ଅଧା କାମକୁ ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର,୫।୫(ବି.ପ୍ର.): ହାଇସ୍କୁଲଗୁଡ଼ିକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଉଛି। କିନ୍ତୁ ଅଧା କାମ କରି ପୂରା ବିଲ୍‌ ହୋଇଯାଇଥିବା ଭଳି ଅଭିଯୋଗ ନବରଙ୍ଗପୁର ଜିଲାରୁ ଆସିଛି। ନବରଙ୍ଗପୁରର ଚେରଚେଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତରଣ କାମ ଶେଷ ହୋଇ ନ ଥିବା ବେଳେ ବିଲ୍‌ କରାଯାଇଥିବା ନେଇ ଅଭିଯୋଗ ହୋଇଛି।
ଉକ୍ତ ବିଦ୍ୟାଳୟକୁ ପଞ୍ଚାୟତ ଅନୁଦାନ ୧୫ଲକ୍ଷ, ମୋ ସ୍କୁଲ ଅଭିଯାନରୁ ୨୦ଲକ୍ଷ ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚରେ ରୂପାନ୍ତରିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଉକ୍ତ ବିଦ୍ୟାଳୟକୁ ଦ୍ୱିତୀୟ ପର୍ଯ୍ୟାୟରେ ଉଦ୍‌ଘାଟନ କରିଥିଲେ। କିନ୍ତୁ ସ୍କୁଲ ବଗିଚା, ଶୌଚାଳୟ, ପରିସ୍ରାଗାର ଆଦି କାର୍ଯ୍ୟ ଏବେ ସୁଦ୍ଧା ସରିନାହିଁ। ପାହାଚ କାମ ମଧ୍ୟ ଅଧାପନ୍ତରିଆ ପଡ଼ି ରହିଛି। ପାଣି ଟ୍ୟାପ୍‌ଗୁଡ଼ିକ କାମ କରୁନାହିଁ। ଏଥିସହ ଯାହାବି କାମ ହୋଇଛି ତାହା ମଧ୍ୟ ନିମ୍ନମାନର ବୋଲି ଅଭିଯୋଗ ଆସିଛି। ସ୍କୁଲ କାମରେ ବ୍ୟବହୃତ ହୋଇଥିବା ରଙ୍ଗର ମାନ ଖରାପ ଥିବାରୁ ସେଗୁଡ଼ିକ ଛାଡ଼ିଗଲାଣି। ବିଦ୍ୟାଳୟ କୋଠାକୁ ପ୍ରବେଶ କରୁଥିବା ଦ୍ୱାର ପାହାଚରେ ଏବେ ସୁଦ୍ଧା ପ୍ଲେଟ୍‌ ପଡ଼ିଲା ନାହିଁ। ଲଗାଯାଇଥିବା ସିସି କ୍ୟାମେରା ବେଳେବେଳେ କାମ କରୁନାହିଁ। ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରିସ୍ରାଗାରର କବାଟ କ୍ଳାମ୍ପ ଉପୁଡ଼ିପଡ଼ିଛି। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଡିଇଓ, ପାପଡ଼ାହାଣ୍ଡି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ଏ ଦିଗରେ କେହି ଦୃଷ୍ଟି ଦେଲେନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟର ଉନ୍ନୟନ କାର୍ଯ୍ୟ ବିନା ଟେଣ୍ଡରରେ ହୋଇଥିବା ଓ ଅଧାକାମରେ ସମ୍ପୂର୍ଣ୍ଣ ବିଲ୍‌ ହୋଇଯିବା ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠଇଛନ୍ତି। ସରକାରୀ ଅର୍ଥର ସଦୁପଯୋଗ ନ ହୋଇ କେତେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ବିଲ୍‌ ହୋଇଯିବା ବିଡ଼ମ୍ବନର ବିଷୟ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି ହୋଇଛି। ଉକ୍ତ ବିଦ୍ୟାଳୟ କାର୍ଯ୍ୟ ପାଇଁ ନିୟୋଜିତ ଥିବା କନିଷ୍ଠ ଯନ୍ତ୍ରୀ ଗୁଣନିଧି କୁମୁଡାଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସ୍ବୀକାର କରିଛନ୍ତି। ବଳକା କାମ ଜଲ୍‌ଦି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri