ ଡାକିଥାନ୍ତି।

ପ୍ରିୟଙ୍କା ଚୋପ୍ରା:


ଦେଶୀ ଗାର୍ଲ ପ୍ରିୟଙ୍କାଙ୍କୁ ଶ୍ରଦ୍ଧାରେ ଘର ଲୋକ ମିମି ଡାକିଥାନ୍ତି।

Share