Categories: ଜାତୀୟ

ଦେଶବାସୀଙ୍କ କ୍ଷମତା ଉପରେ ଥିଲା ପୂର୍ଣ୍ଣ ବିଶ୍ୱାସ…

ନୂଆଦିଲ୍ଲୀ,୨୪।୧୦: କରୋନା ମହାମାରୀ ଲଢ଼େଇରେ ଦେଶବାସୀ ଏକଜୁଟ ହୋଇଛନ୍ତି। ଫଳରେ ୧୦୦ କୋଟି ଟିକାକରଣ ସମ୍ଭବ ହୋଇ ପାରିଛି। ଦେଶବାସୀଙ୍କ କ୍ଷମତା ଉପରେ ପୂର୍ଣ୍ଣ ବିଶ୍ୱାସ ଥିଲା। ସେହିପରି ସ୍ବାସ୍ଥ୍ୟକର୍ମୀ ସେମାନଙ୍କର ଚେଷ୍ଟା ଅବ୍ୟାହତ ରଖିବେ ବୋଲି ଭରସା ରହିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୮୨ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି।

୧୦୦ କୋଟି ଟିକାକରଣ ଲକ୍ଷ୍ୟ ହାସଲ ପରେ ଆଜି ଦେଶ ନୂତନ ଉତ୍ସାହ, ନୂତନ ଶକ୍ତି ସହିତ ଆଗକୁ ବଢୁଛି। ଆମର ଟିକା କାର୍ଯ୍ୟକ୍ରମର ସଫଳତା ଭାରତର ନୂଆ ସମ୍ଭାବନାକୁ ଦର୍ଶାଉଛି। ମୁଁ ମୋ ଦେଶର ସାମର୍ଥ୍ୟ, ମୋ ଦେଶର ଲୋକଙ୍କ ବିଷୟରେ ଭଲ ଭାବରେ ଜାଣିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲକ୍ଷ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମ ହେତୁ ଭାରତ ଇତିହାସ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୁଁ ପ୍ରତ୍ୟେକ ଭାରତୀୟଙ୍କୁ କୃତଜ୍ଞତା ଜଣାଉଛି, ଯେଉଁମାନେ ଦେଶକୁ ଶୀର୍ଷରେ, ପହଞ୍ଚାଇଛନ୍ତି। ଫଳରେ ସମସ୍ତଙ୍କ ପାଇଁ ମାଗଣା ଟିକା ଅଭିଯାନରେ ସଫଳ ହୋଇଛି।

Share