ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ: ଧରିତ୍ରୀରେ ଖବର ପ୍ରକାଶ ପରେ ସସ୍ମିତାଙ୍କ ମୁହଁରେ ଫୁଟିଲା ହସ

ଲାଞ୍ଜିଗଡ଼,୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ଦୋରା ସାରଲି ଗାଁର ଶୁକନାଭଟା ପଡ଼ାର ସସ୍ମିତାଙ୍କ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବା ଘଟଣା ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରସାରଣ ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶଲ୍ୟ ଚିକିତ୍ସକ ଡା. ସୁନୀଲ କର ଦେବଦୂତ ଭାବେ ଆଗେଇ ଆସି ଚିକିତ୍ସା ଦାୟିତ୍ୱ ନିଜ ହାତକୁ ନେଇଛନ୍ତି।

ସୂଚନା ଅନୁଯାୟୀ, ସସ୍ମିତାଙ୍କ ପରିବାର କହିଲେ ମା’ ସେମନ୍ତି ସାହୁ ଓ ସ୍ବାମୀ ନରେନ୍ଦ୍ର ସାହୁଙ୍କୁ ବୁଝାଏ। ତିନି ପ୍ରାଣୀ କୁଲି,ମଜୁରି କରି ଚଳୁଥିବା ବେଳେ ହଠାତ୍‌ ସସ୍ମିତାଙ୍କ ଡାହାଣ ଗୋଡ଼ରେ ସାମାନ୍ୟ ଯନ୍ତ୍ରଣା ଆରମ୍ଭ ହୋଇ ମାରାତ୍ମକ ରୋଗରେ ପରିଣତ ହୋଇଥିଲା।ତ୍ସ୍ବାମୀ ନରେନ୍ଦ୍ର ସଞ୍ଚିତ ଅର୍ଥ, ସୁନା ଗହଣା ବିକ୍ରି କରି ଧାର କରଜ କରି ଭବାନୀପାଟଣା ଓ ଅନ୍ୟ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ମଧ୍ୟ ଅର୍ଥ ଅଭାବରୁ ଅଧିକ ଚିକିତ୍ସା କରାଇ ପାରି ନ ଥିଲେ। ଫଳରେ ଗତ ୬ ମାସ ଧରି ସସ୍ମିତା ବିଛଣାରେ ପଡ଼ି ହୋଇ ମରଣ ସହ ସଂଘର୍ଷ କରୁଥିଲେ। ଅର୍ଥ ଅଭାବରୁ ସ୍ବାମୀ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ପରିବାରକୁ ସରକାରୀ ସୁବିଧା ଭାବେ କେବଳ ରାଶନକାର୍ଡରେ ୧୦ କେଜି ଚାଉଳ ମିଳୁଥିବା ବେଳେ ଓ ସ୍ବାସ୍ଥ୍ୟ କାର୍ଡ ନ ମିଳିବାରୁ ଚିକିତ୍ସାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା।

ଖବର ପ୍ରକାଶ ପରେ ଲାଞ୍ଜିଗଡ଼ ପ୍ରେସ କ୍ଲବ ସଭାପତି ସୁଶୀଲ କୁମାର ବାଗଙ୍କ ତତ୍ୱାବଧାନରେ ଖବରଦାତା ତୁଳସୀରାମ ପ୍ରଧାନୀ, ଦିଲୀପ ନାୟକ, ମନୋଜ ଦୋରା ପ୍ରମୁଖ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଶ୍ରବାଗଙ୍କ ଅନୁରୋଧରେ ବେଦାନ୍ତ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ। ଶନିବାର ସସ୍ମିତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇ ଡା. ସୁନୀଲ କରଙ୍କ ତତ୍ୱାବଧାନରେ ଚିକିତ୍ସା ଆରମ୍ଭ ହୋଇଛି। ଏହା ସହିତ ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ ଓ ନାୟବ ସରପଞ୍ଚ ବୈଦ୍ୟନାଥ ନାୟକ କ୍ରାଉଡ଼ ଫଣ୍ଡିଂ ଜରିଆରେ ୧୦ ହଜାର ଟଙ୍କା ସଂଗ୍ରହ କରି ପରିବାରକ ଦିଆଯାଇଛି।
ସସ୍ମିତାଙ୍କ ପରିବାର ଡା. କର ଓ ଅନ୍ୟ ସହାୟକମାନଙ୍କୁ ଏହି ମାନବିକ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି।]

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri