ବିମାନରେ ଥିଲେ ୧୦୦ ଯାତ୍ରୀ, ହଠାତ୍‌ ଲାଗିଗଲା ନିଆଁ; ଆଉ ତା’ ପରେ…

ଓ୍ବାଶିଂଟନ,୪ା୧୦: ଆମେରିକାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳି ଯାଇଛି। ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବିମାନଟି ଉଡ଼ାଣ କରିବାର ଥିଲା। ଏହି ସମୟରେ ଏକ ପକ୍ଷୀ ଇଞ୍ଜିନରେ ପିଟି ହୋଇଯିବାରୁ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ।

 

ନ୍ୟୁ ଜର୍ସିର ଆଟଲାଣ୍ଟିକ୍‌ ସିଟି ବିମାନବନ୍ଦରରେ ଏପରି ଘଟଣା ଘଟିଛି। ଉଡ଼ାଣର ଠିକ୍‌ ପୂର୍ବରୁ ଏକ ବଡ଼ ପକ୍ଷୀ ଆସି ସ୍ପିରିଟ୍‌ ଏୟାରଲାଇନ୍ସର ବିମାନରେ ପିଟି ହୋଇଥିଲା। ଫଳରେ ବିମାନରେ ନିଆଁ ଲାଗି ଯାଇଥିଲା। ଏଥିରେ୧୦୦ରୁ ଅଧିକ ଯାତ୍ରୀ ଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ବିମାନ କର୍ମଚାରୀ ଥିଲେ। ବିମାନରେ ନିଆଁ ଲାଗିବା ଦେଖି ପାଇଲଟ ସଙ୍ଗେ ସଙ୍ଗେ ବିମାନକୁ ରୋକିଥିଲେ। ପରେ ଜରୁରିକାଳୀନ ସର୍ଭିସ କଲ୍‌ କରିଥିଲେ। ଏହା ପରେ ବିମାନ ଆଟେଣ୍ଡାଣ୍ଟ ନିଜ ନିଜ ଜିନିଷ ଛାଡ଼ି ତଳକୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତଳକୁ ଓହ୍ଲାଇବା ପାଇଁ ଦୁଇଟି ସ୍ଲାଇଡ୍‌ ଲଗାଇଥିଲେ। ଏହା ସାହାରାରେ ଯାତ୍ରୀମାନେ ତଳକୁ ଓହ୍ଲାଇ ଆସିଥିଲେ। ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share