କାତାରରୁ ଆତଙ୍କବାଦୀଙ୍କ ପାଇଁ ଫଣ୍ଡିଂ, ପଲିସି ରିସର୍ଚ୍ଚ ଗ୍ରୁପ୍‌ ରିପୋର୍ଟ…

ଲଣ୍ଡନ/ଦୋହା, ୧୨।୬ : କେବଳ ଧାର୍ମିକ ତିକ୍ତତା ବଢ଼ାଇବା ପାଇଁ ନୁହେଁ, ବରଂ ଆତଙ୍କବାଦକୁ ସାରା ବିଶ୍ୱରେ ବିସ୍ତାର କରିବା ପାଇଁ କାତାରର ବିଭିନ୍ନ ସଂଗଠନ ପକ୍ଷରୁ ଫଣ୍ଡିଂ ଯୋଗାଇ ଦିଆଯାଉଛି। ଏକ ପଲିସି ରିସର୍ଚ୍ଚ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି। ଭାରତ ପରି ବହୁ-ଧାର୍ମିକ ଦେଶରେ ଲୋକଙ୍କ ମଧ୍ୟରେ ପାରସ୍ପରିକ ମତଭେଦକୁ ବଢ଼ାଇବା ପାଇଁ କାତାର ଭିତ୍ତିକ ସଂଗଠନ ପକ୍ଷରୁ ବିଭିନ୍ନ ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଉଛି।

ବିଶ୍ୱ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ମସଜିଦ, ମଦ୍ରାସା ନିର୍ମାଣ ତଥା ଅନେକ ଦେଶରେ ମୁସଲମାନମାନଙ୍କୁ ଶିକ୍ଷା ତଥା ରୋଜଗାରର ସମାନ ସୁଯୋଗ ପ୍ରଦାନ କଥା କହି ଫଣ୍ଡିଂ ଯୋଗାଇ ଦିଆଯାଉଛି। ଏହି ରିପୋର୍ଟରେ ଲଣ୍ଡନର ଜେମ୍ସ ଡଗଲାସ କ୍ରିକଟନ କହିଛନ୍ତି ଯେ ‘ଶେଖ ଇଦ ବିନ ମହମ୍ମଦ ଅଲ ଥାନି’ ସଂଗଠନ ଭାରତ ସମେତ ସମଗ୍ର ବିଶ୍ୱରେ ଆତଙ୍କବାଦ ବୃଦ୍ଧି ପାଇଁ କାର୍ଯ୍ୟ କରୁଛି।

ଦାତବ୍ୟ ଅନୁଷ୍ଠାନ ଭାବରେ ଜଣାଶୁଣା ଏହି ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଅବଦ ଅଲ-ରହମାନ ଅଲ-ନୁଅୟମିଙ୍କୁ ୨୦୧୩ ରେ ଆମେରିକାର ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିଲା। ସେ ସିରିଆ, ୟେମେନ, ଇରାକ ଏବଂ ସୋମାଲିଆରେ ଅଲ କାଏଦା ଏବଂ ଅନ୍ୟ ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଦେଇଥିବା ଅଭିଯୋଗ ହୋଇଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ କାତାରରୁ ସିଧାସଳଖ ବିପୁଳ ଅର୍ଥ ଗ୍ରହଣ କରୁଥିବା ସଂଗଠନ ଅଲ କାଏଦା, ଇସଲାମିକ ଷ୍ଟେଟ ଭଳି ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଛୋଟ ସଂଗଠନକୁ ସାହାଯ୍ୟ କରିଥାଏ। ଏହି ଟଙ୍କା ବିଭିନ୍ନ କମ୍ପାନୀଗୁଡିକର ନାମରେ ପଠାଯାଇଥାଏ।

‘ଶେଖ ଇଦ ବିନ ମହମ୍ମଦ ଅଲ ଥାନି’ ଦାତବ୍ୟ ଅନୁଷ୍ଠାନର ଲିକ ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ କେରଳ ସମେତ ଭାରତର ଆଠଟି ସଲାଫି ସଂଗଠନ ସ୍ଥାପନ, ମସଜିଦ ମରାମତି ଏବଂ ୱାଟର ପମ୍ପ ଲଗାଇବା ବାହାନାରେ କାତାରରୁ ବିପୁଳ ପରିମାଣର ଟଙ୍କା ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri