ସଡ଼କରେ ଅନ୍ତିମ ସଂସ୍କାର…

ରାଞ୍ଚି,୧୨।୪: କରୋନା ସଂକ୍ରମଣ ଦେଶରେ ଲଗାତାର ବଢ଼ି ଚାଲିଛି। ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଝାଡ଼ଖଣ୍ଡରେ କରୋନା ଆକ୍ରାନ୍ତ ମୃତକଙ୍କ ସଂଖ୍ୟା ଅଧିକ ହେଉଥ୍‌ତ୍ବାରୁ ଶ୍ମଶାନରେ ଲମ୍ବା ଧାଡ଼ି ଲାଗି ରହୁଛି। ଏପରି ସ୍ଥଳେ ଲୋକେ ଖୋଲା ସଡ଼କ ଅବା ଶ୍ମଶାନ ଘାଟର ପାର୍କିଂ ଅଞ୍ଚଳରେ ମୃତଦେହ ସଂସ୍କାର କରୁଥିବାର ଦେଖିବାକୁ ମିଳୁଛି। ରବିବାର ହରମୁ ମୁକ୍ତିଧାମରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ରବିବାର ରାଞ୍ଚିରେ ସର୍ବାଧିକ ୬୦ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି। ସେଥିମଧ୍ୟରୁ ୧୨ କରୋନାରେ ଆକ୍ରାନ୍ତରେ ଥିଲେ। ସେସବୁ ମୃତଦେହ ଗୁଡ଼ିକୁ ଘାଘରା ଶ୍ମଶାନରେ ସାମୁହିକ ଭାବେ କରାଯାଇଥିଲା। ଅପରପକ୍ଷରେ ୩୫ ମୃତଦେହକୁ ଶ୍ମଶାନ ଘାଟରେ ଦାହ କରାଯାଇଥିଲା। ଋତୂରୋଡ଼ ଏବଂ କାଣ୍ଟାଟୋଲି କବରସ୍ତାନରେ ୧୩ ମୃତଦେହକୁ କବର ଦିଆଯାଇଛି। ମୃତକଙ୍କ ସଂଖ୍ୟା ଅଧିକ ହେବାରୁ ଲୋକେ ହରମୁ ମୁକ୍ତିଧାମରେ ବାଧ୍ୟ ହୋଇ ଲୋକେ ଶ୍ମଶାନ ବାହାରେ ଅନ୍ତିମ ସଂସ୍କାର କରିଛନ୍ତି। ଏବେ ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
https://www.bhaskar.com/local/jharkhand/ranchi/news/if-there-i

Share