କରୋନାରେ ମୃତ୍ୟୁବରଣ କରିଥିବା ବାପାଙ୍କ ଅନ୍ତିମ ସଂସ୍କାର କଲେ ୩ ଝିଅ

ଭାରୁଚ, ୧।୯: ଗୁଜରାଟର ଭାରୁଚ ସହରରୁ ଝିଅଙ୍କ କର୍ତ୍ତବ୍ୟକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି କୌଣସି ବାପା ଗର୍ବ ଅନୁଭବ କରିବେ। ଏଠାରେ କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ୩ ଜଣ ଝିଅ ବାପାଙ୍କ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ଗୁଜରାଟରେ ବନ୍ୟାର ପ୍ରକୋପ ସତ୍ତ୍ୱେ ୩ ଜଣଯାକ ଝିଅ ଶ୍ମଶାନରେ ପହଞ୍ଚିଥିଲେ। ଶ୍ମଶାନରେ ପହଞ୍ଚିବା ପରେ ୩ଜଣ ଝିଅ ବାପାଙ୍କ ଶବ ଦାହ କରିଥିଲେ।

ରିପୋର୍ଟ ମୁତାବକ, ଭାରୁଚରେ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବଦାହ ପାଇଁ ରଓ୍ବୋ ନଦୀ କୂଳରେ ଏକ ଅଲଗା କୋଭିଡ୍‌ ଶ୍ମଶାନ ନିର୍ମାଣ କରାଯାଇଛି। କିନ୍ତୁ ବର୍ତ୍ତମାନ ବନ୍ୟା ଯୋଗୁ ଏହି ନଦୀ ଫୁଲି ଉଠିଛି, ଏବଂ ଡଙ୍ଗା ମାଧ୍ୟମରେ ଶବକୁ ନଦୀ ପାର କରାଯାଇ ଏଠାକୁ ଅଣାଯାଉଛି। ଏଭଳି ସଙ୍ଗୀନ ପରିସ୍ଥିତିରେ ଏହି ୩ଜଣ ଝିଅ ପିପିଇ କିଟ୍‌ ପରିଧାନ କରି ନିଜ ବାପାଙ୍କ ଅନ୍ତିମ ସଂସ୍କାର କରିଥିଲେ। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share