ଓଡ଼ିଶାର ବିକାଶ ପାଇଁ ସମ୍ପୂର୍ଣ୍ଣ ସମର୍ପିତ: ମୋଦି

ଭୁବନେଶ୍ୱର, ୩୦ା୧୧(ସୁନିତ୍‌ ମିଶ୍ର): ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ୩ ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଥିବା ମୋଦି ଶୁକ୍ରବାର ବିମାନବନ୍ଦର ନିକଟରେ ଅନୁଷ୍ଠିତ ଜନସଭାରେ ଏହା କହିଛନ୍ତି। ଭାଜପାର ସଫଳତା ପ୍ରଥମେ ଓଡ଼ିଶାରୁ ଆରମ୍ଭ ହେଲା। ଏହା ପରେ ହରିୟାଣା, ମହାରାଷ୍ଟ୍ର ସବୁଠାରେ ଦଳ ଭଲ ପ୍ରଦର୍ଶନ କଲା ବୋଲି ସେ କହିଛନ୍ତି। ଓଡ଼ିଶା ପରେ ମହାରାଷ୍ଟ୍ର, ହରିୟାଣା ଏବଂ ଅନ୍ୟ ଯେଉଁ ସ୍ଥାନରେ ନିର୍ବାଚନ ଫଳାଫଳ ଆସିଛି, ତାହାକୁ ଦେଖିବା ପରେ ସାରା ଦେଶବାସୀଙ୍କ ବିଶ୍ୱାସ କିପରି ଭାଜପା ଉପରେ ବଢ଼ିଛି ତାହା ପରିଲକ୍ଷିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଶୁକ୍ରବାର ଅପରାହ୍ନ ୪ଟା ୨୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ପହଞ୍ଚିଥିଲେ। ସେଠାରେ ଭାଜପା ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ‘ଜୟ ଜଗନ୍ନାଥ’ରୁ ତାଙ୍କ ଭାଷଣ ଆରମ୍ଭକରି କହିଥିଲେ, ବିମାନବନ୍ଦର ପାଖରେ ଏତେ ସଂଖ୍ୟାରେ ଲୋକଙ୍କ ଆସିବା ହିଁ ଆପଣମାନଙ୍କ ଭଲପାଇବାକୁ ଦର୍ଶାଉଛି। ଆପଣମାନଙ୍କ ମୁହଁର ଖୁସି ଏବଂ ଊର୍ଜା ପରିଲକ୍ଷିତ ହେଉଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାଜପା ସରକାର ବିରୋଧରେ ବିରୋଧୀମାନେ ସକାଳ, ସାରେ ଅପପ୍ରଚାର କରୁଛନ୍ତି। କିନ୍ତୁ ଜନସାଧାରଣ ଭାଜପା ସରକାରର କାମ ଦେଖି ଆଶୀର୍ବାଦ ଦେବାକୁ ଓହ୍ଲାଇ ଆସୁଛନ୍ତି। ନିର୍ବାଚନର କିଛି ମାସ ପୂର୍ବ ପର୍ଯ୍ୟନ୍ତ ବଡ଼ ବଡ଼ ରାଜନୈତିକ ବିଶାରଦ ଓଡ଼ିଶାରେ ଭାଜପାକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରୁଥିଲେ। ସେମାନେ କହୁଥିଲେ, ଓଡ଼ିଶାରେ ଭାଜପା ଏତେବଡ଼ ଶକ୍ତି ହୋଇପାରିବ ନାହିଁ ଏବଂ ନିଜ ବଳରେ ଏଠାରେ ସରକାର କରିପାରିବ ନାହିଁ। ହେଲେ ଯେତେବେଳେ ଫଳାଫଳ ଆସିଲା, ସେମାନେ ବିଚଳିତ ହୋଇଗଲେ। ଯେତେବେଳେ ରାଜ୍ୟରେ ଆମ ସରକାର ନ ଥିଲା କେନ୍ଦ୍ର ଯୋଜନାର ନାମ ବଦଳାଇ ଦିଆଯାଉଥିଲା। ତଥାପି ସେତେବେଳେ ଓଡ଼ିଶାର ବିକାଶ ପାଇଁ ସମ୍ପୂର୍ଣ୍ଣ ମନୋବୃତ୍ତି ସହକାରେ କେନ୍ଦ୍ର ସରକାର କାର୍ଯ୍ୟ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାରର ମନ୍ତ୍ରୀ ପରିଷଦରେ ଯେତିକି ଓଡ଼ିଆଙ୍କ ପ୍ରତିନିଧିତ୍ୱ ଗତ ୧୦ ବର୍ଷ ଭିତରେ ରହିଛି ଆଗରୁ ଏହା କେବେ ହେଲେ ନ ଥିଲା। ରାଜ୍ୟରେ ଯେଉଁ ସରକାର ରହିଛି ସେମାନେ କେନ୍ଦ୍ର ସରକାରକୁ ସମର୍ଥନ କରୁଛି ବା ନ କରୁଛି ସେକଥା ଆମେ ଭାବିନାହୁଁ। ଆମ କାର୍ଯ୍ୟକର୍ତ୍ତାଙ୍କୁ ଏହା ଭଲ ଲାଗୁଛି ନ ଲାଗୁଛି ସେକଥା ମଧ୍ୟ ଭାବି ନ ଥିଲୁ। ଓଡ଼ିଶାର ଭଲ କାମ ହେବା କଥା କେବଳ ଚିନ୍ତା କରିଥିଲୁ। ଭାଜପା ଉପରେ ଓଡ଼ିଶା ଲୋକଙ୍କ ବିଶ୍ୱାସ ବଢ଼ିଲା। ଆପଣ ସମସ୍ତେ ୩ୟ ଥର ଲାଗି ଦେଶରେ ଭାଜପା ସରକାରକୁ ଭୋଟ ଦେଲେ। ଦୁନିଆର ଯୁଆଡ଼େ ଗଲେ ଲୋକ କହୁଛନ୍ତି, ଭାରତର ୧୪୦ କୋଟି ଲୋକ ଗୋଟେ ସରକାରକୁ କିପରି ବାରମ୍ବାର ଜିତାଇ ଚାଲିଛନ୍ତି। ଆମେ ୨୦୧୪ ଏବଂ ୨୦୧୯ରେ ସରକାର କରିବା ବେଳେ ବିଶ୍ୱରେ ଆମର ଯେତିକି ପ୍ରଭାବ ଥିଲା ୨୦୨୪ରେ ତାହା ବହୁଗୁଣା ବଢ଼ିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୋଦି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ବେଳେ ରାଜନୀତିର ବହୁ ପ୍ରକାର ରଙ୍ଗ ଦେଖିଛନ୍ତି। ରାଜନୀତିରେ ନୀତିଗତ ବିରୋଧ ସ୍ବାଭାବିକ। ରାଜନୈତିକ ଦଳ ନିଜର ସବୁ ପ୍ରକାର ବିଚାରକୁ ଲୋକଙ୍କ ଭିତରକୁ ନେଇଯାଆନ୍ତି। ରାଜନୈତିକ ଦଳ ନିଜ କଥା ଲୋକଙ୍କ ଭିତରେ ପହଞ୍ଚାଇବା ଲାଗି ଏବଂ ଜାଗ୍ରତ କରିବା ନିମନ୍ତେ ଆନ୍ଦୋଳନ ମଧ୍ୟ କରନ୍ତି। ଆନ୍ଦୋଳନ ଆଗରୁ ହେଉଥିଲା ଏବେ ମଧ୍ୟ ହେଉଛି। କିନ୍ତୁ କିଛି ବର୍ଷ ହେଲା ବହୁତ ବଡ଼ ପରିବର୍ତ୍ତନ ସମସ୍ତେ ଅନୁଭବ କରୁଥିବେ। ଭାରତର ସମ୍ବିଧାନର ଭାବନାକୁ ଦଳିଦିଆଯାଉଛି। ଯେଉଁ ଲୋକ କ୍ଷମତାକୁ ନିଜ ଜନ୍ମଗତ ଅଧିକାର ଭାବୁଛନ୍ତି, ସେମାନଙ୍କ ପାଖରେ କେନ୍ଦ୍ରର କ୍ଷମତା ଗତ ୧ ଦଶକ ହେବ ନାହିଁ। ଦେଶର ଲୋକେ ଆଉ କାହାକୁ ଆଶୀର୍ବାଦ କରୁଛନ୍ତି ବୋଲି ଏହାର ରାଗ ସେମାନେ ଲୋକଙ୍କ ଉପରେ ରଖୁଛନ୍ତି। ସେମାନଙ୍କ ଭିତରେ ଏତେ କ୍ରୋଧ ଭରିହୋଇଯାଇଛି ଯେ ସେମାନେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବାରେ ଲାଗିଛନ୍ତି। କ୍ଷମତାର ଭୋକିଲା ଲୋକମାନେ କେବଳ ଲୋକଙ୍କୁ ମିଛ କହିଚାଲିଛନ୍ତି। ୨୦୧୯ରେ ଯେଉଁ ଚୌକିଦାର ତାଙ୍କ ପାଇଁ ଚୋର ଥିଲା ୨୦୨୪ରେ ଆସୁ ଆସୁ ସେ ସାଧୁ ହୋଇଗଲା। ୨୦୨୪ ପରେ ଗୋଟିଏ ଥର ମଧ୍ୟ ଚୌକିଦାରଙ୍କୁ ଗାଳି ଦିଆଗଲା ନାହିଁ। ଆଜି କେନ୍ଦ୍ର ଭାଜପା ନେତୃତ୍ୱାଧୀନ ସରକାର ଓଡ଼ିଶାକୁ ପ୍ରାଥମିକତା ଦେବା ଆରମ୍ଭ କରିଛି। ଆମ ଦେଶରେ ଇଂରେଜମାନଙ୍କ ଶାସନ ସମୟରୁ ଏହି ଡିଜିପି ସମ୍ମିଳନୀ ଚାଲିଛି। ହେଲେ ଓଡ଼ିଶାରେ ପ୍ରଥମ ଥର ଲାଗି ଡିଜିପି ସମ୍ମିଳନୀ ହେଉଛି। ଆସନ୍ତା ୪ରେ ପୁରୀର ବ୍ଲୁ ଫ୍ଲାଗ ବିଚ୍‌ଠାରେ ନୌସେନା ଦିବସ ଆୟୋଜନ କରାଯିବ। ଏହାର ମାସକ ଭିତରେ ୨୦୨୫ ଜାନୁଆରୀ ୮ କିମ୍ବା ୧୦ ତାରିଖ ଭିତରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ। ବିଶ୍ୱରୁ ବହୁ ଲୋକ ଏଥିରେ ଯୋଗଦେବେ। ଆମ ଦେଶର ଲୋକ ଯେଉଁମାନେ ବହୁ ବର୍ଷରୁ ବିଦେଶରେ ରହୁଛନ୍ତି ସେମାନେ ଏଠାକୁ ଆସିବେ। ସେମାନେ ଯେତେବେଳେ ପ୍ରତ୍ୟାବର୍ତ୍ତନ କରିବେ ଓଡ଼ିଶା ବିଷୟରେ ବହୁ କଥା ଦେଶ ବିଦେଶରେ ପ୍ରଚାରପ୍ରସାର କରିବେ। ଏହି କାର୍ଯ୍ୟକ୍ରମକୁ ବହୁତ ଭଲରେ କରାଯାଉ। ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭ ଲୋକଙ୍କୁ ମିଳିବା ଆରମ୍ଭ ହେଲାଣି। ଭାଜପା ସରକାର ଏଠାରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଡେଭଲପ୍‌ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଭାଜପା ସରକାର ଆସୁ ଆସୁ ରାଜ୍ୟରେ ରାଷ୍ଟ୍ରୀୟ ଶିକ୍ଷାନୀତି ଲାଗୁ କରାଯାଇଛି। ଓଡ଼ିଶା ଲୋକମାନେ ଏବେ ରାଜ୍ୟରେ ଭାଜପା ସରକାର ଆସିବା ପରେ ଆଉ ଏକ ଅନ୍ତର ଦେଖିପାରୁଛନ୍ତି। ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି। ଓଡ଼ିଶା ଲୋକଙ୍କୁ ଏବେ ଲାଗିଲାଣି ମୁଖ୍ୟମନ୍ତ୍ରୀ ମଧ୍ୟ ଗାଁକୁ ଆସନ୍ତି। ଲୋକଙ୍କ ସହ ଯୋଡ଼ିହେବା ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବା ହିଁ ଭାଜପାର ସଂସ୍କୃତି ଓ ପରମ୍ପରା ବୋଲି ସେ କହିଛନ୍ତି। ନିକଟରେ ଦିଲ୍ଲୀଠାରେ ଆୟୋଜିତ ଓଡ଼ିଶା ପର୍ବ-୨୦୨୪କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ତାଙ୍କ ପାଖରେ ସମୟ ଥିଲେ ସେ ଉକ୍ତ କାର୍ଯ୍ୟକ୍ରମରେ ଆହୁରି ସମୟ ଅତିବାହିତ କରିଥାଆନ୍ତେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଥିବା ବିଷୟ ତାଙ୍କ ଉଦ୍‌ବୋଧନ ସମୟରେ କହିଛନ୍ତି। ଏହି ସଭା ସରିବା ପରେ ପ୍ରଧାନମନ୍ତ୍ରୀ ସିଧାସଳଖ ସେଠାରୁ ରାଜଭବନ ଅଭିମୁଖେ ଯାଇଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇ ମଞ୍ଚ ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମାଝୀ ମହାପ୍ରଭୁଙ୍କ ଏକ କଳାକୃତି ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବର୍ତ୍ତମାନ ସୁଦୃଢ଼ ହୋଇଛି। ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟରେ ଭାରତ ପରିଗଣିତ ହେଉଛି। ବାହ୍ୟ ହେଉ ବା ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଦେଶ ଏବେ ଖୁବ୍‌ ସୁରକ୍ଷିତ। ଭୁବନେଶ୍ୱରଠାରେ ପ୍ରଥମ ଥର ଲାଗି ଡିଜିପି ଓ ଆଇଜି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବା ଲାଗି ସୁଯୋଗ ମିଳିଛି। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେ କୃତଜ୍ଞତା ଜ୍ଞାପନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri